ଅଧିକ ପଢ଼ନ୍ତୁ: ଭିଟାମିନ୍‌ ସି’ କେଉଁ ଖାଦ୍ୟରୁ ମିଳିଥାଏ ଜାଣନ୍ତୁ

ଖଟା, ମିଠା ସ୍ୱାଦରେ ଭରପୂର ଥିବା କମଳା ଭିଟାମିନ୍‌ ସିରେ ଭରି ରହିଛି। ଏହା ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିଥାଏ। କମଳାରେ ପ୍ରଚୁର ପରିମାଣର ପଲିଫେନୋଲ ଥାଏ, ଯାହା ବାହ୍ୟ ସଂକ୍ରମଣରୁ ରକ୍ଷା କରିଥାଏ। ଏହାଛଡ଼ା କମଳାରେ ୧୭୦ରୁ ଅଧିକ ଫାଇଟୋକେମିକାଲ ଓ ୬୦ରୁ ଅଧିକ ଫ୍ଲେବୋନଏଡ୍‌ ରହିଛି।

କୋଲେଷ୍ଟ୍ରୋଲ କମ୍‌ କରେ

କମଳାରେ ପେକ୍‌ଟିନ୍‌ ନାମକ ଫାଇବର ରହିଛି, ଯାହା ଶରୀରରେ କୋଲେଷ୍ଟ୍ରୋଲକୁ କମ୍‌ କରିଥାଏ। କମଳା ଭଲ (HDL) କୋଲେଷ୍ଟ୍ରୋଲ ସ୍ତରକୁ ବଢ଼ାଇଥାଏ ଏବଂ ଖରାପ (LDL) କୋଲେଷ୍ଟ୍ରୋଲକୁ ହ୍ରାସ କରିପାରେ। ଏହା ରକ୍ତଚାପ ନିୟନ୍ତ୍ରଣରେ ମଧ୍ୟ ସାହାଯ୍ୟ କରିଥାଏ ଏବଂ ଏହିପରି ହୃଦୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ।

ଅଧିକ ପଢ଼ନ୍ତୁ: ଭିଟାମିନ୍‌ କେ’ – କାହିଁକି ଜରୁରୀ?

ତ୍ୱଚା ପାଇଁ ଉପକାରୀ

ସୂର୍ଯ୍ୟକିରଣରୁ ଆସୁଥିବା ଅତି ବାଇଗଣୀ ରଶ୍ମୀ ଓ ପ୍ରଦୂଷଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ କମଳା। ଏଥିରେ ଭିଟାମିନ୍‌ ସି, ଆଣ୍ଟିଅକ୍ସିଡାଣ୍ଟ ରହିଛି, ଯାହା କୋଲାଜେନ୍‌ ତିଆରି କରିବାରେ ସାହାଯ୍ୟ କରିଥାଏ। ଏହା ତ୍ଵଚାର କୁଞ୍ଚନ, ଦାଗ ଦୂର କରିବାରେ ସହାୟକ ହୋଇଥାଏ।

ଓଜନ କମ୍‌ କରିଥାଏ

କମଳା ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ। କାରଣ ଏଥିରେ ଫାଇବାର ଓ ଭିଟାମିନ୍‌ ସିର ମାତ୍ରା ଅଧିକ ଥାଏ। ଫାଇବର ଶୀଘ୍ର ଭୋକ ନ ଲାଗିବା ପାଇଁ ସାହାଯ୍ୟ କରେ। ଫଳରେ ବ୍ୟକ୍ତି କମ୍‌ ଖାଇଥା’ନ୍ତି, ଯାହାକି ଓଜନ କମ୍‌ କରିବାରେ ସହାୟକ ହୋଇଥାଏ।

ହଜମ କରିବାରେ ସାହାଯ୍ୟ କରେ

କମଳାରେ ଫାଇବର ମାତ୍ରା ଅଧିକ ଥିବାରୁ ଏହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ।

ସେହିପରି କେବଳ କମଳା ନୁହେଁ, କମଳାର ଚୋପା ମଧ୍ୟ ଶରୀର ପାଇଁ ଉପକାରୀ। ଏଥିରେ ଭିଟାମିନ ବି ୬, କ୍ୟାଲସିୟମ, ଫୋଲେଟ ବ୍ୟତୀତ ପଲିଫିନୋଲ ମଧ୍ୟ ରହିଥାଏ। ଓଜନ କମାଇବାରେ କମଳା ଚା’ ବି ଖୁବ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। କମଳାର ଚୋପାକୁ ଶୁଖାଇ ତାକୁ ଚା’ କରିବା ସମୟରେ ବ୍ୟବହାର କରିପାରିବେ।

କମଳା ରସ ଶରୀରକୁ ଅନେକ ଆଣ୍ଟିଅକ୍ସିଡାଣ୍ଟ ଯୋଗାଇପାରେ ଯାହା ଆପଣଙ୍କ ଶରୀରକୁ ଫ୍ରି-ରେଡିକାଲ ଦ୍ୱାରା ହୋଇଥିବା କ୍ଷତିରୁ ରକ୍ଷା କରିପାରିବ।