ଜଗିଂ ବା ଚାଲିବା ଏକ ପ୍ରଭାବଶାଳୀ ବ୍ୟାୟାମ, ଯାହା ଆପଣଙ୍କ ଓଜନ ହ୍ରାସ କରିବାରେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ। ତେବେ ଚାଲିବା ସମୟରେ କେତେଗୁଡିଏ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ।

ବ୍ୟାୟାମ ପରି ଦୌଡ଼ିବା ବା ଚାଲିବା ଅଧିକ ସହଜ ନୁହେଁ। କେହିକେହି ପାଞ୍ଚ ମିନିଟରୁ ଅଧିକ ସମୟ ଚାଲିଲେ କଷ୍ଟ ଅନୁଭବ କରନ୍ତି ଏବଂ ସେମାନଙ୍କ ପାଦ ଯନ୍ତ୍ରଣା ଅନୁଭବ ହୁଏ।  ଚାଲିବା ସମୟରେ ସଠିକ ଭାବେ ଚାଲିବା ଦ୍ଵାରା ଧୀରେଧୀରେ ଏହା ଆଭ୍ୟାସରେ ପରିଣତ ହୋଇଯାଏ ଏବଂ ଗୋଡ଼ ବିନ୍ଧିବା କମ ହୋଇଯାଏ। ନିୟମିତ ଚାଲିବାର ଅଭ୍ୟାସ ଆପଣଙ୍କୁ ଚିନ୍ତାମୁକ୍ତ ମଧ୍ୟ କରିଥାଏ।

ଯଦି ଆପଣ ଜଗିଂ କରୁଛନ୍ତି ତେବେ ଆଗକୁ ଦେଖି ଧୀରେଧୀରେ ଚାଲନ୍ତୁ। ମୁଣ୍ଡକୁ ଏପଟସେପଟ ବୁଲାଇବା କିମ୍ବା କାନ୍ଧକୁ ଅଧିକ ବୁଲାନ୍ତୁ ନାହିଁ। ଛାତିର ମାଂସପେଶୀକୁ ଶକ୍ତ ରଖନ୍ତୁ। କାନ୍ଧ ତଳକୁ ଓ ପଛକୁ ରହିବା ଉଚିତ ଏବଂ ନିଜ ହାତ ବାହୁ ହଲାନ୍ତୁ ନାହିଁ। ହିଲ ଷ୍ଟ୍ରାଇକ୍ ଆପଣଙ୍କ ଆଣ୍ଠୁ ଯନ୍ତ୍ରଣା ଭଲ କରିବାରେ ସାହାଯ୍ୟ କରେ।

ଯଦି ଆପଣ ଏକ ଟ୍ରେଡମିଲରେ ଦୌଡୁଛନ୍ତି, ତେବେ ଏହା ଆପଣଙ୍କ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେଇପାରିବ। ଟ୍ରେଡମିଲରେ ଦୌଡ଼ିବା ଶରୀର ପାଇଁ ଭଲ କିନ୍ତୁ ଏଥିପାଇଁ କେତେଗୁଡିଏ ସର୍ତକତା ମାନିବାକୁ ପଡ଼ିବ। ପ୍ରଥମେ ଆପଣ କମ ସମୟ ପାଇଁ ଅଭ୍ୟାସ କରନ୍ତୁ ଏବଂ ଧୀରେଧୀରେ ସମୟ ବଢ଼ାନ୍ତୁ। ଟ୍ରେଡମିଲରେ ଦୌଡିବା ଫଳରେ ଆପଣଙ୍କ ମେରୁଦଣ୍ଡ ସମସ୍ୟାର ସମାଧାନ ହୋଇପାରିବ।

ଅନେକ ଲୋକ ଭାବନ୍ତି ଜୋରରେ ଦୌଡ଼ିବା ଭଲ। କିନ୍ତୁ ଏପରି କରିବା ଫଳରେ ସେମାନଙ୍କୁ ଆଘାତ ଲାଗିପାରେ। ଯେପରି ପାଦକୁ ଅଧିକ କଷ୍ଟ ନହୁଏ ସେ ଦିଗରେ ଧ୍ୟାନ ଦେବା ଆବଶ୍ୟକ।

ଜଗିଂ କରିବା ପୂର୍ବରୁ କିଛି ସମୟ ଶରୀରକୁ ଷ୍ଟ୍ରେଚ କରନ୍ତୁ। ବିଛଣାରୁ ଉଠି ସିଧାସଳଖ ଜଗିଂ କରିବା ଲାଭଦାୟକ ହୋଇନଥାଏ।

ଯେତେବେଳେ ଆପଣ କୌଣସି ଉପର ସ୍ଥାନରୁ ତଳକୁ ଖସୁଛନ୍ତି ସେତେବେଳେ ପାଦର ଗୋଇଠିକୁ ଆଣ୍ଠୁ ତଳେ ଲଗାଇବା ପାଇଁ ଚେଷ୍ଟା କରନ୍ତୁ। ଏପରି କରିବା ଫଳରେ ଶରୀରକୁ ଅଧିକ କଷ୍ଟ ହୋଇନଥାଏ।

ଚାଲିବା ସମୟରେ ଜମି ଉପରେ ଅଧିକ ସମୟ ପାଦ ରଖିବାକୁ ଚେଷ୍ଟା କରନ୍ତୁ। ପାଦରେ ଅଳ୍ପ ସମୟ ପାଇଁ ଷ୍ଟ୍ରାଇକ୍ କରନ୍ତୁ। କିନ୍ତୁ ମନେ ରଖିବା ଉଚିତ କି ଅଧିକ ଷ୍ଟ୍ରାଇକ୍ କରିବା ଫଳରେ ପାଦ ବ୍ୟଥା ହୋଇଯାଏ ଏବଂ ଗୋଡ ଶିରାରେ ଯନ୍ତ୍ରଣା ହୁଏ।

ଦୌଡ଼ିବା ସମୟରେ ଶରୀରର ଆକାରକୁ ସିଧା ରଖିବାକୁ ଚେଷ୍ଟା କରନ୍ତୁ। ପାଦର ଗତି ଏବଂ ନିଶ୍ଵାସପ୍ରଶ୍ଵାସ ମଧ୍ୟରେ ସନ୍ତୁଳନ ରକ୍ଷା କରନ୍ତୁ। ଏହା ଆପଣଙ୍କ ଶରୀରକୁ ଅଧିକ ଗତିଶୀଳ କରାଇବା ସହ ମଜବୁତ କରାଇଥାଏ।

ଦୌଡ଼ିବା ସମୟରେ ହାତ କହୁଣୀକୁ ୯୦ଡିଗ୍ରୀ ରଖିବାକୁ ଚେଷ୍ଟା କରନ୍ତୁ। ଏହା ଦ୍ଵାରା ହାତର ସମସ୍ତ ସମସ୍ୟା ଦୂର ହୋଇଥାଏ।