ହାତରେ ସାନିଟାଇଜର ଲଗାଇବା ପରେ ସଙ୍ଗେ ସଙ୍ଗେ ଖାଦ୍ୟ ଖାଇବା ଠିକ ନୁହେଁ।

hand sanitizerଦିନକୁ ଦିନ କରୋନା ଭାଇରସ ସଂକ୍ରମଣ ବଢ଼ିବାରେ ଲାଗିଛି। ଏଥିପାଇଁ ଏବେ ସାନିଟାଇଜରର ଚାହିଦା ଖୁବ ବଢ଼ିଯାଇଛି। ସବୁ ଲୋକ ସବୁ ସମୟରରେ ଏହାର ବ୍ୟବହାର କରୁଛନ୍ତି। ଅଧିକାଂଶ ଲୋକ ସାନିଟାଇଜର ବ୍ୟବହାର କରୁଛନ୍ତି ସତ କିନ୍ତୁ ଏହାର ଠିକ ବ୍ୟବହାର ବାବଦରେ ଜାଣିନାହାନ୍ତି।

ବିଶେଷ କରି ଖାଇବା ପୂର୍ବରୁ ଆମେ ହାତ ସାନିଟାଇଜ କରିଥାଉ। କିନ୍ତୁ ଅଧିକାଂଶ ଲୋକ ହାତରେ ସାନିଟାଇଜର ଲଗାଇବା ପରେ ସେହି ହାତରେ ଖାଇବା ଖାଉଛନ୍ତି। ଏପରି କରିବା ସମ୍ପୂର୍ଣ୍ଣ ଭୁଲ। ଯେହେତୁ ସମସ୍ତ ସାନିଟାଇଜର ଆଲକହଲଯୁକ୍ତ ହୋଇଥାଏ, ତେଣୁ ସାନିଟାଇଜର ଲଗାଇବାର କିଛି ସମୟ ପରେ ହାତ ଆଉ ଥରେ ଧୁଅନ୍ତୁ ଏବଂ ଖାଦ୍ୟ ଖାଆନ୍ତୁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଇଣ୍ଡିଆନ ମେଡିକାଲ ଆସୋସିଏନ ପକ୍ଷରୁ ଜାରି ହୋଇଥିବା ଗାଇଡ ଲାଇନ ଅନୁସାରେ-

ସାନିଟାଇଜର ଲାଗି ଥିବା ହାତରେ ଖାଦ୍ୟ ଖାଇବା କ୍ଷତିକାରକ ହୋଇପାରେ।

ଆଜିକାଲି ବଜାରରେ ମିଳୁଥିବା ସାନିଟାଇଜର ଆଲକହଲଯୁକ୍ତ। ତେଣୁ ଏଥିରେ ଅଧିକ ମାତ୍ରାରେ ଆଲକହଲ ଥାଏ ଯାହା କିଡନି, ଯକୃତ ଏବଂ ହାର୍ଟ ଉପରେ ପ୍ରଭାବ ପକାଇଥାଏ।

ସାନିଟାଇଜରର ଗନ୍ଧ କେତେକ ଲୋକଙ୍କୁ ପସନ୍ଦ ଆସିନଥାଏ। ତେଣୁ ସେମାନେ ଠିକରେ ଖାଦ୍ୟ ଖାଇପାରନ୍ତି ନାହିଁ।

hand sanitizerହାତ ସାନିଟାଇଜର କରିବା ପରେ କିମ୍ବା ଖାଇବା ପ୍ଲେଟ ପାଖରେ ବସିବା ଭିତରେ ଆମେ ଅନ୍ୟ କାମରେ ମଧ୍ୟ ହାତ ଲଗାଇଥାଉ। କିନ୍ତୁ ଆମର ଧାରଣ ରହିଥାଏ କି, ଆମେ ହାତ ସଫା କରିଛୁ। ଏକଥା ଭାବିବା ଭୁଲ। କାରଣ ସବୁ ଜିନିଷ ଉପରେ ଜୀବାଣୁ ଲାଗିଥାଇ ପାରନ୍ତି।

ଅନେକ ସମୟରେ କୌଣସି କାରଣ ଯୋଗୁଁ ସାନିଟାଇଜର ହାତରେ ସଂକ୍ରମଣ କରିଦିଏ। ଖାଇବା ସମୟରେ ସେହି ଜୀବାଣୁ ପେଟକୁ ଯାଇ ଅନେକ ସମସ୍ୟା କରିପାରନ୍ତି।

ସାନିଟାଇଜର ଲଗାଇବାର ୨୦ ସେକେଣ୍ଡ ପରେ ଖାଦ୍ୟ ଖାଇବା ଆରମ୍ଭ କରନ୍ତୁ।

ଖାଇବା ପୂର୍ବରୁ କ’ଣ କରିବେ?

ଖାଇବା ପୂର୍ବରୁ ସାବୁନ ଓ ପାଣିରେ ହାତ ଧୋଇବା ସବୁଠାରୁ ଭଲ ଅଭ୍ୟାସ।

ଅଧିକାଂଶ ଲୋକ ୨-୩ ସେକେଣ୍ଡ ହାତରେ ସାନିଟାଇଜର ଲଗାଇ ଛାଡ଼ି ଦିଅନ୍ତି। କିନ୍ତୁ ଏହା ଠିକ ନୁହେଁ। ଏହାକୁ ଅତି କମରେ ୧୦-୧୫ ସେକେଣ୍ଡ ପର୍ଯ୍ୟନ୍ତ ହାତ ସନ୍ଧି, ନଖ ଏବଂ ଆଙ୍ଗୁଠିରେ ଭଲ ଭାବେ ଘଷନ୍ତୁ। ଏପରି କରିବା ଫଳରେ ହାତ ଜୀବାଣୁ ମୁକ୍ତ ହୋଇଥାଏ।

ହାତରେ ସାନିଟାଇଜର ମାତ୍ର ୫ ml ଲଗାନ୍ତୁ। ହାତ ଅପରିଷ୍କାର ଥିବା ଅବସ୍ଥାରେ ସାନିଟାଇଜର ବ୍ୟବହାର କରିବା ଦ୍ୱାରା କୌଣସି ସୁଫଳ ମିଳିନଥାଏ। ଆପଣଙ୍କ ହାତରେ ରଙ୍ଗ କିମ୍ବା ମାଟି ଲାଗି ଥିଲେ ପ୍ରଥମେ ହାତକୁ ପାଣିରେ ଧୁଅନ୍ତୁ ଏବଂ ସଫା କପଡ଼ାରେ ପୋଛି ସାରି ସାନିଟାଇଜର ଲଗାନ୍ତୁ।

hand sanitizerସାନିଟାଇଜର କିଣିବାସମୟରେ ସେଥିରେ ଥିବା ଆଲକହଲ ମାତ୍ରା ପରୀକ୍ଷା କରନ୍ତୁ। ଏଥିରେ ୬୦-୭୦ ପ୍ରତିଶତ ଆଲକହଲ ମାତ୍ରା ରହିବା ଦରକାର। ଇଥାଇଲ୍‌ ବା ଆଇସୋପ୍ରୋପାଇଲ୍‌ ଆଲକହଲଯୁକ୍ତ ସାନିଟାରୀ ଭଲ।

ସାନିଟାଇଜର ଦ୍ୱାରା ହାତ ସଫା କରିବା ପରେ ଜୀବାଣୁ ନଷ୍ଟ ହୋଇଯାନ୍ତି। ସାନିଟାଇଜର ବ୍ୟବହାରର ୨୦ ସେକେଣ୍ଡ ପରେ ଯଦି ଆପଣ ପୁଣି କେଉଁ ଜିନିଷକୁ ଛୁଉଁଛନ୍ତି ତେବେ ଆପଣଙ୍କୁ ପୁଣି ହାତ ସଫା କରିବାକୁ ପଡ଼ିବ।

ବାରମ୍ୱାର ହାତରେ ସାନିଟାଇଜର ଲଗାଇବା ଠିକ ନୁହେଁ। ଏଥିପାଇଁ ଯେତେ ସମ୍ଭବ ହାତ ସବୁନରେ ଧୋଇବା ଭଲ।

ସାନିଟାଇଜର ବ୍ୟବହାର ବେଳେ ଏହି କଥାକୁ ଧ୍ୟାନ ଦିଅନ୍ତୁ

ସଫା ଦେଖାଯାଉଥିବା ହାତରେ ସାନିଟାଇଜର ବ୍ୟବହାର କରନ୍ତୁ।

ସାନିଟାଇଜରରେ ୬୦-୭୦ ପ୍ରତିଶତ ଇଥାଇଲ୍‌ ବା ଆଇସୋପ୍ରୋପାଇଲ୍‌ ଆଲକହଲ ରହିବା ଉଚିତ।

ହାତ ସଫା କରିବା ବେଳେ WHOର ଗାଇଡ ଲାଇନକୁ ଧ୍ୟାନରେ ରଖନ୍ତୁ।

୧୫-୨୦ ସେକେଣ୍ଡ ଯାଏଁ ହାତକୁ ଘଷନ୍ତୁ।

wash handସାନିଟାଇଜରର ମାତ୍ରାକୁ ଧ୍ୟାନ ଦିଅନ୍ତୁ।

ନିଜର ମୁହଁରେ ସାନଟାଇଜର ଲଗାନ୍ତୁ ନାହିଁ।

ଅନେକ ଜାଗାରେ ହାତ ଧୋଇବା ବ୍ୟବସ୍ଥା ନଥାଏ। ସେହି ଜାଗାରେ ସାନିଟାଇଜର ବ୍ୟବହାର କରନ୍ତୁ।

ସାବୁନ ପାଣିରେ ହାତ ଧୋଇବା ଅଧିକ ପ୍ରଭାବଶାଳୀ , ଏଥିପାଇଁ ଆବଶ୍ୟକ ଅନୁସାରେ ସାନିଟାଇଜର ବ୍ୟବହାର କରନ୍ତୁ।