କୋଭିଡ୍‌ ଜନିତ ଭୟ ସମସ୍ତଙ୍କର ମାନସିକ ଚାପକୁ ବଢ଼ାଇ ଦେଇଛି। ଫଳରେ ଅବସାଦ, ଉଦ୍‌ବେଗ, ନିଦ୍ରାହୀନତା ଭଳି ମାନସିକ ଅସୁସ୍ଥତା ଦେଖାଦେଉଛି। ତେଣୁ କୋଭିଡ୍‌ରୁ ସୁସ୍ଥ ହେବା ପରେ ମାନସିକ ସ୍ୱାସ୍ଥ୍ୟର ଯତ୍ନ କିଭଳି ନେବେ ଜାଣିରଖନ୍ତୁ।

ସାରା ବିଶ୍ୱରେ ଏବେ ଦେଖିବାକୁ ମିଳୁଛି କରୋନାର କରାଳ ରୂପ। କେଉଁଠି ଅମ୍ଳଜାମ ଅଭାବରୁ ମୃତ୍ୟୁ ହେଉଥିବା ଖବର ସାମ୍ନାକୁ ଆସୁଥିବା ବେଳେ କେଉଁଠି ନିଜ ପ୍ରିୟଜନଙ୍କୁ ଆକ୍ରାନ୍ତ ହେବା ଦେଖି ମାନସିକ ଅବସ୍ଥା ଶୋଚନୀୟ ହୋଇପଡ଼ୁଛି। ଏହିଭଳି ପରିସ୍ଥିତିରେ ମାନସିକ ଭାରସାମ୍ୟ ହରାଇବା ସାଧାରଣ କଥା। ତେବେ ଏହି ସମୟରେ ଆପଣ ଏବଂ ଆପଣଙ୍କ ପ୍ରିୟଜନଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ହେଲେ ଆପଣଙ୍କୁ ମାନସିକ ଭାବରେ ଦୃଢ଼ ହେବାକୁ ପଡ଼ିବ। ଜାଣନ୍ତୁ କିଭଳି ନେବେ ମାନସିକ ସ୍ୱାସ୍ଥ୍ୟର ଯତ୍ନ? 

କେଉଁଭଳି ମାନସିକ ସମସ୍ୟା ଦେଖାଦେଇଥାଏ

  • ଦୀର୍ଘ ଦିନ ଧରି କୋଭିଡ୍-୧୯ ଲାଗି ରହିଥିବାରୁ ଲୋକଙ୍କର ମାନସିକ ଅବସ୍ଥା ଶୋଚନୀୟ। ଲୋକେ ଅଧୈର୍ଯ୍ୟ ହେଲେଣି।
  • କରୋନାକୁ ନେଇ ସମସ୍ତଙ୍କ ମନରେ ଡର ତେଣୁ ଅନେକ ଗାଁ ଏବଂ ସହରରେ କରୋନାରେ ଆକ୍ରାନ୍ତ ହେଲେ ସାମାଜିକ ବାସନ୍ଦ ହେବାର ଡର ରହୁଛି। 
  • ସଂକ୍ରମଣ ଭୟରେ ନିଜ ପ୍ରିୟଜନଙ୍କ ସହ ମିଶି ନ ପାରିବାରୁ ଏକଲାପଣ ଅନୁଭବ ହୋଇଥାଏ।
  • ରାଗ ଚିଡ଼ିବା, ଭୟ ଲାଗିବା, ଅନିଦ୍ରା ଲାଗିବା, ବିରକ୍ତି ଲାଗିବା ଭଳି ଅନୁଭବ ହୋଇଥାଏ। 

ଅଧିକ ପଢ଼ନ୍ତୁ: କରୋନା ସ୍ଥିତିରେ ମାନସିକ ଚାପ ପାଇଁ କାର୍ଯ୍ୟଦକ୍ଷତା କମିଯାଏ କି?

କିପରି କରିବେ ମୁକାବିଲା? 

  • କରୋନା ଜନିତ ମୃତ୍ୟୁ ଖବର ବା ନକାରାତ୍ମକ ଖବରଠାରୁ ଦୂରେଇ ରହନ୍ତୁ। 
  • ମନ ସର୍ବଦା ଖୁସି ରଖନ୍ତୁ। କୌଣସି ପରିସ୍ଥିତିରେ ବିଚଳିତ ନ ହୋଇ ଧୈର୍ଯ୍ୟ ରଖନ୍ତୁ।
  • ନିଜ ପ୍ରିୟଜନ, ବନ୍ଧୁଙ୍କ ସହିତ ଭିଡିଓ ଏବଂ ଅଡିଓ କଲରେ ଯୋଡ଼ି ହୁଅନ୍ତୁ। 
  • ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ। 
  • ଯଥେଷ୍ଟ ବିଶ୍ରାମ ନିଅନ୍ତୁ। 
  • ଦୈନିକ ଯେତିକି ପାରୁଛନ୍ତି ସେତିକି ବ୍ୟାୟାମ କରନ୍ତୁ। 
  • ମାଦକ ଦ୍ରବ୍ୟଠାରୁ ଦୂରେଇ ରହନ୍ତୁ। 
  • କରୋନା ସମ୍ବନ୍ଧୀୟ ଖବର କେବଳ ନିର୍ଭରଯୋଗ୍ୟ ୱେବସାଇଟରୁ ପଢ଼ନ୍ତୁ। 
  • ନିଜେ କରୋନାର ଲକ୍ଷଣ ଅନୁଭବ କରୁଥିଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। 
  • ଏହି ସବୁ ଉପାୟ କରିବା ପରେ ମଧ୍ୟ ଯଦି ଆପଣ ଚିନ୍ତା ମୁକ୍ତ ହୋଇପାରୁନାହାନ୍ତି ତେବେ ମାନସିକ ବିଶେଷଜ୍ଞଙ୍କଠାରୁ ପରାମର୍ଶ ନିଅନ୍ତୁ। 
  •  ଯୋଗ, ପ୍ରାଣାୟାମ ଓ ବ୍ୟାୟାମ କରନ୍ତୁ।
  • ପଢ଼ାପଢ଼ି, ଲେଖାଲେଖି ଭଳି କାର୍ଯ୍ୟରେ ମନୋନିବେଶ କରନ୍ତୁ।