ସୂର୍ଯ୍ୟ ସକଳ ଶକ୍ତିର ଆଧାର। ସୂର୍ଯ୍ୟ ନମସ୍କାର ଉଭୟ ଶାରୀରିକ ଓ ମାନସିକ ସ୍ଵାସ୍ଥ୍ୟ ପାଇଁ ଭଲ। ତେବେ ଜାଣନ୍ତୁ କେମିତି କରିବେ ସୂର୍ଯ୍ୟନମସ୍କାର ଓ ଏହାର ଫାଇଦା କ’ଣ?

ପ୍ରଣାମଆସନ – ଚଟାଣରେ ଗୋଟେ ମ୍ୟାଟ୍‌ ପକାନ୍ତୁ। ମ୍ୟାଟ୍‌ର ସାମ୍ନାରେ ଠିଆ ହେବେ। ଏବେ ଦୁଇ ହାତକୁ ଛାତି ପାଖରେ ରଖି ନମସ୍କାର ମୁଦ୍ରାରେ ରଖିବେ।

ହସ୍ତ ଉତ୍ଥାନଆସନ – ବର୍ତ୍ତମାନ ଦୁଇ ହାତକୁ ଉପରକୁ ଉଠାଇ ପଛକୁ ନେବେ।

ହସ୍ତପାଦାସନ – ଏବେ ଦୁଇ ହାତରେ ପାଦକୁ ଛୁଇଁବାକୁ ଚେଷ୍ଟା କରିବେ। ଏହି ମୁଦ୍ରାରେ ଆଣ୍ଠୁ ଭାଙ୍ଗିବେ ନାହିଁ। ମୁଣ୍ଡକୁ ନେଇ ଆଣ୍ଠୁରେ ଲଗାଇବା ପାଇଁ ଚେଷ୍ଟା କରିବେ।

ଅଶ୍ୱ ସଞ୍ଚାଳନ ଆସନ – ଏବେ ଡାହାଣ ଗୋଡ଼କୁ ପଛକୁ ନେବେ।

ଦଣ୍ଡାସନ – ଏବେ ବାମ ପାଦକୁ ଡାହାଣ ପାଦ ପାଖରେ ରଖିବେ। ଦଣ୍ଡ ମୁଦ୍ରାରେ ରହିବେ।

ଅଷ୍ଟାଙ୍ଗ ନମସ୍କାର – ବର୍ତ୍ତମାନ ଆଣ୍ଠୁ, ଛାତି ଓ ଥୋଡ଼ିକୁ ତଳେ ଲଗେଇବେ।

ଭୁଜଙ୍ଗାସନ – ଏହି ଆସନରେ ଶରୀରର ଉପର ଭାଗକୁ ମୋଡ଼ି ଉପରକୁ ଅନାନ୍ତୁ।

ପର୍ବତାସନ – ବର୍ତ୍ତମାନ ଆଣ୍ଠୁ ଓ ଅଣ୍ଟାକୁ ଉପରକୁ ଉଠାନ୍ତୁ, ଯେପରି ପାହାଡ଼ ଆକୃତିର ରହିବ।

ଅଶ୍ୱ ସଞ୍ଚାଳନ ଆସନ – ବର୍ତ୍ତମାନ ବାମ ଗୋଡ଼କୁ ସାମ୍ନାକୁ ଆଣନ୍ତୁ ଓ ଦୁଇ ହାତର ମଝିରେ ରଖନ୍ତୁ।

ପଦହସ୍ତାସନ – ପୁନଃ ସିଧା ଠିଆ ହୋଇ ହାତରେ ଦୁଇ ପାଦକୁ ଧରନ୍ତୁ।

ହସ୍ତ ଉତ୍ଥାନଆସନ – ପୁନଃ ଦୁଇ ହାତକୁ ଉପରକୁ ଟେକି ପଛକୁ ନିଅନ୍ତୁ।

ନମସ୍କାର ଆସନ – ବର୍ତ୍ତମାନ ନମସ୍କାର ଆସନକୁ ପୁଣି ଫେରନ୍ତୁ।

yoga for girls

ସୂର୍ଯ୍ୟ ନମସ୍କାରର ଫାଇଦା (Surya Namaskar benefits in Odia)

ସୂର୍ଯ୍ୟନମସ୍କାର କରିବା ଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ।

ସମ୍ପୂର୍ଣ୍ଣ ଶରୀରକୁ ସୁଦୃଢ଼ କରେ ସୂର୍ଯ୍ୟ ନମସ୍କାର।

ଏହା କରିବା ଦ୍ୱାରା ଶରୀରର ଅଙ୍ଗପ୍ରତ୍ୟେଙ୍ଗ ମଜବୁତ ରହିଥାଏ।

ଶରୀରରେ ସଠିକ୍‌ ଭାବେ ରକ୍ତ ସଞ୍ଚାଳନ ହୋଇଥାଏ। ଫଳରେ ତ୍ୱଚା ଉଜ୍ୱଳ ହୋଇଥାଏ।

ପାଚନକ୍ରିୟାକୁ ସୁଦୃଢ଼ ରଖିଥାଏ ଫଳରେ ଗ୍ୟାସ୍‌, ଏସିଡିଟି ଭଳି ସମସ୍ୟା ସୃଷ୍ଟି ହୋଇନଥାଏ।

ନିଦ୍ରାହୀନତା ଦୂର କରାଏ।

ଏହା ମାଂସପେଶୀ ଯନ୍ତ୍ରଣା, ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦୂର କରିଥାଏ।

ପ୍ରତିଦିନ ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ଋତୁଚକ୍ର ନିୟମିତ ହୋଇଥାଏ।

ନିୟମିତ ସୂର୍ଯ୍ୟ ନମସକାର କରିବା ଦ୍ୱାରା ମାନସିକ ଚାପ ଦୂର ହୁଏ।

ଯଦି ପ୍ରଥମଥର ପାଇଁ ସୂର୍ଯ୍ୟ ନମସ୍କାର କରୁଛନ୍ତି ତେବେ ଅଳ୍ପ ସମୟ ପାଇଁ କରନ୍ତୁ। ପରେ ଧୀରେ ଧୀରେ ଏହାର ସମୟ ବଢ଼ାନ୍ତୁ।

ସୂର୍ଯ୍ୟ ନମସ୍କାର କେଉଁମାନେ କରିବେ ନାହିଁ?

ଗର୍ଭବତୀ, ହାର୍ନିଆ ଓ ଉଚ୍ଚ ରକ୍ତଚାପ ଥିବା ଲୋକେ ଏହି ଆସନ କରିବେ ନାହିଁ।

ଯଦି କୌଣସି ରୋଗରେ ପୀଡ଼ିତ ଥିବେ। ତେବେ ଏହା କରନ୍ତୁ ନାହିଁ।