ସାଧାରଣତଃ ଆମକୁ ୭-୮ ଘଣ୍ଟା ଶୋଇବାକୁ କାହିଁକି କୁହାଯାଇଥାଏ? ନିଦର ଅଭାବ ମସ୍ତିଷ୍କ ଉପରେ କି ପ୍ରଭାବ ପକାଇଥାଏ? ଆସନ୍ତୁ ଜାଣିବା।

sleeplessnessଜଣେ ବ୍ୟକ୍ତିର ଖାଦ୍ୟ ଏବଂ ପାଣି ଭଳି ନିଦ ମଧ୍ୟ ନିହାତି ଜରୁରୀ। ନିଜକୁ ଶାରିରୀକ ଏବଂ ମାନସିକ ଭାବେ ସୁସ୍ଥ ରଖିବାକୁ ନିଦର ଆବଶ୍ୟକତା ରହିଛି। ତେବେ ନିଦ୍ରାହୀନତା ମସ୍ତିଷ୍କର କାର୍ଯ୍ୟକଳାପରେ ଅସନ୍ତୁଳନ ସୃଷ୍ଟି କରେ। ବ୍ୟକ୍ତି ନିକଟରେ ଭୁଲାପଣ ରୋଗ ଏବଂ ଅନ୍ୟାନ୍ୟ ମସ୍ତିଷ୍କ ଜନିତ ସମସ୍ୟା ଦେଖାଯାଇଥାଏ।

ଅଧିକ ଦିନ ପର୍ଯ୍ୟନ୍ତ କଥା ମନେ ରହେ ନାହିଁ

ବ୍ୟକ୍ତି ଆବଶ୍ୟକ କରୁଥିବା ନିଦରେ ନ ଶୋଇବା ଫଳରେ ଧୀରେ ଧୀରେ ସ୍ମୃତି ଶକ୍ତି ଭୁଲି ଯାଇଥାଏ। ନିଦ୍ରାହୀନତା ଯୋଗୁଁ ବ୍ୟକ୍ତି ସହ ଅତୀତରେ ଯାହା ସବୁ ଘଟିଛି ତାହାକୁ ସେ ବର୍ଣ୍ଣନା କରିବାକୁ ଅକ୍ଷମ ହୋଇଥାଏ। ନିଦର ଅଭାବ ଯୋଗୁଁ ମସ୍ତିଷ୍କର ସ୍ନାୟୁ ସଠିକ ଭାବେ କାମ କରିପାରନ୍ତି ନାହିଁ। ତେଣୁ ବ୍ୟକ୍ତି ଅଧିକ ଦିନ ପର୍ଯ୍ୟନ୍ତ କୌଣସି କଥା ମନେ ରଖିପାରିନଥାଏ।

ଅଲଝାଇମର ହେବାର ଆଶଙ୍କା ବଢ଼ିଯାଏ

ସଠିକ ନିଦର ଅଭାବ ଯୋଗୁଁ ମସ୍ତିଷ୍କରେ ନ୍ୟୁରୋଟ୍ରାନ୍ସମିଟର ପରସ୍ପର ସହ ଯୋଡ଼ି ହୋଇ ପାରନ୍ତି ନାହିଁ। ଯାହା ଫଳରେ ବ୍ୟକ୍ତି ଭୁଲାପଣ ସମସ୍ୟାର ଶିକାର ହୋଇଥାଏ। ବ୍ରେନ ପ୍ରୋଟିନ ସାଧାରଣ ଭାବେ କାର୍ଯ୍ୟ କରିନଥାଏ। ଶୋଇବା ପରେ ବ୍ରେନର ନ୍ୟୁରୋନ ବିଷାକ୍ତ ପଦାର୍ଥ ମସ୍ତିଷ୍କ ଭିତରେ ତିଆରି କରିଥାଏ। କିନ୍ତୁ ନିଦର ଅଭାବ ହେଲେ ଏହି ବିଷାକ୍ତ ପଦାର୍ଥ ସଠିକ ରୂପେ ସ୍ଥାନାନ୍ତରିତ ହୋଇପାରେ ନାହିଁ। ଫଳରେ ମସ୍ତିଷ୍କ ଉପରେ ପ୍ରଭାବ ପଡ଼ି ବ୍ୟକ୍ତି ଧୀରେ ଧୀରେ ସବୁ କଥା ଭୁଲିବା ଆରମ୍ଭ କରିଥାଏ।

depressionଦୁର୍ବଳତା ଲାଗିଥାଏ

ଆପଣ କେବେ ଅନୁଭବ କରିଛନ୍ତି ଯେ ଗୋଟିଏ ରାତି ନ ଶୋଇବା ପରେ ପର ଦିନ ସକାଳେ ଆପଣଙ୍କୁ ଦୁର୍ବଳତା ଏବଂ ମାନ୍ଦା ଭଳି ଅନୁଭବ ହୋଇଥାଏ। ଶୋଇବା ଫଳରେ ଉଭୟ ଶରୀର ଏବଂ ମସ୍ତିଷ୍କକୁ କିଛି ସମୟ ପାଇଁ ବିଶ୍ରାମ ମିଳିଥାଏ। ଅଳସୁଆ ଲାଗିବା କାରଣରୁ କୌଣସି କାମ ସଠିକ ଭାବେ ହୋଇପାରେ ନାହିଁ। ଦିନ ସାରା ଚିଡ଼ଚିଡ଼ା ଏବଂ ବିରକ୍ତି ଲାଗିଥାଏ। ବିଶେଷ କରି ମଲ୍ଟି ଟ୍ୟାକ୍ସିଂ କରୁଥିବା ବ୍ୟକ୍ତି ଏହା ଦ୍ୱାରା ଅଧିକ ପ୍ରଭାବିତ ହୋଇଥାନ୍ତି।

ମାନସିକ ଅବସାଦ ସୃଷ୍ଟି ହୁଏ

ବ୍ୟକ୍ତି ସଠିକ ଭାବେ ନ ଶୋଇବା ଯୋଗୁଁ ମାନସିକ ଅବସାଦର ଶିକାର ହୋଇଥାଏ। ଅଧିକ ଶୋଇବା ଫଳରେ ମଧ୍ୟ ମାନସିକ ଚାପରେ ଆକ୍ରାନ୍ତ ହୋଇଥାଏ। ତେଣୁ ପ୍ରତିଦିନ ରାତିରେ ୮ ଘଣ୍ଟା ନିଦ ବେଶ ଜରୁରୀ। ନିଦର ଅଭାବ ହେଲେ ବ୍ୟକ୍ତି କୌଣସି ସଠିକ ନିଷ୍ପତ୍ତି ନେଇପାରିନଥାଏ। ଫଳରେ ଅଫିସରେ କିମ୍ବା ବିଦ୍ୟାଳୟରେ ଅନେକ ସମସ୍ୟା ଦେଖାଦେଇଥାଏ। ଅଧିକ ଭାରାକ୍ରାନ୍ତ ହୋଇ ବ୍ୟକ୍ତି ଚାପଗ୍ରସ୍ତ ହୋଇପଡ଼େ।

stressଏଡିଏଚଡି ହେବାର ଆଶଙ୍କା ରହିଛି

ମସ୍ତିଷ୍କର ଉପଯୁକ୍ତ ବିକାଶ ପାଇଁ ଛୋଟ ଛୁଆମାନେ ସଠିକ ନିଦରେ ଶୋଇବା ଆବଶ୍ୟକ। ନିଦର ଅଭାବ ହେଲେ ଏଡିଏଚଡି ହେବାର ଆଶଙ୍କା ରହିଛି। ଏଥିପାଇଁ ବିଦ୍ୟାଳୟ ଏବଂ ଘରେ ପିଲାମାନେ ଭଲ ଭାବରେ ନିଜ କାର୍ଯ୍ୟକଳାପ ଦେଖାଇ ପାରନ୍ତି ନାହିଁ।