ମଧୁମେହ ରୋଗୀମାନେ ନିଜକୁ ସୁସ୍ଥ ରଖିବା ପାଇଁ ନିୟମିତ ଏହି ତିନୋଟି ଆସନ ଅଭ୍ୟାସ କରିବା ଉଚିତ।
ଯୋଗ ଶରୀର ଓ ମନକୁ ସୁସ୍ଥ ରଖିଥାଏ। ନିୟମିତ ଯୋଗ ଅଭ୍ୟାସ ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ। ବିଶେଷ କରି ମଧୁମେହ ରୋଗୀମାନେ ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିବା ପାଇଁ ଓ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ନିୟମିତ ଏହିସବୁ ଅଭ୍ୟାସ କରିବା ଦରକାର।
ଉତ୍କଟାସନର ଉପକାରିତା
ଏହି ଆସନ କରିବା ଫଳରେ ମେଦ ବହୁଳତା ହେବାର ଆଶଙ୍କା ନଥାଏ। ଶରୀରରେ ଓଜନ ଠିକ ରହିଲେ ମଧୁମେହ ରୋଗ ହେବା ନେଇ କୌଣସି ଭୟ ନଥାଏ।
କୋଷ୍ଠକାଠିନ୍ୟ ଭଲ ହୋଇଥାଏ।
ଥକ୍କାପଣ ଦୂର ହୋଇଥାଏ।
ଶରୀରର ରକ୍ତ ସଞ୍ଚାଳନ ସଠିକ ଭାବେ ହୋଇଥାଏ।
ଉତ୍କଟାସନ କେମିତି କରିବେ?
ଏହି ଯୋଗକୁ କରିବା ପାଇଁ ଚଟଣାରେ ଏକ ଆସନ ପକାଇ ପାଦକୁ ସିଧା ରଖନ୍ତୁ।
ହାତକୁ ତଳ ଆଡ଼କୁ ରଖି ହାତକୁ ଆଗକୁ ଆଣନ୍ତୁ।
ନିଜ ଆଣ୍ଠୁକୁ ମୋଡ଼ନ୍ତୁ ଏବଂ ଏପରି ବସନ୍ତୁ ଯେମିତି ଆପଣ କୌଣସି ଚେୟାର ଉପରେ ବସୁଛନ୍ତି।
ଧ୍ୟାନ ରଖନ୍ତୁ ଯେପରି ଆପଣଙ୍କ ହାତ ଭୂମି ସହିତ ସମାନ୍ତରରେ ରହିଥିବ।
ଏହି ମୁଦ୍ରାକୁ ୩୦ ସେକେଣ୍ଡରୁ ୧ ମିନିଟ ପର୍ଯ୍ୟନ୍ତ କରନ୍ତୁ।
ମୟୂରାସନର ଉପକାରିତା
ଏହି ଯୋଗାସନ କରିବା ଦ୍ୱାରା ଚେହେରାରେ ଚମକ ବଢ଼ିଥାଏ।
ମାଂସପେଶୀ ମଜଭୁତ ହୋଇଥାଏ।
ଶର୍କରା ସ୍ତର ନିୟନ୍ତ୍ରଣ ରହିଥାଏ।
କୋଷ୍ଠକାଠିନ୍ୟ ଦୂର ହୋଇଥାଏ।
କେମିତି କରିବେ ମୟୂରାସନ?
ମୟୂରାସନ କରିବା ପାଇଁ ପ୍ରଥମେ ଆଣ୍ଠୁ ମାଡ଼ି ବସି ମୁଣ୍ଡିଆ ମାରିଲା ପରି ବସନ୍ତୁ।
ଏହାପରେ ଦୁଇ ହାତର କହୁଣୀକୁ ମୋଡ଼ି ନାଭି ପାଖକୁ ନିଅନ୍ତୁ।
ତା’ ପରେ ନିଜ ଗୋଡ଼କୁ ଧୀରେ ଧୀରେ ତଳ ଆଡ଼ୁ ନିୟନ୍ତ୍ରଣ କରି ଉଠାନ୍ତୁ।
ଏମିତି କରିବା ସମୟରେ ଆପଣଙ୍କ ଶରୀର ସିଧା ହୋଇ ରହିବା ଦରକାର। କେବଳ ଆପଣଙ୍କ ହାତ ତଳେ ଲାଗିବା ଜରୁରୀ।
ବ୍ଲଡପ୍ରେସର, ଯକ୍ଷ୍ମା, ହୃଦରୋଗ, ଅଲସର ଭଳି ସମସ୍ୟା ଯାହାର ରହିଛି ସେମାନେ ଏହି ଯୋଗାସନ ନ କରିବା ଉଚିତ।
ଭୃଜଙ୍ଗାସନ
ଭୃଜଙ୍ଗାସନ କରିବା ଫଳରେ ଶରୀରରେ ଶର୍କରା ସ୍ତର ସନ୍ତୁଳିତ ରହିଥାଏ। ମଧୁମେହ ରୋଗୀମାନେ ଏହି ଆସନ କରିବା ନିହାତି ଜରୁରୀ।
ଭୃଜଙ୍ଗାସନର ଉପକାରିତା
ହାଡ଼ ଏବଂ ମାଂସପେଶୀ ଶକ୍ତ କରିଥାଏ।
ପାଚନ ପ୍ରକ୍ରିୟା ଏବଂ ଶ୍ଵାସକ୍ରିୟାରେ ଉନ୍ନତି ଆଣିଥାଏ।
ମେରୁଦଣ୍ଡ ଜନିତ ସମସ୍ୟା ଦୂର କରିଥାଏ।
କାମ ହେତୁ ଦୁର୍ବଳ ଲାଗୁଥିଲେ ଏହି ଆସନ କରନ୍ତୁ। ଯାହା ଫଳରେ ଆପଣଙ୍କୁ ଆରାମ ମିଳିବ।
କିପରି କରିବେ ଭୃଜଙ୍ଗାସନ?
ପ୍ରଥମେ ମୁଣ୍ଡର କପାଳ ଏବଂ ପେଟକୁ ଭୂମି ସହ ଲଗାନ୍ତୁ।
ପାଦର ଆଙ୍ଗୁଠିକୁ ଭୂମି ଉପରେ ଲଗାନ୍ତୁ ଏବଂ ହାତ ସାହାଯ୍ୟରେ ଧୀରେ ଧୀରେ ଭରା ଦେଇ ଉପରକୁ ଉଠନ୍ତୁ।
ଧୀରେ ଧୀରେ ହାତର କହୁଣୀକୁ ଅଣ୍ଟା ପାଖରେ ରଖନ୍ତୁ।
ଏପରି ଅବସ୍ଥାରେ ଛାତିକୁ ତଳେ ଲଗାନ୍ତୁ ଏବଂ ପୁଣି ଉପରକୁ ଉଠନ୍ତୁ।
ଏହି ଆସନ କରୁଥିବା ସମୟରେ ନିଶ୍ୱାସପ୍ରଶ୍ୱାସରେ ନିୟନ୍ତ୍ରଣ ରଖନ୍ତୁ।