ଗର୍ଭାବସ୍ଥା ପରେ ମହିଳାମାନଙ୍କ ପେଟରେ ଷ୍ଟ୍ରେଚ ମାର୍କ୍ସ ପଡ଼ିଯାଇଥାଏ। ଆସନ୍ତୁ ଜାଣିବା କିପରି ଦୂର କରିବେ ଏହି ଷ୍ଟ୍ରେଚ ମାର୍କ୍ସ ।

pregnancyମହିଳାମାନଙ୍କ ଗର୍ଭଧାରଣ ପରେ ସେମାନଙ୍କ ପେଟରେ ଧଳା ଦାଗ ଦେଖିବାକୁ ମିଳିଥାଏ। ସେହି ଦାଗକୁ ଆମେ ଷ୍ଟ୍ରେଚ ମାର୍କ୍ସ ବୋଲି କହିଥାଉ। ଗର୍ଭଧାରଣର ୧୩ ରୁ ୨୧ ସପ୍ତାହ ମଧ୍ୟରେ ଷ୍ଟ୍ରେଚ ମାର୍କ୍ସ ସୃଷ୍ଟି ହୋଇଥାଏ। କହିବାକୁ ଗଲେ ଏହି ଷ୍ଟ୍ରେଚ ମାର୍କ୍ସ ସମ୍ପୂର୍ଣ୍ଣ ଭାବେ ଭଲ ହୋଇପାରିବ ନାହିଁ। କିନ୍ତୁ ଏହାକୁ କିଛି ମାତ୍ରାରେ କମ କରାଯାଇପାରିବ। ଶରୀରର ହରମୋନର ଅସନ୍ତୁଳନ ଏବଂ ଅନାବଶ୍ୟକ ଚର୍ବି ହେତୁ ଗର୍ଭାବସ୍ଥାରେ ପେଟରେ ଷ୍ଟ୍ରେଚ ମାର୍କ୍ସ ଦେଖାଯାଇଥାଏ।

ଓଜନ କମ କରନ୍ତୁ

ଗର୍ଭାବସ୍ଥା ବେଳେ ମହିଳାମାନଙ୍କ ଶରୀରରେ ଅନାବଶ୍ୟକ ଫ୍ୟାଟ ଜମା ହୋଇଯାଇଥାଏ। କୋଲାଜେନ ଫାଇବର ଏବଂ ଇଲାଷ୍ଟିନର ମାତ୍ରା ଅଧିକ ହେବା ହେତୁ ଏପରି ହୋଇଥାଏ। ତେଣୁ ପ୍ରସବ ପରେ ଓଜନ କମ କରିବାକୁ ଚେଷ୍ଟା କରନ୍ତୁ। ମନେ ରଖନ୍ତୁ, ଧୀରେ ଧୀରେ ଆପଣ ବିଭିନ୍ନ ଉପାୟରେ ଓଜନ କମ କରିବା ଆବଶ୍ୟକ। ଶରୀର ଉପରେ ଅଧିକ ଚାପ ପଡ଼ିଲେ ଅନେକ ସମସ୍ୟା ଦେଖାଦେଇଥାଏ।

ଭଲ ଖାଦ୍ୟ ଖାଆନ୍ତୁ

ସୁସ୍ଥ ମହିଳାମାନଙ୍କ ନିକଟରେ ଷ୍ଟ୍ରେଚ ମାର୍କ୍ସ କମ ମାତ୍ରାରେ ଦେଖିବାକୁ ମିଳିଥାଏ। ତେଣୁ ସୁସ୍ଥ ରହିବା ପାଇଁ ଭଲ ଏବଂ ସତେଜ ଖାଦ୍ୟ ଖାଇବା ଆବଶ୍ୟକ। ବିଶେଷ କରି ଭିଟାମିନ ସି ଜାତୀୟ ଖାଦ୍ୟ ଅଧିକ ଖାଇବା ଆବଶ୍ୟକ। ବିଭିନ୍ନ ପ୍ରକାର ଖାଦ୍ୟରୁ ଶରୀରକୁ ଅନେକ ଭିଟାମିନ ମିଳିଥାଏ ଯାହାକି ଷ୍ଟ୍ରେଚ ମାର୍କ୍ସ ଭଳି ଅନ୍ୟାନ୍ୟ ଦାଗ ଦୂର କରିବାରେ ସାହାଯ୍ୟ କରିଥାଏ।

କ୍ରିମ ଏବଂ ଲୋସନ ବ୍ୟବହାର କରନ୍ତୁ

ପେଟର ଷ୍ଟ୍ରେଚ ମାର୍କ୍ସ ଦୂର କରିବା ପାଇଁ କ୍ରିମ ଏବଂ ଲୋସନ ବ୍ୟବହାର କରନ୍ତୁ। ମେଡିସିନ ଦୋକାନରୁ କିମ୍ବା ସାଙ୍ଗ ସାଥୀଙ୍କ କଥାରେ ପଡ଼ି ମେଡିସିନ ବ୍ୟବହାର କରନ୍ତୁ ନାହିଁ। ଯଦ୍ୱାରା ଆପଣଙ୍କର ଅନେକ ସମସ୍ୟା ଦେଖାଦେଇଥାଏ। ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ କ୍ରିମ ଏବଂ ଔଷଧ ବ୍ୟବହାର କରିବା ଉଚିତ। ଭିଟାମିନ ସି, ହାଇଲାରୁନିକ ଏସିଡ ଏବଂ ସେଣ୍ଟାଲା ଆସିଆଟିକା ଭଳି କ୍ରିମ ଆପଣ ଷ୍ଟ୍ରେଚ ମାର୍କ୍ସ ପାଇଁ ବ୍ୟବହାର କରିପାରିବେ।

ଲେଜର ଲାଇଟ

ଷ୍ଟ୍ରେଚ ମାର୍କ୍ସ ଦୂର କରିବା ପାଇଁ ସବୁଠାରୁ ଭଲ ପଦ୍ଧତି ହେଉଛି ଲେଜର ଲାଇଟ ପ୍ରୋସେସ। ଏଥିରେ ଲେଜର ଲାଇଟ ମାଧ୍ୟମରେ ଦାଗ ଲିଭାଇ ଦିଆଯାଇଥାଏ। କିନ୍ତୁ ଏହି ପଦ୍ଧତିରେ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ।

ମାକ୍ରୋ ନିଡିଲିଂ

ଲେଜର ଲାଇଟ ପ୍ରୋସେସ ଅପେକ୍ଷା ମାକ୍ରୋ ନିଡିଲିଂ ଉପାୟ କମ ସମୟ ସାପେକ୍ଷ ଏବଂ ଏଥିରେ କମ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥାଏ। ଷ୍ଟ୍ରେଚ ମାର୍କ୍ସ ଦୂର କରିବା ପାଇଁ ରେଡିଓ ଫ୍ରିକ୍ୟୁଏନ୍ସି ମାଧ୍ୟମରେ ଚିକିତ୍ସା କରାଯାଇଥାଏ। ଏହି ଉପାୟରେ ଶରୀରର ଅଧିକ ପିଗମେଟ ମଧ୍ୟ ଜମା ହୋଇ ପାରେ ନାହିଁ।

ଡର୍ମାବ୍ରାସନ ପଦ୍ଧତି

ଡର୍ମାବ୍ରାସନ ପଦ୍ଧତିରେ ଷ୍ଟ୍ରେଚ ମାର୍କ୍ସ ସହ ଶରୀରର ବିଭିନ୍ନ ଦାଗ ଦୂର କରାଯାଇଥାଏ। ଏହି ଉପାୟରେ ଚର୍ମ ଉପରେ କୌଣସି ଖରାପ ପ୍ରଭାବ ପଡ଼ି ନଥାଏ।