ଲକ୍ଷଣରୁ ଜାଣନ୍ତୁ ହେପାଟାଇଟିସ୍ ଏ’ ସଂପର୍କରେ।

liver

ଭାରତରେ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରୁ ହେପାଟାଇଟିସ୍ ଅନ୍ୟତମ। ଏହା ଲିଭର ବା ଯକୃତରେ ହେଉଥିବା ଏକପ୍ରକାର ସଂକ୍ରମଣ ଯାହାକି ହେପାଟାଇଟିସ୍ ଭାଇରସ ଯୋଗୁଁ ହୋଇଥାଏ। ହେପାଟାଇଟିସ୍ ୫ ପ୍ରକାରର ହୋଇଥାଏ – ଏ,ବି, ସି,ଡି,ଇ। ଏଥିମଧ୍ୟରୁ ବି ଏବଂ ସି ସବୁଠୁ କ୍ଷତିକାରକ। ତାକୁ କ୍ରୋନିକ୍ ହେପାଟାଇଟିସ୍ କୁହାଯାଇଥାଏ। ତେବେ ଏ’ ଏବଂ ଇ ଏତେ କ୍ଷତିକାରକ ହୋଇନଥାଏ। ଏଠାରେ ଆସନ୍ତୁ ଜାଣିବା ହେପାଟାଇଟିସ୍ ଏ’ ସଂପର୍କରେ।

ହେପାଟାଇଟିସ୍ ଏ ଭାଇରସ(ଏଚଏଭି) କାରଣରୁ ବ୍ୟାପିଥାଏ। ଦୂଷିତ ଖାଦ୍ୟ, ପାଣି, ଅସୁରକ୍ଷିତ ଯୌନ ସଂପର୍କ ସ୍ଥାପନ, ଖରାପ ପରିମଳ, ଅନ୍ୟମାନଙ୍କ ଦ୍ୱାରା ବ୍ୟବହାର ହୋଇଥିବା ଛୁଞ୍ଚି ଦ୍ୱାରା ହେପାଟାଇଟିସ୍ ଏ ଭାଇରସ ବ୍ୟାପିବାର ଆଶଙ୍କା ରହେ। ଏହା ମା’ଙ୍କଠାରୁ ନବଜାତ ଶିଶୁକୁ ବି ହୋଇଥାଏ। ରୋଗୀଙ୍କ ଶରୀରରେ ଭାଇରସ ପ୍ରବେଶ କରିବାର ୨-୩ ସପ୍ତାହ ପରେ ଲକ୍ଷଣ ଦେଖାଯିବା ଆରମ୍ଭ ହୋଇଥାଏ।

ଲକ୍ଷଣ (Symptoms of Hepatitis A in Odia)

ଯଦି ଆପଣ ଅଧିକ ଥକ୍କା ଅନୁଭବ କରୁଥା’ନ୍ତି, ଗଣ୍ଠି ଦରଜ ହେଉଥାଏ, ଜ୍ୱର ୧୦୦ଡିଗ୍ରୀରୁ ଅଧିକ ରହୁଥାଏ, ଭୋକ କମ୍ ଲାଗୁଥାଏ, ପେଟରେ ଯନ୍ତ୍ରଣା ଅନୁଭବ କରୁଥା’ନ୍ତି, ଆଖି ହଳଦିଆ ପଡ଼ିଯାଇଥାଏ, ପରିସ୍ରା ରଙ୍ଗ ହଳଦିଆ ହୋଇଥାଏ ତା’ ହେଲେ ଡାକ୍ତରଙ୍କ ପାଖକୁ ଯିବା ଆବଶ୍ୟକ। ଏହି ରୋଗ ହେଲେ ୧୦୦ ଜଣରୁ ଜଣେ ରୋଗୀଙ୍କର ଲିଭର କାମ କରିବା ବନ୍ଦ କରିଦିଏ।

ହେପାଟାଇସ୍‌ରେ ସଂକ୍ରମିତ ସମସ୍ତଙ୍କଠାରେ ଲକ୍ଷଣ ଜଣାପଡ଼ି ନଥାଏ।

କିଭଳି ଚିହ୍ନଟ ହୁଏ

ଲିଭର ଫଙ୍କସନ୍ ଟେଷ୍ଟ(ଏଲଏଫଟି) ଏବଂ ଭାଇରାଲ ସିରୋଲୋଜି ପରୀକ୍ଷା କରିବା ପରେ ହିଁ ହେପାଟାଇଟିସ୍ ଏ’କୁ ଚିହ୍ନଟ କରାଯାଏ।

ଚିକିତ୍ସା (Treatment of Hepatitis A in Odia)

ଏହି ରୋଗର ଚିକିତ୍ସା ୨-୩ ସପ୍ତାହ ଧରି ଚାଲିଥାଏ। ଏହି ସମୟରେ ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ଏବଂ ଗ୍ଲୁକୋଜ ଅଧିକ ଭାବେ ଦିଆଯାଇଥାଏ। ସେହିପରି ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଥାଏ। ସବୁଠୁ ଭଲ କଥା ହେଲା ଏହି ରୋଗରେ ପୀଡ଼ିତ ପ୍ରାୟତଃ ସବୁ ରୋଗୀ ଆରୋଗ୍ୟ ଲାଭ କରିଥା’ନ୍ତି। ବହୁତ କମ୍ କ୍ଷେତ୍ରରେ ରୋଗୀଙ୍କର ଜୀବନହାନି ହୋଇଥାଏ।

ଉପଚାର (Prevention of Hepatitis A in Odia)

ପାଣି ଏବଂ ବାହାର ଖାଦ୍ୟ ଯୋଗୁଁ ସାଧାରଣତଃ ଏହି ଭାଇରସ ଶରୀର ମଧ୍ୟକୁ ଆସିଥାଏ। ତେଣୁ ଖାଦ୍ୟ ଖାଇବା ପୂର୍ବରୁ ହାତକୁ ଭଲ ଭାବେ ଧୋଇବା ଜରୁରୀ। ଫଳ ଏବଂ ପନିପରିବାକୁ ଭଲ ଭାବେ ଧୋଇକରି ଖାଆନ୍ତୁ। ପରିଷ୍କାର ପରିଚ୍ଛନ୍ନ ରହନ୍ତୁ। ଏହାଛଡ଼ା ହେପାଟାଇଟିସ୍ ଏ’ର ଟୀକା ନେଇ ଏହି ରୋଗରୁ ରକ୍ଷା ପାଇପାରିବେ।