ଲାଇପୋସକ୍ସନ ସର୍ଜରୀ କ’ଣ?କେମିତି ହୁଏ ଲାଇପୋସକ୍ସନ୍ ସର୍ଜରୀ? ଏନେଇ ଡାକ୍ତର ଜୟନ୍ତ କୁମାର ଦାଶ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। (Treatment of Gynecomastia by Liposuction Surgery and its advantages in Odia)

ଲାଇପୋସକ୍ସନ ସର୍ଜରୀ କ’ଣ? (What is Liposuction in Odia)

ଅନିୟମିତ ଖାଦ୍ୟପେୟ ଏବଂ ଜୀବନଶୈଳୀର ପରିବର୍ତ୍ତନ ଯୋଗୁଁ ଆମ ଶରୀରରେ ଆବଶ୍ୟକଠାରୁ ଅଧିକ ଚର୍ବି ହୋଇଯାଏ। ଏହି ଚର୍ବି କାଢିବାକୁ ଲାଇପୋସକ୍ସନ ସର୍ଜରୀ କରାଯାଏ। ଶରୀରର ଅନାବଶ୍ୟକ ଚର୍ବି ନଷ୍ଟ କରିବା ପାଇଁ ଆମେ ଲାଇପୋସକ୍ସନ ସର୍ଜରୀ କରିଥାଉ। ଚମଡ଼ା ତଳେ ଥିବା ଚର୍ବିକୁ ଏହି ସର୍ଜରୀ ମାଧ୍ୟମରେ ବାହାରକୁ କାଢ଼ି ଦିଆଯାଏ। ଲାଇପୋସକ୍ସନ ସର୍ଜରୀ ଶରୀରର ଓଜନ କମ କରାଏ ବୋଲି ଅନେକଙ୍କର ଭୁଲ ଧାରଣା ରହିଛି, କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ। ଏହି ସର୍ଜରୀ ଶରୀର ଗଠନରେ ନିୟନ୍ତ୍ରଣ ଆଣିବା ସହ ଶରୀରକୁ ସୁନ୍ଦର ଆକୃତି ଦେଇଥାଏ। ଲାଇପୋସକ୍ସନ ପଦ୍ଧତି ଅତି ପୁରାତନ ହେଲେ ମଧ୍ୟ ବର୍ତ୍ତମାନ ପାୱାର ଆସିଷ୍ଟାଟ ଲାଇପୋସକ୍ସନ ସର୍ଜରୀର ଅଧିକ ଚାହିଦା ରହିଛି।

ଗାଇନାକୋମାଷ୍ଟିଆ ସମସ୍ୟା କ’ଣ? (What is Gynecomastia in Odia)

ଅଧିକାଂଶ ପୁରୁଷମାନଙ୍କର କମ ବୟସରୁ ଛାତି ମାଂସ ବୃଦ୍ଧି ପାଇଥାଏ। ଛାତିରେ ମାଂସ ବଢିବା ନେଇ ଅନେକ ଶାରୀରିକ ଏବଂ ମାନସିକ ଭାବେ ଚିନ୍ତାଗ୍ରସ୍ତ ହୋଇପଡ଼ନ୍ତି। ପୂର୍ବରୁ ଏହି ସମସ୍ୟାର ସମାଧାନ ପାଇଁ ଛାତି କଟାଯାଇ ଅପରେସନ କରାଯାଉଥିଲା। ଅପରେସନ ପରେ ରୋଗୀର ଛାତିରେ କଟା ଦାଗ ରହିବା ସହ ଭଲ ସୌନ୍ଦର୍ଯ୍ୟ ମଧ୍ୟ ଆସିପାରୁନଥିଲା। ମାତ୍ର ଲାଇପୋସକ୍ସନ ସର୍ଜରୀରେ ରୋଗୀର ଛାତିରେ ୫ମିଲିମିଟର ଅଂଶ କଟାଯାଇ ଅସ୍ତ୍ରୋପଚାର କରାଯାଉଛି। ଏହି ସର୍ଜରୀରେ ରୋଗୀର ଛାତିରେ କୌଣସି ଦାଗ ଜଣାପଡ଼ି ନଥାଏ।

କାହିଁକି ହୁଏ ଗାଇନାକୋମାଷ୍ଟିଆ? (Causes of Gynecomastia in Odia)

ଶରୀରରେ ହରମୋନର ଅନିୟନ୍ତ୍ରିତ କ୍ଷରଣ ଯୋଗୁଁ ଛାତିର ମାଂସପେଶୀ ବୃଦ୍ଧି ହୁଏ। ପରେ ଶରୀରରେ ହରମୋନ ସନ୍ତୁଳିତ ଭାବେ କ୍ଷରଣ ହେଲେ ମଧ୍ୟ ଏହି ଫ୍ୟାଟଗୁଡ଼ିକ ନଷ୍ଟ ହୁଏ ନାହିଁ। ବ୍ୟାୟାମ, ମେଡିସିନ ଦ୍ୱାରା ଏହି ସମସ୍ୟାର ସମାଧାନ ହୋଇପାରେ ନାହିଁ। ଶରୀରରେ ଅନାବଶ୍ୟକ ଚର୍ବି ବଢିଯାଇ ଖରାପ ଦେଖାଯାଏ।

ଲାଇପୋସକ୍ସନର ଆବଶ୍ୟକତା (Need of Liposuction in Odia)

ଶରୀରରେ ଆବଶ୍ୟକଠାରୁ ଅଧିକ ଚର୍ବି ରହିଲେ ଆମେ ଅସୁନ୍ଦର ଦେଖାଯାଉ। ଆଜିକାଲିର ସୌଖିନ ଜୀବନଶୈଳୀରେ ଏହା ଏକ ବଡ଼ ସମସ୍ୟା। ତେଣୁ ଲାଇପୋସକ୍ସନ ସର୍ଜରୀ ମାଧ୍ୟମରେ ଏହି ସମସ୍ୟାର ସମାଧାନ କରିହେବ।

ଲାଇପୋସକ୍ସନ ଉପକାରିତା (Advantages of Liposuction in Odia)

ଲାଇପୋସକ୍ସନ ସର୍ଜରୀରେ ଶରୀରର ଅଧିକ ଅଂଶ କଟା ଯାଏ ନାହିଁ। ଫଳରେ ଅଧିକ ଦାଗ ରହେ ନାହିଁ ଏବଂ ଛାତି ପୂର୍ବ ଭଳି ଫ୍ଲାଟ ହୋଇଯାଏ। ପିଲା ଜନ୍ମ ହେବା ପରେ ମହିଳାମାନଙ୍କର ପେଟର ଫ୍ୟାଟ କମେଇବାରେ ଲାଇପୋସକ୍ସନ ସାହାଯ୍ୟ କରେ। ଏହି ସର୍ଜରୀରେ ଶରୀରରେ କିମ୍ବା ଶରୀରର ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ଉପରେ କୌଣସି କୁପ୍ରଭାବ ପଡ଼େ ନାହିଁ। ଲାଇପୋସକ୍ସନ ସର୍ଜରୀ କମ ସମୟସାପେକ୍ଷ। ରୋଗୀକୁ ଅଧିକ ସମୟ ଡାକ୍ତରଖାନାରେ ରହିବାକୁ ହୁଏ ନାହିଁ। ଏହି ସର୍ଜରୀରେ ୩୦ ହଜାରରୁ ୬୦ ହଜାର ଟଙ୍କା ଖର୍ଚ୍ଚ ହୁଏ।

ଲାଇପୋସକ୍ସନ ପରବର୍ତ୍ତୀ ସାବଧାନତା (Precaution after Liposuction in Odia )

  • ସର୍ଜରୀ ପରେ ବ୍ୟାୟାମ କରନ୍ତୁ ନାହିଁ। ୨ସପ୍ତାହ ପରେ ବ୍ୟାୟାମ କରିପାରିବେ।
  • କୌଣସି ଭାରୀ ଜିନିଷ କିମ୍ବା ଦ୍ରବ୍ୟ ତଳୁ ଉଠାନ୍ତୁ ନାହିଁ।
  • ସର୍ଜରୀ ପରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ପୋଷାକ ବ୍ୟବହାର କରନ୍ତୁ।

 (ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଜୟନ୍ତ ଦାଶଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: A brief medical advice, in Odia language, on Gynecomastia Surgery by Liposuction with their advantages based on the interview with Dr Jayant Kumar Dash, Plastic & Cosmetic Surgeon.