ବ୍ରଣ, ବ୍ରଣ ଦାଗ, ଆଲର୍ଜି ଭଳି ବିଭିନ୍ନ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର କରେ କମଳା ଚୋପା।

orange peel powder

ଭଲ ସ୍ଵାସ୍ଥ୍ୟ ଓ ଦାଗ ମୁକ୍ତ ଚେହେରା ପାଇବା ପାଇଁ ସମସ୍ତେ ଚେଷ୍ଟିତ ଥା’ନ୍ତି। ଏଥିପାଇଁ ସମସ୍ତେ ବିଭିନ୍ନ ପ୍ରଡକ୍ଟ ବ୍ୟବହାର କରିଥାଆନ୍ତି। ହେଲେ କେବଳ କମଳାଚୋପା ଓ ସନ୍ତୁଳିତ ଆହାର ଆପଣ ତ୍ଵଚା ସମ୍ପର୍କିତ ସମସ୍ତ ସମସ୍ୟାରୁ ମୁକ୍ତି ଦେଇପାରିବ।

ବହୁତ ଦିନର ଦାଗ ଦୂର କରେ କମଳା ଚୋପା। କମଳା ଚୋପା ଗୁଣ୍ଡକୁ ନିୟମିତ ତ୍ୱଚାରେ ଲଗାଇବା ଦ୍ୱାରା ଚେହେରାରୁ ବ୍ରଣ, ବ୍ରଣ ଦାଗ ଦୂର ହୋଇଥାଏ।

ବ୍ଲାକ୍‌ହେଡ୍‌, ହ୍ୱାଇଡ୍‌ ହେଡ୍‌ ହୋଇଥିଲେ ମୁହଁରେ କମଳା ଚୋପା ଲଗାଇବା ଦ୍ୱାରା ଲାଭ ମିଳିଥାଏ। ୧ ଚାମଚ କମଳା ଚୋପା ଗୁଣ୍ଡରେ, ଅଧ ଚାମଚ ବେସନ, ଅଧ ଚାମଚ ହଳଦୀ ଓ ୨ ଚାମଚ କ୍ଷୀର ମିଶାନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ, ୧୫ ମିନିଟ୍‌ ପରେ ମୁହଁକୁ ମସାଜ କରି ଧୋଇଦିଅନ୍ତୁ। ସପ୍ତାହକୁ ଦୁଇଥର ଏପରି କରିବେ।

ଦୁଇ ବର୍ଷର ଛୁଆଠୁ ନେଇ ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ କମଳା ଚୋପାର ବ୍ୟବହାର କରିପାରିବେ। ଛୋଟବେଳେ ପିଲାମାନଙ୍କୁ ଅଧିକ ଆଲର୍ଜି ହେବାର ଆଶଙ୍କା ଥାଏ। ଏଭଳି କ୍ଷେତ୍ରରେ କମଳାଗୁଣ୍ଡକୁ ନଡ଼ିଆ ତେଲରେ ମିଶାଇ ଲଗାଇବେ। କିଛି ଦିନ ଲଗାଇବା ଦ୍ୱାରା ଆଲର୍ଜି ଧୀରେ ଧୀରେ ଦୂର ହୋଇଥାଏ

କମଳାଗୁଣ୍ଡକୁ ନିୟମିତ ଭାବେ ତ୍ୱଚାରେ ଲଗାଇବା ଫଳରେ ତ୍ୱଚାରୁ ମୃତକୋଷ ଦୂର ହୋଇଥାଏ।

ଖରା ଯୋଗୁଁ ତ୍ୱଚା ଟ୍ୟାନ୍‌ ପଡ଼ିଯାଇଥିଲେ କମଳା ଚୋପା ଗୁଣ୍ଡରେ ଦହି ମିଶାଇ ଲଗାନ୍ତୁ। ଶୁଖିଗଲା ପରେ ଧୋଇଦେବେ। ଏହି ପ୍ୟାକ୍‌ ସପ୍ତାହକୁ ଦୁଇଥର ଲଗାଇବେ। ଏପରି କରିବା ଦ୍ୱାରା ତ୍ୱଚାରୁ ଟ୍ୟାନ୍‌ ଦୂର ହୁଏ।

କେମିତି ପ୍ରସ୍ତୁତ କରିବେ କମଳା ଚୋପା?

କମଳାକୁ ଖାଇ କମଳା ଚୋପାକୁ ପକାନ୍ତୁ ନାହିଁ। ଏହି ଚୋପାକୁ ଛୋଟ ଛୋଟ କରି ଛିଣ୍ଡାଇ ଖରାରେ ଶୁଖାଇ ଦିଅନ୍ତୁ। ଚୋପାଗୁଡ଼ିକ ଭଲକି ଶୁଖିଗଲେ ଏହାକୁ ଗ୍ରାଇଣ୍ଡିଂ କରି ଏକ ବାୟୁ ଅବାଦ୍ଧ ଡବାରେ ଭର୍ତ୍ତି କରି ରଖନ୍ତୁ।