liver

ହେପାଟାଇଟିସ୍ ସି’ ହେଉଛି ଏକ ଭାଇରାଲ ସଂକ୍ରମଣ। ଏହା ହେପାଟାଇଟିସ୍ ସି’ ଭାଇରସ ଯୋଗୁଁ ହୋଇଥାଏ। ଅନେକ ସମୟରେ ଏହା ଲିଭରକୁ ଗୁରୁତର ଭାବେ କ୍ଷତି ପହଞ୍ଚାଇଥାଏ। ଏପରିକି ଏହାଯୋଗୁଁ ଲିଭର ଫେଲ୍ୟୁଅର ବି ହୋଇପାରେ। ଏହି ରୋଗ ବିଷୟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅଧାରୁ ଅଧିକ ସଂକ୍ରମିତଙ୍କୁ ଏ ସଂପର୍କରେ ଜଣାନଥା’ନ୍ତି। କାରଣ ଏହାର ଲକ୍ଷଣ ପ୍ରାୟତଃ ଦେଖିବାକୁ ମିଳେନାହିଁ। ରୋଗ ଗମ୍ଭୀର ସ୍ଥିତିରେ ପହଞ୍ଚିବା ପରେ ଲକ୍ଷଣ ଦେଖାଯାଏ। ସେଥିପାଇଁ ଡାକ୍ତରମାନେ ଲୋକମାନଙ୍କୁ ନିୟମିତ ବ୍ୟବଧାନରେ ରକ୍ତ ପରୀକ୍ଷା କରାଇବା ଲାଗି ପରାମର୍ଶ ଦେଇଥା’ନ୍ତି।

 ପର୍ଯ୍ୟାୟ

ହେପାଟାଇଟିସ୍ ସି’ର ବିଭିନ୍ନ ପ୍ରକାର ପର୍ଯ୍ୟାୟ ରହିଛି। ପ୍ରଥମ ପର୍ଯ୍ୟାୟ ହେଲା ଇନକ୍ୟୁବେସନ୍ ପିରିୟଡ୍। ସଂକ୍ରମଣ ଦ୍ୱାରା ପ୍ରଥମେ ପ୍ରଭାବିତ ହେବାଠାରୁ ଆରମ୍ଭ କରି ରୋଗର ଆରମ୍ଭ ହେବା ଯାଏଁ ସମୟକୁ ଇନକ୍ୟୁବେସନ୍ ପିରିୟଡ୍ ବୋଲି କୁହାଯାଏ। ଏହା ୧୪-୮୦ ଦିନ ଯାଏ ହୋଇପାରେ।

ଆକ୍ୟୁଟ ହେପାଟାଇଟିସ୍ ସି’: ଭାଇରସ ଶରୀରରେ ପ୍ରବେଶ କରିବାର ପ୍ରଥମ ୬ ମାସ ମଧ୍ୟରେ ଏହି ଅବସ୍ଥା ରହିଥାଏ।

କ୍ରୋନିକ୍ ହେପାଟାଇଟିସ୍ ସି’: ଯଦି ଛଅ ମାସ ମଧ୍ୟରେ ଶରୀରରୁ ଭାଇରସ ଆପେ ଆପେ ନଷ୍ଟ ନ ହୁଏ ତା’ ହେଲେ ଏହା ଦୀର୍ଘକାଳୀନ ସଂକ୍ରମଣ ପାଲଟିଯାଏ। ଏହା ପରବର୍ତ୍ତୀ ସମୟରେ ଲିଭର ସିରୋସିସ୍‌, ଲିଭର କ୍ୟାନ୍ସରର କାରଣ ପାଲଟିପାରେ।

tiredness

ଲକ୍ଷଣ (Symptoms of hepatitis C in Odia)

-ସହଜରେ ଆଘାତପ୍ରାପ୍ତ ହୋଇଯିବା

-ବହୁତ ଅଧିକ ଥକ୍କାପଣ

-ଭୋକ ନ ଲାଗିବା

-ତ୍ୱଚା ଓ ଆଖି ହଳଦିଆ ହେବା

-ପରିସ୍ରା ବହଳିଆ ହେବା

-ପାଦ ଫୁଲିଯିବା

-ଦେହହାତ କୁଣ୍ଡାଇ ହେବା

-ଅଚାନକ ଓଜନ କମିବା ଆରମ୍ଭ ହେବା

-ମାଂସପେଶୀରେ ଯନ୍ତ୍ରଣା

କାରଣ (Causes of hepatitis C in Odia)

ଅସୁରକ୍ଷିତ ଯୌନ ସଂପର୍କ ସ୍ଥାପନ, ଇଞ୍ଜେକସନ୍‌ର ଛୁଞ୍ଚି ସେୟାର କରିବା,  ସଂକ୍ରମିତ ବ୍ୟକ୍ତିର ବ୍ରଶ, ରେଜର କିମ୍ବା ନେଲ୍‌କଟର ବ୍ୟବହାର ଦ୍ୱାରା ଏହା ବ୍ୟାପିଥାଏ। ସେହିପରି ମା’ଠାରୁ ନବଜାତ ପିଲାକୁ ହେବାର ଆଶଙ୍କା ରହେ।

ପରୀକ୍ଷା

ହେପାଟାଇଟିସ୍ ସି’ ହୋଇଛି କି ନାହିଁ ତାହା ଜାଣିବା ପାଇଁ ଡାକ୍ତରମାନେ ରକ୍ତ ପରୀକ୍ଷା କରିଥାନ୍ତି। ଏହାଛଡ଼ା ଲିଭରର କିଛି ପରୀକ୍ଷା ବି କରାଯାଇଥାଏ।

ଚିକିତ୍ସା (Treatmet of hepatitis C in Odia)

ସାଧାରଣତଃ ଆକ୍ୟୁଟ୍ ହେପାଟାଇଟିସ୍ ସି’ ପାଇଁ ଔଷଧ ଦିଆଯାଏନାହିଁ। ତେବେ ତାହା କ୍ରୋନିକ୍ ପର୍ଯ୍ୟାୟରେ ପହଞ୍ଚିଗଲେ କିଛି ନିର୍ଦ୍ଦିଷ୍ଟ ଔଷଧ ଦିଆଯାଏ।

କିଭଳି ରକ୍ଷା ପାଇବେ

– ଡ୍ରଗ୍ସ ଖାଆନ୍ତୁ  ନାହିଁ

– ଅନ୍ୟ କେହି ବ୍ୟବହାର କରିଥିବା ଛୁଞ୍ଚି ବ୍ୟବହାର କରନ୍ତୁ ନାହିଁ

– ଟାଟୁ ବନାଇବା ପାଇଁ ଭଲ ଦୋକାନ ବାଛନ୍ତୁ। ସେଠାରେ ଛୁଞ୍ଚିକୁ ବିଶୋଧନ କରାଯାଉଛି କି ନାହିଁ ତାହା ଲକ୍ଷ୍ୟ କରନ୍ତୁ।

– ଯୌନ ସଂପର୍କ ସ୍ଥାପନ ବେଳେ କଣ୍ଡୋମ ବ୍ୟବହାର କରନ୍ତୁ।