ଖେଳାଳିମାନଙ୍କ ପାଇଁ ସଠିକ୍‌ ମାତ୍ରାରେ ନିଦର ଆବଶ୍ୟକତା ରହିଛି।

milk and honey for sleep

ଅନେକ ସମୟରେ ଖେଳରେ ଅଂଶଗ୍ରହଣ କରୁଥିବା ପିଲାମାନେ ଖାଦ୍ୟପେୟ ଏବଂ ବ୍ୟାୟାମ ଉପରେ ଧ୍ୟାନ ଦେଇଥାଆନ୍ତି। ଜଣେ ଖେଳାଳି ଏସବୁ ବ୍ୟତୀତ ନିଦର ମଧ୍ୟ ଗୁରୁତ୍ଵ ରହିଛି। କିନ୍ତୁ, ସଠିକ ନିଦ ପିଲାର କାର୍ଯ୍ୟଦକ୍ଷତା ଏବଂ ପୁନରୁଦ୍ଧାର ଉପରେ ପ୍ରଭାବ ପକାଇଥାଏ। ଜଣେ ଯୁବ ଆଥଲେଟ ନିଜ ଶରୀରର ଶକ୍ତି, ସମନ୍ୱୟ, ମାଂସପେଶୀ ବୃଦ୍ଧି, ପୁନରୁଦ୍ଧାର ଏବଂ ମରାମତି ପାଇଁ ନିଦର ଆବଶ୍ୟକ କରିଥାଏ। ମାନସିକ ଏକାଗ୍ରତା ଏବଂ ମାନସିକ ଚାପରୁ ନିଜକୁ ମୁକ୍ତ ରଖିବାକୁ ହେଲେ ସୁସ୍ଥ ନିଦର ଦରକାର ରହିଛି।

କେତେ ସମୟ ଶୋଇବା ଯଥେଷ୍ଟ?

କିଶୋର ଖେଳାଳିମାନେ ପ୍ରତି ରାତିରେ ଅତି କମ୍‌ରେ ୮ ଘଣ୍ଟା ଶୋଇବା ଉଚିତ। ନିୟମିତ ରାତିରେ ୧୦ ଘଣ୍ଟା ଶୋଇବା ଫଳରେ ସେମାନଙ୍କ ମସ୍ତିଷ୍କ ସୁସ୍ଥ ରହେ। ୬ରୁ ୧୩ ବର୍ଷ ବୟସର ଖେଳାଳିମାନେ ସବୁଦିନ ୯ରୁ ୧୧ ଘଣ୍ଟା ଶୋଇବା ଦ୍ଵାରା ସେମାନଙ୍କ ଶାରୀରିକ ଅବସ୍ଥା ଠିକ ରହିଥାଏ। ଖେଳାଳିମାନେ ୭ ରୁ ୮ ଘଣ୍ଟା ଭଲ ନିଦରେ ଶୋଇବା ଜରୁରୀ।

ଖେଳ ଅଭ୍ୟାସ ଏବଂ ଖେଳିବା ସମୟରେ ଶାରୀରିକ ଏବଂ ମାନସିକ ସ୍ତରରେ ପରିଶ୍ରମ ହୋଇଥାଏ। ଶରୀରରୁ ଖର୍ଚ୍ଚ ହୋଇଥିବା ସମସ୍ତ ଶକ୍ତିର ଭରଣା କରିବା ପାଇଁ ସଠିକ ନିଦର ଆବଶ୍ୟକତା ରହିଛି। ଶୋଇବା ଫଳରେ ଜଣେ ଖେଳାଳି ବିଭିନ୍ନ କାର୍ଯ୍ୟକଳାପ ପାଇଁ ନିର୍ଦ୍ଦିଷ୍ଟ କୌଶଳରେ ପାରିଦର୍ଶିତା ହାସଲ କରିପାରିବ। ଅନ୍ୟପକ୍ଷେ ପର୍ଯ୍ୟାପ୍ତ ନିଦ ନ ହେବା  କିମ୍ବା ନିଦ୍ରାରୁ ବଞ୍ଚିତ ହେବା ଯୋଗୁଁ ଜଣେ ଆଥଲେଟଙ୍କ ଖେଳକୁ ଖରାପ କରିପାରେ। ନ ଶୋଇବା କାରଣରୁ ଖେଳାଳି ଜଣଙ୍କର ବ୍ୟାୟାମ ସମୟରେ ସହନଶୀଳତା ହ୍ରାସ ପାଏ ଏବଂ କ୍ରୀଡ଼ା ଖେଳିବା ସମୟରେ ସେ ଶୀଘ୍ର ଥକ୍କାପଣ ଅନୁଭବ କରେ।

ଅଭ୍ୟାସ, ଭ୍ରମଣ, ଏବଂ ପ୍ରତିଯୋଗିତା କାର୍ଯ୍ୟସୂଚୀ, ତଥା ଏକାଡେମିକ ଦାୟିତ୍ଵକୁ ଦୃଷ୍ଟିରେ ରଖି ଆଥଲେଟିକମାନେ ଶୋଇବାର କାର୍ଯ୍ୟସୂଚୀ ଧାର୍ଯ୍ୟ କରିବା ଆବଶ୍ୟକ। ଶରୀରକୁ ସବୁବେଳେ ସୁସ୍ଥ ଏବଂ ସକ୍ରିୟ ରଖିବାରେ ନିଦ ହେବା ଜରୁରୀ। ତେଣୁ ଖେଳାଳିମାନେ ଉପଯୁକ୍ତ ନିଦକୁ ଗୁରୁତ୍ଵ ଦେବା ଉଚିତ।

ଉଚିତ ନିଦ ପାଇଁ କ’ଣ କରିବେ?

ଆପଣଙ୍କ ପିଲାଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ଶୋଇବା କାର୍ଯ୍ୟସୂଚୀ (ଶୋଇବା ସମୟ ଏବଂ ଜାଗରଣ ସମୟ) ତିଆରି କରନ୍ତୁ।

ଶୋଇବା ପୂର୍ବରୁ ଏକ ଆରାମଦାୟକ ନିତ୍ୟକର୍ମର ଅଭ୍ୟାସ କରନ୍ତୁ।

ଖେଳକୁ ନେଇ ବିଶେଷ ଚିନ୍ତିତ ରହନ୍ତୁ ନାହିଁ। ଯାହା ଫଳରେ ଆପଣ ନିଦ୍ରାହୀନତାର ଶିକାର ହୋଇପାରନ୍ତି।

ଅନିଦ୍ରା କିମ୍ବା କୌଣସି କାରଣରୁ ନିଦ ନ ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Note: Here all you need to know the importance of sleep in athletic performance. Odia Health Tips.