ଖଜୁରିରେ ଆଇରନ୍, ମିନେରାଲ୍ସ, କ୍ୟାଲସିୟମ୍, ଫସଫରସ୍ ଓ ଭିଟାମିନ୍ ଭରପୂର ମାତ୍ରାରେ ରହିଥାଏ, ଯାହା ଶରୀରକୁ ସୁସ୍ଥ ରଖିବା ସହ ସୌନ୍ଦର୍ଯ୍ୟ ବଢ଼ାଇବାରେ ସହାୟକ ହୋଇଥାଏ।

ପାଣିରେ ଖଜୁରିକୁ ବତୁରାଇ ନିୟମିତ ସେବନ କରିବା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ।

ଖଜୁରିରେ ଫାଇବର ମାତ୍ରା ଅଧିକ ଥାଏ। କୋଷ୍ଠକାଠିନ୍ୟରେ ପୀଡ଼ିତ ଲୋକେ ନିୟମିତ ଖାଲିପେଟରେ ୨ଟା ଖଜୁରି ଖାଇବା ଦ୍ୱାରା ଫାଇଦା ମିଳିଥାଏ।

ଭିଟାମିନ୍‌, ଚିନି ଓ ପ୍ରୋଟିନ୍‌ରେ ଭରପୂର ଥିବା ଖଜୁରିକୁ ନିୟମିତ ଖାଇବା ଦ୍ୱାରା ଓଜନ ବୃଦ୍ଧି ପାଇଥାଏ।

ଏଥିରେ ମ୍ୟାଗ୍ନେସିୟମ୍‌, ଆଇରନ୍‌, ସେଲେନିୟମ୍‌, ପୋଟାସିୟମ୍‌ ଓ ମାଙ୍ଗାନିଜ ଭରପୂର ମାତ୍ରାରେ ଥାଏ, ଯାହା ହାଡ଼କୁ ମଜଭୁତ କରିବାରେ ସାହାଯ୍ୟ କରିଥାଏ। ଦୈନିକ ୩-୪ଟି ଖଜୁରି ଖାଇବା ଦ୍ୱାରା ହାଡ଼ ସୁସ୍ଥ ରହେ।

ରକ୍ତହୀନତା ଦୂର କରେ ଖଜୁରି। ଏହା ଆଇରନ୍‌ର ଏକ ଉତ୍ତମ ଉତ୍ସ। ଏହା ଖାଇବା ଦ୍ୱାରା ଆଇରନ୍‌ ଅଭାବ ଜନିତ ସମସ୍ୟା ଦୂର ହୋଇଥାଏ। ହିମୋଗ୍ଲୋବିନ୍‌ ମଧ୍ୟ ବୃଦ୍ଧି ପାଇଥାଏ। ସାଧାରଣତଃ ମହିଳାଙ୍କୁ ଆଇରନ୍‌ ଓ ହିମୋଗ୍ଲୋବିନ୍‌ ଅଭାବ ହୋଇଥାଏ। ଏଭଳି କ୍ଷେତ୍ରରେ ନିୟମିତ ୨ଟି ଖଜୁରି ଖାଇବା ଫଳରେ ଏହି ଅଭାବ ଦୂର ହୋଇଥାଏ।

ନିୟମିତ ଖଜୁରି ଖାଇବା ଦ୍ୱାରା ଦୁର୍ବଳତା, ଥକ୍କାପଣ ହୋଇନଥାଏ। ଭଲ ନିଦ ହେବାରେ ସହାୟକ ହୋଇଥାଏ ଖଜୁରି।

ଖଜୁରିରେ ଥିବା ଭିଟାମିନ୍‌ ସି’ ଓ ଡି’ ତ୍ୱଚାକୁ ସୁସ୍ଥ ରଖିଥାଏ। ନିୟମିତ ଏହା ଖାଇବା ଦ୍ୱାରା ଚର୍ମ କୁଞ୍ଚନ ଓ ବୟସ ଛାପ ଶୀଘ୍ର ପଡ଼ିନଥାଏ।