ଅଧିକାଂଶ ଲୋକଙ୍କର ଅଳ୍ପ ବୟସରୁ ମୁହଁରେ କୁଞ୍ଚନ ପଡ଼ିବା ଆରମ୍ଭ ହୋଇଥାଏ। ତେବେ କେତେକ ଖାଦ୍ୟ ନିଜ ଡାଏଟ୍‌ରେ ସାମିଲ କଲେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।

anti aging

ତ୍ୱଚାର ଉଜ୍ୱଳତା ଓ ସୁନ୍ଦରତା ପଛରେ ସନ୍ତୁଳିତ ଖାଦ୍ୟର ବେଶ ଭୂମିକା ରହିଛି। କିଛି ଖାଦ୍ୟ ଆପଣ ନିୟମିତ ଭାବେ ନିଜ ଡାଏଟ୍‌ରେ ସାମିଲ କଲେ ଆପଣଙ୍କ ତ୍ଵଚା ଉଜ୍ଵଳ ଓ ଅଳ୍ପ ବୟସରୁ ବୟସର ଛାପକୁ ଏଡ଼ାଇପାରିବେ।

ଲାଲ କ୍ୟାପ୍ସିକମ୍‌

ଲାଲ କ୍ୟାପ୍ସିକମ୍‌ରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ହୋଇ ରହିଛି। ଆଣ୍ଟିଅକ୍ସିଡାଣ୍ଟ ବାର୍ଦ୍ଧକ୍ୟ ସମୟରେ ମଧ୍ୟ ଚର୍ମକୁ ସତେଜ ରଖିବାରେ ସହାୟକ ହୋଇଥାଏ। ଏଥିରେ ଭିଟାମିନ ସି ଏବଂ କୋଲାଜେନ ମଧ୍ୟ ରହିଛି। ଲାଲ କ୍ୟାପ୍ସିକମ୍ ଗୁଣ୍ଡରେ କେରୋଟିନଏଡ ନାମକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ।

ପାଳଙ୍ଗ ଶାଗ

ପାଳଙ୍ଗ ଶାଗ ସୁପର ହାଇଡ୍ରେଟିଂ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି। ଏଥିରେ ଭିଟାମିନ ସି, ଏ, ଇ, କେ, ମ୍ୟାଗନେସିୟମ ଏବଂ ଲ୍ୟୁଟିନ ପ୍ରଚୁର ମାତ୍ରାରେ ରହିଥାଏ। ଯାହାକୁ ଖାଇବା ଦ୍ୱାରା ବୟସ ଅଧିକ ହୋଇଯାଇଥିଲେ ମଧ୍ୟ ଚର୍ମ ଉପରେ କୌଣସି ପ୍ରଭାବ ପଡ଼ିନଥାଏ ଏବଂ ମୁହଁରେ କୁଞ୍ଚନ ଦେଖାଯାଇନଥାଏ।

ବାଦାମ

ବାଦାମ ଭିଟାମିନ ‘ଇ’ର ଉତ୍ତମ ଉତ୍ସ, ଯାହାକି ଚର୍ମର ଟିସୁ ମରାମତି କରିବାରେ ସାହାଯ୍ୟ କରିଥାଏ। ଚର୍ମର ଆଦ୍ରତା ବଜାୟ ରଖିବାରେ ବାଦାମ ସାହାଯ୍ୟ କରିଥାଏ। ଆହୁରି ମଧ୍ୟ ଚର୍ମକୁ ସୂର୍ଯ୍ୟଙ୍କ ଅତି ବାଇଗଣୀ ରଶ୍ମି କବଳରୁ ରକ୍ଷା କରିଥାଏ। ବଦାମରେ ଆଣ୍ଟିଇନଫ୍ଲାମେଟାରୀ ଗୁଣ ସହ ଓମେଗା-୩-ଫ୍ୟାଟି ଏସିଡ ମଧ୍ୟ ରହିଥାଏ।

brokoli foodବ୍ରୋକୋଲି

ବ୍ରୋକୋଲିରେ ଆଣ୍ଟିଇନଫ୍ଲାମେଟାରୀ ଏବଂ ଆନ୍ତି ଏଜିଂ ଗୁଣ ପ୍ରଚୁର ମାତ୍ରାରେ ରହିଛି। ଏଥିରେ ଭିଟାମିନ ସି ଏବଂ କେ, ଫାଇବର, କ୍ୟାଲସିୟମ ଏବଂ ଲ୍ୟୁଟିନ ରହିଥାଏ। ଏହା ଚର୍ମ ହାଇଡ୍ରେସନକୁ ବୃଦ୍ଧି କରିଥାଏ।

ଡାଳିମ୍ବ

ଡାଳିମ୍ବ ଶରୀର ପାଇଁ ବେଶ ଲାଭଦାୟକ। ଏଥିରେ ଥିବା ଭିଟାମିନ ସି ଏବଂ ବିଭିନ୍ନ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ମୁହଁର ତ୍ୱଚାକୁ ବାହାର ସଂକ୍ରମଣ କବଳରୁ ରକ୍ଷା କରିଥାଏ।

ମିଠା ଆଳୁ

ମିଠା ଆଳୁରେ କେରୋଟିନ ନାମକ ଆଣ୍ଟିଅକ୍ସିଡାଣ୍ଟ ରହିଛି। ମିଠା ଆଳୁ ଖାଇବା ଫଳରେ ମୁହଁର ତ୍ୱଚାରେ ଚମକ ଆସିଥାଏ। ତେଣୁ ନିୟମିତ ମିଠା ଆଳୁ ଖାଇବା ଆବଶ୍ୟକ।

କଳା ଅଙ୍ଗୁର

ଏଥିରେ ଭିଟାମିନ ଏ ଏବଂ ସି ଭରପୂର ଥାଏ ଏବଂ ଆଣ୍ଟୋସିୟାନିନ ନାମକ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ। ଏହି ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ସୂର୍ଯ୍ୟ କିରଣ, ଚାପ ଏବଂ ପ୍ରଦୂଷଣ ହେତୁ ଚର୍ମରେ ହୋଇଥିବା କ୍ଷତିରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। କଳା ଅଙ୍ଗୁର ମୁହଁରେ ଲଗାଇବା ଫଳରେ ସୂର୍ଯ୍ୟ କିରଣ ଯୋଗୁଁ ମୁହଁରେ ହେଉଥିବା ଜଳାପୋଡ଼ାରୁ ଆରାମ ମିଳିଥାଏ।

ଆଭୋକାଡୋ

ଆଭୋକାଡୋରେ ଥିବା ଫ୍ୟାଟି ଏସିଡ ଯାହା ଚର୍ମକୁ ଚିକ୍କଣ ଏବଂ ନରମ କରିଥାଏ। ଏଥିରେ ବିଭିନ୍ନ ପ୍ରକାର ଅତ୍ୟାବଶ୍ୟକ ପୋଷକ ତତ୍ୱ ରହିଛି ଯାହା ଚର୍ମରେ କୁଞ୍ଚନ ପଡ଼ିବାକୁ ଦେଇନଥାଏ। ଆଭୋକାଡୋରେ ଭିଟାମିନ କେ, ସି, ଇ, ବି,ଏ ସହ ପୋଟାସିୟମ ରହିଥାଏ।