ଜାଣନ୍ତୁ, ଭିଟାମିନ୍‌ କେ’ ଫାଇଦା ସମ୍ପର୍କରେ।

ଭିଟାମିନ୍‌ କେ’ ଆମ ଶରୀର ପାଇଁ ବେଶ୍‌ ଗୁରୁତ୍ଵପୂର୍ଣ୍ଣ। ଏହା ହାଡ଼ ଓ ହୃଦୟକୁ ସୁସ୍ଥ ରଖିଥାଏ। ଏହାଛଡ଼ା ଭିଟାମିନ୍‌ କେ’ ଆମ ଶରୀରକୁ ବିଭିନ୍ନ ପ୍ରକାର ରୋଗରୁ ଲଢ଼ିବାରେ ସାହାଯ୍ୟ କରିଥାଏ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ସଠିକ୍ ଭାବେ ରକ୍ତ ସଞ୍ଚାଳନ କରିବାରେ ମଧ୍ୟ ସାହାଯ୍ୟ କରେ। 

ଭିଟାମିନ-କେ’ ଶରୀରରେ କେତେକ ନିର୍ଦ୍ଦିଷ୍ଟ ପ୍ରୋଟିନ ପ୍ରସ୍ତୁତ କରିବାରେ ସାହାଯ୍ୟ କରେ। ଏହାସହ ରକ୍ତ ଜମାଟ ବାନ୍ଧିବାରେ ଏବଂ ହାଡ଼ରେ କ୍ୟାଲସିଆମକୁ ବାନ୍ଧି ରଖିବାରେ ଭିଟାମିନ-କେର ଭୂମିକା ଗୁରୁତ୍ଵପୂର୍ଣ୍ଣ।

ଭିଟାମିନ୍‌ କେ ଧମନୀରେ ଖଣିଜପଦାର୍ଥ ଗଠନକୁ ରୋକିବାରେ ସାହାଯ୍ୟ କରେ। ଭିଟାମିନ୍‌ କେ ଅଭାବରୁ ଅଷ୍ଟିଓପୋରୋସିସ୍‌ ହେବାର ଆଶଙ୍କା ଥାଏ।

ରକ୍ତ ଜମାଟ ବାନ୍ଧିବାରେ ଭିଟାମିନ୍‌ କେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଯଦି ଜଣଙ୍କର ଭିଟାମିନ୍‌ କେ’ର ଅଭାବ ଥାଏ, ତେବେ ଶରୀରରେ ସାମାନ୍ୟ କାଟି ହୋଇଗଲେ ଅତ୍ୟଧିକ ରକ୍ତ ପ୍ରବାହ ବନ୍ଦ ହେବାର କ୍ଷମତା ହରାଇଥାଏ।

ଭିଟାମିନ୍‌ କେ ଅଭାବରୁ ରକ୍ତହୀନତା ହେବାର ଆଶଙ୍କା ଥାଏ। ରକ୍ତହୀନତା ହେବା ଫଳରେ ଥକ୍କାପଣ, ଦୁର୍ବଳ ଲାଗିବା, ହାଲିଆ ଲାଗିବା ଭଳି ଲକ୍ଷଣ ଦେଖାଦିଏ।

କେଉଁ ଖାଦ୍ୟରୁ ମିଳିବ ଭିଟାମିନ୍‌ କେ?

ଚିକେନ୍‌, କିଓ୍ୱି, ବିନ୍ସ, ସୋୟାବିନ୍‌ ତେଲ, ଆଭୋକାଡୋ, ବନ୍ଧାକୋବି, ଅଣ୍ଡାର କେଶର, କଳାଜାମୁ, ଟମାଟ, ଅଙ୍ଗୁର, ଡାଳିମ୍ବ, କାଜୁ, ଓ୍ୱାଲନଟ୍‌ ଆଦିରେ ପ୍ରଚୁର ପରିମାଣରେ ଭିଟାମିନ୍‌ କେ’ ଭରି ରହିଛି।

ଜାଣନ୍ତୁ କେଉଁ ବୟସରେ କେତେ ପରିମାଣର ଭିଟାମିନ୍‌ କେ’ ନେବା ଜରୁରୀ?

୦ରୁ ୬ମାସର ଶିଶୁ –  ଦୈନିକ ୨ ମାଇକ୍ରୋଗ୍ରାମ୍‌

୭ମାସରୁ ୧୨ ମାସର ଶିଶୁ – ଦୈନିକ ୨.୫ ମାଇକ୍ରୋଗ୍ରାମ୍‌

୧ବର୍ଷରୁ ୩ ବର୍ଷ ପିଲାଙ୍କ ପାଇଁ – ୩୦ ମାଇକ୍ରୋଗ୍ରାମ୍‌

୪ରୁ ୮ ବର୍ଷର ପିଲା – ୫୫ ମାଇକ୍ରୋଗ୍ରାମ୍‌

୯ରୁ ୧୩ ବର୍ଷର ପିଲା – ୬୦ ମାଇକ୍ରୋଗ୍ରାମ୍‌

୧୪ରୁ ୧୮ ବର୍ଷର କିଶୋରୀ – ୭୫ ମାଇକ୍ରୋଗ୍ରାମ୍‌

୧୯ ବର୍ଷରୁ ଅଧିକ ବୟସର ମହିଳା, ଗର୍ଭବତୀ ମହିଳା – ୯୦ ମାଇକ୍ରୋଗ୍ରାମ୍‌

୧୪ରୁ ୧୮ ବର୍ଷର କିଶୋର – ଦୈନିକ ୭୫ ମାଇକ୍ରୋଗ୍ରାମ୍‌

୧୯ ବର୍ଷରୁ ଅଧିକ ବୟସ ପୁରୁଷ – ଦୈନିକ ୧୨୦ ମାଇେକ୍ରୋଗ୍ରାମ୍‌