ଜାଣନ୍ତୁ ମଧୁମେହ ରୋଗୀ କେଉଁ କେଉଁ ଖାଦ୍ୟ ଖାଇବା ଉଚିତ ନୁହେଁ

type 2 diabetesମଧୁମେହ ରୋଗ ଦ୍ୱାରା ପ୍ରାୟ ଅଧିକାଂଶ ଲୋକ ଶିକାର ହେଉଛନ୍ତି।ଆମ ଖାଦ୍ୟ ସହିତ ସିଧାସଳଖ ଭାବେ ଜଡ଼ିତ। ଆମେ ଖାଉଥିବା ଖାଦ୍ୟ ରକ୍ତରେ ଶର୍କରା ସ୍ତରକୁ ପ୍ରଭାବିତ କରିଥାଏ। କିଛି ଖାଦ୍ୟ ଅଛି ଯାହା ମଧୁମେହ ରୋଗୀ ମାନେ ଖାଇବା ଉଚିତ ନୁହେଁ। ଏହି ସବୁ ଖାଦ୍ୟ ସେମାନଙ୍କ ଶର୍କରା ସ୍ତରରେ ଅସନ୍ତୁଳନ ଆଣିଥାଏ।

କଫି

ମଧୁମେହ ରୋଗୀମାନଙ୍କୁ କଫି ପିଇବାକୁ ମନା କରାଯାଇଥାଏ। କଫି ପିଇବା ଦ୍ୱାରା କ୍ୟାଲୋରୀ ବୃଦ୍ଧି ହୋଇଥାଏ। ଯାହାକି ରକ୍ତରେ ଶର୍କରା ସ୍ତରରେ ଅସନ୍ତୁଳନ ଆଣିଦେଇଥାଏ। ତେଣୁ ସେହି ରୋଗୀମାନେ କଫି ପିଇବା ଅଭ୍ୟାସ ଛାଡ଼ିବା ଉଚିତ।

ପ୍ୟାକେଟ ସ୍ନାକ

ବଜାରରେ ମିଳୁଥିବା ପ୍ୟାକେଟ ସ୍ନାକ ପାଟିକୁ ସ୍ୱାଦିଷ୍ଟ ଲାଗେ ସତ କିନ୍ତୁ ଶରୀରରେ ଅନାବଶ୍ୟକ ଚର୍ବି ଜମା କରିଥାଏ। ମେଦବହୁଳତା ମଧୁମେହ ରୋଗର ପ୍ରମୁଖ କାରଣ। ତେଣୁ ଡାଏବେଟିସରେ ପୀଡ଼ିତ ବ୍ୟକ୍ତି ଏହି ପ୍ରକାର ଖାଦ୍ୟଠାରୁ ନିଜକୁ ଦୂରେଇ ରଖିବା ଆବଶ୍ୟକ।

କିସମିସ

ମଧୁମେହରେ ଶିକାର ବ୍ୟକ୍ତି କିସମିସ ଖାଇବା ଉଚିତ ନୁହେଁ। କିସମିସ ଖାଇବା ଦ୍ୱାରା ରକ୍ତରେ ଖାଲି ଯେ ଶର୍କରା ସ୍ତର ବୃଦ୍ଧି ହୋଇଥାଏ। ଡାଏବେଟିସ ରୋଗୀମାନେ ଡ୍ରାଏ ଫ୍ରୁଟରୁ ଦୂରେଇ ରହିବା ଉଚିତ। ଅଙ୍ଗୁର ଏବଂ କିସମିସରେ କାର୍ବୋହାଇଡ୍ରେଟ୍ ପରିମାଣରେ ବହୁତ ପାର୍ଥକ୍ୟ ଅଛି। ତେଣୁ ସୁସ୍ଥ ସୁଗାର ଲେଭଲ ପାଇଁ କିସମିସକୁ ନିଜ ଖାଦ୍ୟରୁ ଦୂରରେ ରଖନ୍ତୁ।

foodହ୍ୱାଇଟ ବ୍ରେଡ

ମଧୁମେହ ରୋଗୀମାନେ ହ୍ୱାଇଟ ବ୍ରେଡ ଖାଇବା ଉଚିତ ନୁହେଁ। ଏଥିରେ କାର୍ବୋହାଇଡ୍ରେଟର ପରିମାଣ ଅଧିକ ଥାଏ। ଯେଉଁଥିପାଇଁ ଏହା ରକ୍ତରେ ଶର୍କରା ସ୍ତରକୁ ବଢ଼ାଇ ଥାଏ।

ଆଳୁ

ମଧୁମେହ ରୋଗୀମାନେ ମାଟି ତଳେ ହେଉଥିବା ପନିପରିବା ଏବଂ ଫଳମୂଳ ଖାଇବା ଭଲ ନୁହେଁ। ବିଶେଷ କରି ଖାଦ୍ୟରେ ଆଳୁ ଖାଆନ୍ତୁ ନାହିଁ। ଡାଇବେଟିସ ରୋଗୀଙ୍କ ପାଇଁ ଆଳୁ କ୍ଷତିକାରକ ହୋଇପାରେ। ଏଥିରେ ଅଧିକ ପରିମାଣରେ କାର୍ବୋହାଇଡ୍ରେଟ ସହିତ ଗ୍ଲାଇସେମିକ ଇଣ୍ଡେକ୍ସ ଅଛି ଯାହା ରକ୍ତରେ ଶର୍କରା ସ୍ତର ବୃଦ୍ଧି କରିଥାଏ।

ଉଚ୍ଚ ଫ୍ୟାଟଯୁକ୍ତ କ୍ଷୀର

କ୍ଷୀର ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଭଲ। କିନ୍ତୁ ମଧୁମେହ ରୋଗୀ ଚର୍ବିଯୁକ୍ତ କ୍ଷୀର ବା ଗାଈ କ୍ଷୀର ପିଇବା ଠିକ ନୁହେଁ। ଏହା ଭିତରେ ଚର୍ବିର ପରିମାଣ ଅଧିକ ରହିଥାଏ। ଏହି ଚର୍ବି ଇନସୁଲିନର ପରିମାଣ ବଢ଼ାଇପାରେ। ଆପଣ ଏହା ବଦଳରେ କମ ଚର୍ବିଯୁକ୍ତ କ୍ଷୀର ସେବନ କରିପାରିବେ।