ପ୍ରତି ୧୦ ଜଣ ଶିଶୁଙ୍କ ମଧ୍ୟରୁ ଜଣଙ୍କଠାରେ ଶ୍ଵାସ ସମସ୍ୟା ହୋଇଥାଏ।

ଶ୍ୱାସ ଏକ ଦୀର୍ଘକାଳିନ ରୋଗ। ଶ୍ୱାସ ସମୟରେ ଶ୍ୱାସନଳୀଗୁଡ଼ିକ ସଙ୍କୁଚିତ ହୋଇଯାଏ ଓ ଅଧିକ କଫ ହୋଇଥାଏ। ଫଳରେ ରୋଗୀକୁ ନିଶ୍ଵାସ ନେବାରେ କଷ୍ଟ ହୋଇଥାଏ। ଶ୍ୱାସ ଥିଲେ ଅଣନିଶ୍ଵାସୀ ଲାଗେ।

ଶ୍ୱାସ ରୋଗ ଲକ୍ଷଣ

ନିଶ୍ୱାସ ଫୁଲିବା

ଧଇଁସଇଁ ଲାଗିବ

ନିଶ୍ୱାସ ନେଲା ବେଳେ ସଁ ସଁ ଶବ୍ଦ ହେବା

ଛାତିରେ କଷ୍ଟ ଅନୁଭବ ହେବା

ଶ୍ୱାସ ରୋଗର କାରଣ

କୌଣସି ଜିନିଷ ପ୍ରତି ଅତ୍ୟଧିକ ସମ୍ବେଦନଶୀଳ ବ୍ୟକ୍ତିଙ୍କୁ ଶ୍ୱାସ ହୋଇଥାଏ। ପିତାମାତାଙ୍କ ମଧ୍ୟରୁ ଜଣଙ୍କର ଶ୍ୱାସ ରୋଗ ଥିଲେ ପିଲାଙ୍କୁ ହେବାର ଆଶଙ୍କା ଥାଏ। ସାଧାରଣତଃ ବାୟୁପ୍ରଦୂଷଣ, ପକ୍ଷୀ ପଶୁମାନଙ୍କର ଲୋମ, ଘରର ଧୂଳି, ଧୂଆଁ, କିଛି ଖାଇବା ପିଇବା ଜିନିଷ ଯୋଗୁଁ ଶ୍ଵାସ ରୋଗ ହୋଇପାରେ।

ମା’ ଧୂମପାନ କରୁଥିଲେ ଗର୍ଭରେ ଥିବା ଶିଶୁର ଶ୍ୱାସ ରୋଗ ହୋଇପାରେ।

asthma problem due to AC

ଶ୍ଵାସ ରୋଗୀମାନେ କ’ଣ କରିବେ?

ଆଇସ୍‌କ୍ରିମ୍‌, ବରଫ ଆଦି ଖାଇବା ଅନୁଚିତ।

ଶ୍ୱାସ ରୋଗୀ ଧୂମପାନ କରିବା ଅନୁଚିତ। ଧୂମପାନ କରୁଥିବା ଅନ୍ୟ ଲୋକଙ୍କଠାରୁ ମଧ୍ୟ ଦୂରେଇ ରହିବା ଉଚିତ।

ସୁଷମ ଖାଦ୍ୟ ସେବନ କରନ୍ତୁ।

ଅଧିକ ଥଣ୍ଡାରୁ ଦୂରେଇ ରହନ୍ତୁ।

ଘର ଭିତରକୁ ଉପଯୁକ୍ତ ବାୟୁ ଚଳାଚଳ ହେବା ଆବଶ୍ୟକ।

ଥଣ୍ତା ପାଣି, ଥଣ୍ଡା ପବନରୁ ଦୂରେଇ ରହନ୍ତୁ।

ଶୋଇବା ଘରେ ଧୂଳି ସଫା ରଖନ୍ତୁ। ଘର ଝଡ଼ାଝଡ଼ି ବେଳେ ମାସ୍କ ପିନ୍ଧନ୍ତୁ।

ପଶୁଙ୍କ ସଂସ୍ପର୍ଶରେ ଆସନ୍ତୁ ନାହିଁ।

ଶ୍ଵାସ ରୋଗୀଙ୍କ ପାଇଁ ବେଲୁନ୍‌ ଫୁଙ୍କିବା ଏକ ଭଲ ବ୍ୟାୟାମ।

ପ୍ରାଣାୟାମ ଓ ଅନୁଲୋମ ବିଲୋମ ଭଳି ଆସନ କରନ୍ତୁ।

ଯେଉଁ କାରଣରୁ ଶ୍ୱାସ ସମସ୍ୟା ହୋଇଛି, ତା’ଠାରୁ ଦୂରେଇ ରହନ୍ତୁ।

ରାତିରେ ହଲ୍‌କା ଖାଦ୍ୟ ଖାଆନ୍ତୁ ଓ ପ୍ରଚୁର ପାଣି ପିଇବା ଜରୁରୀ।

ଯଦି କୌଣସି ଜିନିଷ ଖାଇଲେ ଶ୍ୱାସ ବେଶୀ ହେଉଥାଏ, ତେବେ ତାହା ଖାଇବା ବନ୍ଦ କରନ୍ତୁ।