ପାଚିଲା ଅମୃତଭଣ୍ଡା ଆମ ଶରୀର ପାଇଁ ବହୁତ ଉପାଦେୟ ବୋଲି ସମସ୍ତେ ଜାଣନ୍ତି। ତେବେ ମଧୁମେହ ରୋଗୀଙ୍କ ପାଇଁ ଏହା ଆୟୁର୍ବେଦିକ ଔଷଧ ଭଳି କାମ କରିଥାଏ।

papaya

ଆଜିକାଲି ବହୁ ସଂଖ୍ୟାରେ ଲୋକ ମଧୁମେହର ଶିକାର ହେଉଛନ୍ତି। ମଧୁମେହ ସମସ୍ୟା ଥିଲେ ପ୍ରତିଦିନ ଡାଏଟ୍‌ରେ ପାଚିଲା ଅମୃତଭଣ୍ଡାକୁ ସାମିଲ କରନ୍ତୁ। ରକ୍ତରେ ଏହା ଇନସୁଲିନର ପରିମାଣକୁ ବୃଦ୍ଧି କରିବ। ଜଳଖିଆ ଏବଂ ମଧ୍ୟାହ୍ନଭୋଜନ ମଧ୍ୟରେ ଏହାକୁ ଖାଇପାରିବେ। ନହେଲେ ସନ୍ଧ୍ୟାବେଳେ ଖାଇଲେ ବି ଉପଯୋଗୀ ହୋଇପାରିବ। ପାଚିଲା ନ ମିଳିଲେ କଞ୍ଚା ଅମୃତଭଣ୍ଡାକୁ ସନ୍ତୁଳା ବା ଭଜା କରି ଖାଇପାରିବେ।

ଅମୃତଭଣ୍ଡାରେ ଭିଟାମିନ୍ ଏ, ସି ପ୍ରଚୁର ମାତ୍ରାରେ ରହିଛି। ଭିଟାମିନ୍ ଏ ଦୃଷ୍ଟିଶକ୍ତିକୁ ଭଲ ରଖିଥାଏ। ସେହିପରି ଭିଟାମିନ୍ ସି ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ତେଣୁ କୌଣସି ପ୍ରକାର ଭୂତାଣୁ ସହଜରେ ଶରୀରକୁ ଆକ୍ରାନ୍ତ କରିପାରନ୍ତି ନାହିଁ। ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଶର୍କରାର ପରିମାଣ ଅଧିକ ରହୁଥିବାରୁ ଶରୀରରେ ଇମ୍ୟୁନ୍ ସେଲସ କମ୍ ହେବାକୁ ଲାଗିଥାଏ। ଅମୃତଭଣ୍ଡାରେ ଥିବା ଭିଟାମିନ୍ ସି ସେହି କୋଷିକାର ସଂଖ୍ୟା ବଢ଼ାଇବାରେ ସହାୟକ ହୁଏ।

ଅମୃତଭଣ୍ଡାରେ ମ୍ୟାଗ୍ନେସିୟମ ଏବଂ ପୋଟାସିୟମ ମଧ୍ୟ ସନ୍ତୁଳିତ ମାତ୍ରାରେ ରହିଥାଏ। ମ୍ୟାଗ୍ନେସିୟମ ଶରୀରରେ ସ୍ପୁର୍ତ୍ତି ବଜାୟ ରଖେ। ଏହା ସହ ମୃତ କୋଷକୁ ବାହାର କରିବା, କ୍ଷତିଗ୍ରସ୍ତ ହୋଇଥିବା କୋଷିକାକୁ ମରାମତି କରିବା ଏବଂ ରକ୍ତପ୍ରବାହକୁ ତ୍ୱରାନ୍ୱିତ କରିବାର କାମ କରେ। ପୋଟାସିୟମ ଫ୍ଲୁଇଡ୍‌କୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ। ଏହାଦ୍ୱାରା ମାଂସପେଶୀ ଠିକ୍ ଭାବେ କାମ କରେ। କେବଳ ସେତିକି ନୁହେଁ, ପୋଟାସିୟମ ଆମକୁ କିଡ୍‌ନି ଷ୍ଟୋନ, ହୃଦଘାତ ଭଳି ରୋଗରୁ ସୁରକ୍ଷା ଦିଏ।

ତେବେ ଏହାକୁ ନିର୍ଦ୍ଦିଷ୍ଟ ପରିମାଣରେ ଖାଇବା ଆବଶ୍ୟକ। ଏଥିପାଇଁ ଡାକ୍ତରଙ୍କ ପରାମର୍ଶ  ନେଇପାରିବେ।

ଅମୃତଭଣ୍ଡା କାଟିବାର ୪ ଘଣ୍ଟା ମଧ୍ୟରେ ଏହାକୁ ଖାଇବା ଆବଶ୍ୟକ। ପାଚିଲା ଅମୃତଭଣ୍ଡାକୁ କେବେହେଲେ କାଟି  ଫ୍ରିଜରେ ରଖନ୍ତୁ ନାହିଁ।

 papaya a great choice for diabetics. Health Tips in Odia.