ଜାଣନ୍ତୁ, ରୁମାଟଏଡ୍ ଆର୍ଥ୍ରାଇଟିସ୍‌ର କାରଣ କ’ଣ? ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ରଙ୍କଠାରୁ ଆସନ୍ତୁ ଜାଣିବା ରୁମାଟଏଡ୍ ଆର୍ଥ୍ରାଇଟିସ୍‌ର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ।

ବର୍ତ୍ତମାନ ସମୟରେ ବୟସ୍କ ମହିଳାମାନଙ୍କଠାରେ ରୁମାଟଏଡ୍ ଆର୍ଥ୍ରାଇଟିସ୍ ଅଧିକ ପରିମାଣରେ ଦେଖାଦେଉଛି। ଫଳରେ ଶରୀରର ବିଭିନ୍ନ ଗଣ୍ଠିରେ ଯନ୍ତ୍ରଣା ସହିତ ଗଣ୍ଠି ଫୁଲିଯାଇଥାଏ।

ରୁମାଟଏଡ୍ ଆର୍ଥ୍ରାଇଟିସ୍ର ଲକ୍ଷଣ (Symptoms of Rheumatoid Arthritis in Odia)

ରୁମାଟଏଡ୍ ଆର୍ଥ୍ରାଇଟିସ୍ ହାତର ଛୋଟ ଛୋଟ ଗଣ୍ଠିରୁ ଏବଂ ପାଦର ଛୋଟ ଛୋଟ ଗଣ୍ଠିରୁ ଆରମ୍ଭ ହୋଇ କାନ୍ଧ, ଆଣ୍ଠୁରେ ଯନ୍ତ୍ରଣା ହୋଇଥାଏ।

ସକାଳେ ଉଠିବା ପରେ ଚାଲିବାରେ କଷ୍ଟ ହୋଇଥାଏ।

ହାତ ମୁଠା କରିବାରେ କଷ୍ଟ ହୋଇଥାଏ।

ଗଣ୍ଠି ଫୁଲିଯାଏ।

ହାତରେ ପେନ୍‌ସିଲ, ବ୍ରସ୍‌ ଧରିବାରେ କଷ୍ଟ ହୋଇଥାଏ।

ଅର୍ଥ୍ରାଇଟିସ୍‌ ମାନେ ହେଉଛି ଗଣ୍ଠି ବଥା ହେବା ସହ ଫୁଲିବା। ଯଦି ଗଣ୍ଠି ଫୁଲି ନାହିଁ, ତାହାହେଲେ ତାକୁ ବାତ ରୋଗ କହିବା ନାହିଁ। ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ରେ ପ୍ରଥମେ ଗଣ୍ଠି ଟାଣ ହୋଇଯାଏ ଓ ପରେ ଗଣ୍ଠି ଫୁଲିବାକୁ ଆରମ୍ଭ କରେ।

ରୁମାଟଏଡ୍ ଆର୍ଥ୍ରାଇଟିସ୍ କାହିଁକି ହୁଏ? (Causes of Rheumatoid Arthritis in Odia)

ରୁମାଟଏଡ୍ ଆର୍ଥ୍ରାଇଟିସ୍ ହେଉଛି ଅଟୋ ଇମ୍ୟୁନ୍‌ ରୋଗ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ଭାବରେ କାମ ନ କଲେ ଏହି ସମସ୍ୟା ହୋଇଥାଏ। ଜେନେଟିକ୍‌ କାରଣ ଯୋଗୁଁ ମଧ୍ୟ ରୁମାଟଏଡ୍ ଆର୍ଥ୍ରାଇଟିସ୍ ହୋଇପାରେ।

ରୁମାଟଏଡ୍ ଆର୍ଥ୍ରାଇଟିସର ପରୀକ୍ଷଣ (Diagnosis of Rheumatoid Arthritis in Odia)

ରୁମାଟଏଡ୍ ଆର୍ଥ୍ରାଇଟିସର କୌଣସି ଲକ୍ଷଣ ଦେଖାଗଲେ ପ୍ରଥମେ ରୁମାଟଏଡ୍‌ ବିଶେଷଜ୍ଞଙ୍କ ସହ ପରାମର୍ଶ ନେବା ଆବଶ୍ୟକ। ପ୍ରଥମେ ରକ୍ତ ପରୀକ୍ଷା କରି ଇଏସ୍‌ଆର୍‌ ଏବଂ ସିଆର୍‌ପି ପରୀକ୍ଷା କରାଯାଏ। ଏହାଛଡ଼ା ରୋଗୀଙ୍କୁ ହାତର ଏକ୍ସରେ ଓ ଛାତିର ଏକ୍ସରେ କରିବାକୁ ପରାମର୍ଶ ଦିଆଯାଇଥାଏ। ଏହାସହ ଆଣ୍ଟିସିସିପି ର ପରୀକ୍ଷା କରାଯାଏ।

ରୁମାଟଏଡ୍ ଆର୍ଥ୍ରାଇଟିସର ଜଟିଳତା (Complications of Rheumatoid Arthritis in Odia)

ରୁମାଟଏଡ୍ ଆର୍ଥ୍ରାଇଟିସ୍‌ କେବଳ ଗଣ୍ଠିକୁ ପ୍ରଭାବିତ କରିନଥାଏ। ଏହା ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିଥାଏ। ଏଥିରେ ଆଖି ଓ ପାଟି ଶୁଖିଯାଏ। କେତେକ କ୍ଷେତ୍ରରେ ବ୍ୟକ୍ତିଙ୍କୁ ଶୁଖିଲା କାଶ ହେବା ସହ ଅଳ୍ପ କାମ କଲେ ଧଇଁସଇଁ ଲାଗିବ।

ରୁମାଟଏଡ୍ ଆର୍ଥ୍ରାଇଟିସର ଚିକିତ୍ସା (Treatment of Rheumatoid Arthritis in Odia)

ରୁମାଟଏଡ୍ ଆର୍ଥ୍ରାଇଟିସ୍‌ର ଚିକିତ୍ସା ବହୁତ ସରଳ।  ଏଥିପାଇଁ ପ୍ରଥମେ ମେଥୋଟ୍ରିଗ୍‌ଜେଟ୍‌ ଔଷଧ ଦିଆଯାଏ। ଏହା ସୁଲଭ ମୂଲ୍ୟରେ ମିଳିଥାଏ। ଏହାକୁ ରୋଗୀଙ୍କୁ ସପ୍ତାହକୁ ଥରେ ଖାଇବାକୁ ଦିଆଯାଇଥାଏ। ଔଷଧ ଆରମ୍ଭ କଲା ପରେ ପ୍ରତି ମାସକୁ ମାସ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିଥାଏ। ରୋଗ ନିୟନ୍ତ୍ରଣରେ ରହିଲେ ଛଅ ମାସକୁ ଥରେ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିଥାଏ। କେବଳ ଏହି ଔଷଧ ଖାଇ ପାଖାପାଖି  ୬୦ରୁ  ୭୦ ପ୍ରତିଶତ ରୋଗୀଙ୍କର ରୁମାଟଏଡ୍ ଆର୍ଥ୍ରାଇଟିସ ନିୟନ୍ତ୍ରଣ ରହିଥାଏ। ୧୦ରୁ ୨୦ ପ୍ରତିଶତ ଲୋକଙ୍କର ବାୟୋଲୋଜିକାଲ ଇଞ୍ଜେକ୍‌ସନ୍‌ ଦରକାର ପଡ଼ିଥାଏ।

ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଖାଦ୍ୟ ଓ ବ୍ୟାୟାମ (Food and exercise for Arthritis Patients in Odia)

ସବୁବେଳେ ସନ୍ତୁଳିତ ସୁଷମ ଖାଦ୍ୟ ଖାଇବେ। ମଦ୍ୟପାନ, ଧୂମପାନ, ଜଙ୍କଫୁଡ୍‌ଠାରୁ ନିବୃତ୍ତ ରହନ୍ତୁ। ଯେତିକି ଆପଣ କାମ କରିବେ ଓ ବ୍ୟାୟାମ କରିବେ, ତେବେ ଗଣ୍ଠିର ନମନିୟତା. ବଜାୟ ରହିବ। ବିନା ଜିମ୍‌ ଯାଇ ମଧ୍ୟ ଆପଣ ଫିଟ୍‌ ରହିପାରିବେ। ଦ୍ରୁତ ବେଗରେ ଚାଲିପାରିବେ କିମ୍ବା ସାଇକେଲ ଚଳାଇବା ଭଳି ବ୍ୟାୟାମ କରିପାରିବେ। ତେଣୁ ସବୁବେଳେ ସଠିକ୍‌ ସମୟରେ ସଠିକ୍‌ ଚିକିତ୍ସା କରନ୍ତି, ତେବେ ସାଧାରଣ ଲୋକଙ୍କ ଭଳି ଜୀବନ ଅତିବାହିତ କରିପାରିବେ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Rheumatoid arthritis, in Odia language, is based on an extensive interview with rheumatologist Dr Pradeepta Sekhar Patro.