ଘରେ କାହାର ଗଳା ଦରଜ ହେଲେ ବା ତଣ୍ଟି କୁଣ୍ଡାଇ ହେଲେ ଉଷୁମ ଲୁଣ ପାଣି କୁଳି କରିବାକୁ କହିଥାଉ। ଏହା ସବୁଠାରୁ ସହଜ ଓ ସରଳ ଘରୋଇ ଉପାୟ। ସବୁଠାରୁ ବଡ଼ କଥା ହେଉଛି, ଏଥିରେ କୌଣସି କୁପ୍ରଭାବ ନାହିଁ। ଶରୀରର କେତେକ ରୋଗ ଏହା ଦ୍ଵାରା ଭଲ ହୋଇଥାଏ। ତେଣୁ ପ୍ରତିଦିନ ଲୁଣ ପାଣି କୁଳି କରନ୍ତୁ।

cold and cough

ନାକ ବନ୍ଦରୁ ମୁକ୍ତି ମିଳେ

ଥଣ୍ଡା ହେଲେ ଆମମାନଙ୍କ ନାକ ବନ୍ଦ ହୋଇଯାଏ। ଆମେ ଅଣନିଶ୍ଵାସୀ ହୋଇଯାଉ। ବିରକ୍ତିକର ଅନୁଭବ ହୁଏ।

ବିଭିନ୍ନ ଗ୍ୟାସଜାତୀୟ ଖାଦ୍ୟ ଖାଇବା ଫଳରେ ଗଳାରେ ଏସିଡ ଉତ୍ପନ ହୁଏ। ଏହି ଏସିଡକୁ ସନ୍ତୁଳିତ ରଖିବାରେ ଉଷୁମ ପାଣି ସାହାଯ୍ୟ କରେ। ଫଳରେ ଗଳାରେ ପିଏଚ ସ୍ତରରେ କୌଣସି ପରିବର୍ତ୍ତନ ହୁଏ ନାହିଁ। ଏହି ମିଶ୍ରଣ ତଣ୍ଟିରେ ଥିବା ଅଦରକାରୀ ବ୍ୟାକ୍ଟେରିଆ ବୃଦ୍ଧିକୁ ରୋକିପାରେ।

ଲୁଣ ପାଣି କୁଳି କଲେ ଆରମ ଲାଗିଥାଏ। ଏହି ଦ୍ରବଣ ଆମ ନାକ ଏବଂ ଶ୍ଵାସନଳୀରେ ତିଆରି ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ। ଏହି ମିଶ୍ରଣ ଦ୍ଵାରା ନାକ ପୋଡ଼ାଜଳାରୁ ଉପଶମ ମିଳିଥାଏ।

ଶ୍ଵାସନଳୀ ସଂକ୍ରମଣ ରୋକିଥାଏ

ବେଳେବେଳେ ଛୋଟପିଲାଙ୍କର ଶ୍ଵାସନଳୀ ସଂକ୍ରମଣ ହୋଇଯାଏ। ଫଳରେ ଅନେକ ରୋଗ ଦେଖାଦିଏ। ପ୍ରାୟତଃ ୪୦ ପ୍ରତିଶତ ଲୋକଙ୍କ ପାଖରେ ଏହି ସଂକ୍ରମଣ ଦେଖାଦେଉଛି। ଦିନକୁ ୩ଥର ଉଷୁମ ଲୁଣ ପାଣି ଗାରଗିଲ କଲେ ଏଥିରୁ ଉପଚାର ମିଳିପାରିବ। ଶ୍ଵାସନଳୀର ଉପର ଅଶଂର ସମସ୍ତ ସମସ୍ୟା ଦୂର ହୋଇଥାଏ।

throat pain

ଟନସିଲରୁ ଉପଶମ ମିଳିଥାଏ

ଟନସିଲ ହେଉଛି ତଣ୍ଟି ପାଖର ଦୁଇଟି ଗ୍ରନ୍ଥିକୁ ବୁଝାଏ। ବ୍ୟାକ୍ଟେରିଆ ଏବଂ ଭାଇରସ ସଂକ୍ରମଣ ଯୋଗୁଁ ଟନସିଲରେ ଯନ୍ତ୍ରଣା ହୁଏ। ଗଳା ଫୁଲିଯାଏ। କୌଣସି ଖାଦ୍ୟ ଖାଇଲେ ଦରଜ ହୁଏ। ଥଣ୍ଡା ଦିନରେ  ଛୋଟପିଲାଙ୍କ ଗଳାରେ ଟନସିଲ ହୁଏ। ପାଟିରୁ ର୍ଦୁଗନ୍ଧ ବାହାରେ। ଏଭଳି ପରିସ୍ଥିତିରେ ଉଷୁମ ଲୁଣ ପାଣି କାମରେ ଆସିଥାଏ। ଦିନକୁ ୪ ରୁ ୫ ଥର ଏହି ପାଣି କୁଳି କଲେ ଟନସିଲ କଷ୍ଟରୁ ଆରମ ମିଳିଥାଏ।

ପାଟି ଦୁର୍ଗନ୍ଧର ସମାଧାନ

କଥା କହିବା ବେଳେ ଅଧିକାଂଶ ଲୋକଙ୍କ ପାଟିରୁ ର୍ଦୁଗନ୍ଧ ବାହାରେ। ଏହାକୁ ନେଇ ସେମାନେ ଚିନ୍ତିତ ରହନ୍ତି। ଠିକ ସମୟରେ ଖାଇବା ନ ଖାଇଲେ ପାଟି ଶୁଖିଯାଏ। ଫଳରେ ଏପରି ଖରାପ ଗ୍ୟାସ ବାହାରିଥାଏ। ଉଷୁମ ଲୁଣ ପାଣି କୁଳି କଲେ ଏହି ସମସ୍ୟାର ସମାଧାନ ହୋଇଯିବ।

teeth pain

ଦାନ୍ତ ଯନ୍ତ୍ରଣା ଏବଂ ରକ୍ତସ୍ରାବ

ବ୍ୟାକ୍ଟେରିଆ ଏବଂ ଭାଇରସ ସଂକ୍ରମଣ ଯୋଗୁଁ ଦାନ୍ତରୁ ରକ୍ତ ବାହାରେ। କୌଣସି ଖାଦ୍ୟ ଦାନ୍ତରେ ବାଜିଲେ କଷ୍ଟ ହୁଏ। ବାରମ୍ବାର ଉଷୁମ ଲୁଣ ପାଣିରେ କୁଳୁକୁଜା କଲେ ଆରମ ଲାଗେ।

ପାଟି ଘା

ଵେଳେବେଳେ ପେଟ ଗରମ ବା ଥଣ୍ଡା ଯୋଗୁଁ ପାଟିରେ ଘା’ ବାହାରେ। କେହି କେହି ଏହି ଘା’କୁ ତୁଣ୍ଡ ଘା’ ମଧ୍ୟ କହନ୍ତି। ଉଷୁମ ଲୁଣ ପାଣି ଦ୍ଵାରା ଉପଶମ ମିଳିପାରିବ।

water
କେମିତି କରିବେ ଉଷୁମ ଲୁଣ ପାଣି?

ଗ୍ଲାସ ପାଣିକୁ ଉଷୁମ କରନ୍ତୁ।

ସେହି ଉଷୁମ ପାଣିରେ ଅଧ ଚାମଚ ଲୁଣ ମିଶାନ୍ତୁ।

ଗଳା ପାଖରେ ଲୁଣ ପାଣିକୁ ୩୦ ସେକେଣ୍ଡ ପାଖାପାଖି ରଖି କୁଳି କରନ୍ତୁ।

୪ରୁ ୫ଥର ଏପରି କରନ୍ତୁ।