ଥାଇରଏଡ୍ କ୍ୟାନ୍ସରର ଲକ୍ଷଣ ଓ ଚିକିତ୍ସା ବିଷୟରେ ଜାଣିରଖନ୍ତୁ।

ଶରୀରରେ କୋଷିକାଗୁଡ଼ିକ ଅସାମାନ୍ୟ ଭାବେ ବଢ଼ିଲେ ତାହା କର୍କଟ ରୋଗର ରୂପ ନିଏ। ଯେଉଁ ଅଙ୍ଗରେ କୋଷିକାଗୁଡ଼ିକ ବଢ଼ିଥାଏ ତାକୁ ସେହି କର୍କଟର ନାମ ଦିଆଯାଇଥାଏ। ଉଦାହରଣସ୍ୱରୂପ ମୁହଁରେ କୋଷିକାଗୁଡ଼ିକ ବଢ଼ିଲେ ତାକୁ ମୁଖଗହ୍ୱର କର୍କଟ ବୋଲି କୁହାଯାଇଥାଏ। ସେହିଭଳି ଥାଇରଏଡ୍ ଗ୍ରନ୍ଥିରେ କୋଷିକା ବଢ଼ିଲେ ତାହା ଥାଇରଏଡ୍ କ୍ୟାନ୍ସରର ରୂପ ନିଏ। ଏହି ରୋଗ ହେଲେ ଶରୀରର ପୂରା ହରମୋନ୍ ଅସନ୍ତୁଳିତ ହୋଇଯାଏ। ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ଏହା ହେବାର ଆଶଙ୍କା ଅଧିକ।

ଲକ୍ଷଣ: (Symptoms of thyroid cancer in Odia)

-ଥଣ୍ଡା ହୋଇନଥିଲେ ବି କାଶ ହେବା

-ଖାଦ୍ୟ ଖାଇବାରେ ସମସ୍ୟା

-କର୍କଶ ସ୍ୱର

-ସ୍ୱର ପରିବର୍ତ୍ତନ

-କେଶ ଏବଂ ଚେହେରା ଶୁଷ୍କ ହେବା

-ଆଖି ସମ୍ବନ୍ଧୀୟ ସମସ୍ୟା

-କଥାକହିବା ଏବଂ ଚିନ୍ତା କରିବାର କ୍ଷମତା ଉପରେ ପ୍ରଭାବ ପଡ଼ିବା

-ଓଜନ କମିଯିବା ନହେଲେ ବଢ଼ିଯିବା

-ସ୍ମରଣଶକ୍ତି କମିବା

THYROID

କିଭଳି ଜଣାପଡ଼େ?

ଥାଇରଏଡ୍ କ୍ୟାନସର ଚିହ୍ନଟ ପାଇଁ ରକ୍ତ ପରୀକ୍ଷା କରାଯାଇଥାଏ। ତା’ ଦ୍ୱାରା ଥାଇରଏଡ୍ ଗ୍ଲାଣ୍ଡ ଠିକ୍ ଭାବେ କାମ କରୁଛି କି ନାହିଁ ତାହା ଜଣାପଡ଼େ। ଏହାଛଡ଼ା ଅଲଟ୍ରାସାଉଣ୍ଡ, ସିଟି ସ୍କାନ, ଏମଆରଆଇ ପ୍ରଭୃତି କରାଯାଏ। ଆବଶ୍ୟକସ୍ଥଳେ ଏଥିପାଇଁ ବାୟୋପ୍ସି ବି ହୋଇଥାଏ।

ଚିକିତ୍ସା: (Treatment of thyroid cancer in Odia)

ଥାଇରଏଡ୍ କ୍ୟାନ୍‌ସରର ବିଭିନ୍ନ ଉପାୟରେ ଚିକିତ୍ସା କରାଯାଇଥାଏ। କିଛି କ୍ଷେତ୍ରରେ ଅପରେସନ୍ କରାଯାଉଥିବାବେଳେ ଅନ୍ୟ କିଛି କ୍ଷେତ୍ରରେ ହରମୋନ୍ ଥେରାପି, ରେଡିଓଆକ୍ଟିଭ୍ ଆୟୋଡିନ୍ ଚିକିତ୍ସା ଅବଲମ୍ବନ କରାଯାଏ। ଆବଶ୍ୟକସ୍ଥଳେ କେମୋଥେରାପି ବି କରାଯାଏ।