ଅଫିସରେ ଅଧିକ ସମୟ ଗୋଟିଏ ଜାଗାରେ ବସି ରହିବା ଯୋଗୁଁ ମଧୁମେହ ଏବଂ ହୃଦ ରୋଗ ଭଳି ସମସ୍ୟା ଦେଖାଦେଇଥାଏ। ତେଣୁ ସେସବୁରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଟିପ୍ସ।

back painଆଜିକାଲି ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜ ଦେହ ପ୍ରତି ପ୍ରାୟ କମ ଲୋକ ଯତ୍ନବାନ ରହୁଛନ୍ତି। ଅଧିକାଂଶ ଲୋକମାନେ ଗୋଟିଏ ଦିନରେ ୨୪ ଘଣ୍ଟାରୁ ପାଖାପାଖି ୮ କି ୧୦ ଘଣ୍ଟା ଅଫିସରେ କାମ କରୁଛନ୍ତି। ଏପରି ସ୍ଥଳେ ଗୋଟିଏ ଜାଗାରେ ବସି ରହିବା କାରଣରୁ ସେମାନଙ୍କ ନିକଟରେ ଅନେକ ସମସ୍ୟା ଦେଖିବାକୁ ମିଳୁଛି।

ଅଧିକ ସମୟ ବସି ରହିବା ଯୋଗୁଁ ଡାଇବେଟିସ, ହୃଦ ରୋଗ, ମୋଟାପଣ ଏବଂ କ୍ୟାନ୍ସର ଭଳି ମାରାତ୍ମକ ରୋଗ ହୋଇଥାଏ।

ଗୋଟିଏ ସ୍ଥାନରେ ଲମ୍ବା ସମୟ ଧରି ବସି ରହିବା ଫଳରେ ଗୋଡ଼ର ବ୍ୟବହାର କମ ହୋଇଥାଏ। ଫଳରେ ଶରୀରର ମାଂସପେଶୀ ଦୁର୍ବଳ ହୋଇଯାଇଥାଏ।

ଅଧିକ ସମୟ ଗୋଟିଏ ଜାଗାରେ ବସିବା ଫଳରେ ଶରୀରରେ ଅନାବଶ୍ୟକ ଚର୍ବି ଜମାଟ ବାନ୍ଧି ମେଦ ବହୁଳତାର କାରଣ ହୋଇଥାଏ।

ଅତ୍ୟଧିକ ସମୟ ବସି ରହିବା ଯୋଗୁଁ ଅଣ୍ଟା ବ୍ୟଥା ମଧ୍ୟ ହୋଇଥାଏ।

ଏସବୁରୁ ମୁକ୍ତି ପାଇଁ କ’ଣ କରିବେ?

ପ୍ରତି ଅଧଘଣ୍ଟା କିମ୍ବା ଏକ ଘଣ୍ଟା ବ୍ୟବଧାନରେ ନିଜ ସ୍ଥାନରୁ ଉଠି ବାହାରେ ବୁଲି ଆସନ୍ତୁ। ଏହା ଫଳରେ ଆପଣଙ୍କୁ ଆରାମ ମିଳିପାରିବ।

ଆପଣ ଗୋଟିଏ ଜାଗାରେ ବସି ରହି ବିଭିନ୍ନ ଷ୍ଟ୍ରେଚିଂ ଏକ୍ସରସାଇଜ କରିପାରିବେ। ଏହା ଦ୍ୱାରା ଆପଣଙ୍କର ଶରୀର ସୁସ୍ଥ ରହିବା ସହ ମେଦବହୁଳତା ସମସ୍ୟାର ଆଶଙ୍କା ନଥାଏ।

ଆପଣ ଅଫିସରେ ବସିବା ପାଇଁ ମୁଭିଂ ଚେୟାରର ବ୍ୟବହାର କରିପାରିବେ। ଏହି ଚେୟାରରେ ବସିଲେ ଆରାମ ମିଳିଥାଏ।

officeଆପଣ ବ୍ୟବହାର କରୁଥିବା ଉପକରଣ ଯେପରିକି ପ୍ରିଣ୍ଟର, ଜେରକ୍ସ ମେସିନ ଏବଂ ଅନ୍ୟାନ୍ୟ ସାମଗ୍ରୀ ଡେସ୍କଠାରୁ ଦୂରରେ ରଖନ୍ତୁ। ଏପରି କରିବା ଫଳରେ ଆପଣ କାମ ବାହାନାରେ କିଛି ସମୟ ଚାଲିପାରିବେ।

ଆପଣ ଅଫିସରେ ଯେତେ ସମ୍ଭବ ସହଯୋଗୀମାନଙ୍କ ପାଖକୁ ଯାଇ କାମ କରିବାକୁ ଚେଷ୍ଟା କରନ୍ତୁ। ଏପରି କରିବା ଫଳରେ ଆପଣଙ୍କ କାମ ସହ ଚାଲିବା ମଧ୍ୟ ହୋଇଯିବ।

ଫୋନ କଲ ଆସିବା ସମୟରେ ବୁଲି ବୁଲି କଥା ହେବା ପାଇଁ ଚେଷ୍ଟା କରନ୍ତୁ। ଏହା ଦ୍ୱାରା ଆପଣଙ୍କ ଶରୀର ସୁସ୍ଥ ରହିବା ସହ ମାନସିକ ସ୍ଥିରତା ମଧ୍ୟ ଆସିଥାଏ।

ଅଫିସରେ ଥିବା ଟ୍ରେଡମିଲ ବ୍ୟବହାର କରନ୍ତୁ। ଯାହା ଦ୍ୱାରା ଆପଣଙ୍କର ଆଣ୍ଠୁ ଜନିତ ସମସ୍ୟା ହେବାର ଆଶଙ୍କା ନଥାଏ।