Corona mask

ଅଧିକ ପଢ଼ନ୍ତୁ: କୋଭିଡ୍‌ରୁ ସୁସ୍ଥ ହେବା ପରେ କେମିତି ନେବେ ସ୍ୱାସ୍ଥ୍ୟର ଯତ୍ନ? – ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ଅନେକ ଲୋକଙ୍କ ପାଖରେ କିଛି ଲକ୍ଷଣ ପ୍ରକାଶ ପାଇଥାଏ। ସାଧାରଣତଃ ଅତ୍ୟଧିକ ଅବସ ଲାଗିବା, ଛାତିରେ ଯନ୍ତ୍ରଣା ହେବା, କାଶ ହେବା, ଧଇଁସଇଁ ଲାଗିବା ଇତ୍ୟାଦି। ତେବେ ଏହିସବୁ ଲକ୍ଷଣ ପ୍ରକାଶ ପାଉଥିଲେ ପୃଷ୍ଟିକର ଖାଦ୍ୟ ଖାଇବା ସହ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।

କୋଭିଡ୍‌-୧୯ରୁ ସୁସ୍ଥ ହେବା ପରେ କ’ଣ ଖାଇବେ

କରୋନାରୁ ସୁସ୍ଥ ହେବା ପରେ ଏକ ନିର୍ଦ୍ଧିଷ୍ଟ ଖାଦ୍ୟ ଚାଟ୍ ପ୍ରସ୍ତୁତ କରି ସେହି ଅନୁସାରେ ଖାଇବା ଆବଶ୍ୟକ। ଏହି ସମୟରେ ଅଣ୍ଡାର ଧଳା ଅଂଶ, ମାଛ, ଛେନା, ଖିରି, ସିଜନାଲ ପରିବାଜାତୀୟ ଖାଦ୍ୟ, ଡାଲି, ଚଣା ଏବଂ ଶାଗ ଆଦି ଖାଇବା ଆବଶ୍ୟକ। ଅଲଗା ରୋଗ ଥିଲେ ଡାକ୍ତରଙ୍କ ପରାମର୍ଶ ନେଇ ଖାଦ୍ୟ ଖାଇବା ଆବଶ୍ୟକ।

yoga

ଅଧିକ ପଢ଼ନ୍ତୁ: କରୋନା ସମୟରେ ମନକୁ ସୁସ୍ଥ ରଖିବା କେମିତି?

ନିୟମିତ କରନ୍ତୁ ଯୋଗ, ବ୍ୟାୟାମ

କରୋନାରୁ ସୁସ୍ଥ ହେବା ପରେ ନିୟମିତ ଯୋଗ, ବ୍ୟାୟାମ କରିବା ସହ ଉଷୁମ ପାଣି ପିଇବା ଆବଶ୍ୟକ। ନିମୋନିଆ ଦ୍ଵାରା ଆକ୍ରାନ୍ତ ରୋଗୀମାନେ ଗରମ ପାଣି ବାମ୍ଫ ମଧ୍ୟ ନେଇପାରିବେ। ଦୀର୍ଘ ନିଶ୍ୱାସ ପ୍ରଶ୍ୱାସ ବ୍ୟାୟାମ ବା ପ୍ରାଣାୟାମ କରିବା ନିହାତି ଜରୁରୀ।

ଏହି ସମୟରେ ମଦ୍ୟପାନ କିମ୍ଵା ଧୁମପାନ ପରି କାର୍ଯ୍ୟଠାରୁ ଯେତେ ଦୂରେଇ ରହିବା ଜଣେ ରୋଗୀଙ୍କ ପ୍ରତି ତାହା ସେତେ ଫଳପ୍ରଦ ହେବ।

ମାନସିକ ଦୁଶ୍ଚିନ୍ତାରୁ ଦୂର ରହନ୍ତୁ

ସାଧାରଣତଃ କରୋନାରୁ ସୁସ୍ଥ ହେବା ପରେ ଅନେକ ବ୍ୟକ୍ତି ମାନସିକ ସ୍ତରରେ ଦୁର୍ବଳ ହୋଇପଡ଼ନ୍ତି। ଭୋକ ନଲାଗିବା, ମାନସିକ ଭାରାଗ୍ରସ୍ତ ରହିବା ଭଳି ଲକ୍ଷଣ ସେମାନଙ୍କ ପାଖରେ ଦେଖାଦେଇଥାଏ। କେତେକଙ୍କ ସ୍ଥଳରେ ଆତ୍ମହତ୍ୟା କରିବା ପରି ହୀନ ମାନସିକତା ମଧ୍ୟ ଦେଖାଦେଇଥାଏ। ଏପରି ସ୍ଥଳରେ ସେହି ବ୍ୟକ୍ତିଙ୍କୁ ନିଶାଦ୍ରବ୍ୟଠାରୁ ଦୂରରେ ରହି ଉତ୍ତମ ପରିବେଶରେ ବଞ୍ଚିବା ଆବଶ୍ୟକ। ପରିବାର ଏବଂ ସାଙ୍ଗସାଥୀମାନଙ୍କ ସହ ଅଧିକ ସମୟ ବିତାଇବା ଦ୍ଵାରା ଏହି ପ୍ରକାର ଲକ୍ଷଣ ବହୁତ ଶୀଘ୍ର ଦୂର ହୋଇଥାଏ। ଆବଶ୍ୟକ ସ୍ଥଳେ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେବାକୁ ପଡ଼ିପାରେ।

ସଚେତନ ରହନ୍ତୁ

ଘରେ ରହନ୍ତୁ, ବାହାରକୁ ଅଯଥାରେ ଯାଆନ୍ତୁ ନାହିଁ। ସପିଂ ମଲ୍‌, ଧାର୍ମିକସ୍ଥଳ, ଗହଳି ବା ଭିଡ଼ ସ୍ଥାନକୁ ଯାଆନ୍ତୁ ନାହିଁ। ହାତକୁ ସାନିଟାଇଜ୍ କରନ୍ତୁ। କରୋନାରୁ ସୁସ୍ଥ ହୋଇ ଘରକୁ ଯିବାର ୧୦ ଦିନ ଭିତରେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଥରେ କୋଭିଡ୍‌ରୁ ସୁସ୍ଥ ହେବାର ଅର୍ଥ ନୁହଁ ଯେ ଆପଣ ସମ୍ପୂର୍ଣ୍ଣ ସୁରକ୍ଷିତ। ସବୁବେଳେ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତା ନିୟମକୁ ପାଳନ କରନ୍ତୁ।