ଶିଶୁକୁ ମା’ କ୍ଷୀର ବଦଳରେ ପାଉଡର କ୍ଷୀର ପିଇବାକୁ ଦିଆଯାଇଥାଏ। ତେବେ ଏହି କ୍ଷୀର କେତେ ସମୟ ବ୍ୟବଧାନ ଏବଂ କେତେ ମାତ୍ରାରେ ଦେବା ଆବଶ୍ୟକ ଆସନ୍ତୁ ଜାଣିବା।

babyଅନେକ ସମୟରେ ମା’ କ୍ଷୀର ଶିଶୁ ପାଇଁ ଯଥେଷ୍ଟ ହୋଇନଥାଏ। ମା’ କୌଣସି ଚିକିତ୍ସା କିମ୍ବା ରୋଗ ଯୋଗୁଁ ଶିଶୁକୁ କ୍ଷୀର ଦେବାକୁ ଅନୁପଯୁକ୍ତ କିମ୍ବା ଅସମର୍ଥ ହୁଅନ୍ତି। ଏଥିପାଇଁ ଶିଶୁକୁ କ୍ଷୀରର ଆବଶ୍ୟକତା ପୂରଣ ପାଇଁ ଡବା କ୍ଷୀର ବା ପାଉଡର କ୍ଷୀର ବୋତଲ ମାଧ୍ୟମରେ ଦିଆଯାଇଥାଏ। ଏହାକୁ ଫର୍ମୁଲା କ୍ଷୀର ମଧ୍ୟ କୁହାଯାଏ।

ଶିଶୁକୁ ଭୋକ ଲାଗିଲେ ମା’ କ୍ଷୀର ଦିଆଯିବା ଆବଶ୍ୟକ। ମାତ୍ର ବର୍ତ୍ତମାନ ବଜାରରେ ପାଉଡର କ୍ଷୀର କିମ୍ବା ଫର୍ମୁଲା କ୍ଷୀର ମଧ୍ୟ ଉପଲବ୍ଧ ହେଉଛି। ମାତ୍ର ମନେ ରଖନ୍ତୁ ପାଉଡର କ୍ଷୀର ମା’ କ୍ଷୀର ଭଳି ପର୍ଯ୍ୟାପ୍ତ ପୋଷକ ନଥାଏ। କିନ୍ତୁ ଆବଶ୍ୟକସ୍ଥଳେ ଏହି କ୍ଷୀର ଶିଶୁକୁ ଦେବାକୁ ପଡ଼ିଥାଏ। ତେଣୁ ଶିଶୁକୁ ମା’ କ୍ଷୀର ଏବଂ ପାଉଡର କ୍ଷୀର କେତେ ମାତ୍ରାରେ ଦେବା ଆବଶ୍ୟକ ଜାଣିବା ଉଚିତ।

ଶିଶୁ ଜନ୍ମ ପର ୬ ମାସ ପର୍ଯ୍ୟନ୍ତ କେବଳ ମା’ କ୍ଷୀର ପିଇବା ଉଚିତ। କିନ୍ତୁ ଆବଶ୍ୟକସ୍ଥଳେ ଶିଶୁର ଭୋକ ମେଣ୍ଟାଇବାକୁ ପାଉଡର କ୍ଷୀର ବା ଫର୍ମୁଲା କ୍ଷୀର ଖାଇବାକୁ ଦିଆଯାଇଥାଏ। ସେମାନଙ୍କୁ ପ୍ରତି ୨ରୁ ୩ ଘଣ୍ଟାରେ ଖାଇବା ଦେବାର ଆବଶ୍ୟକ ରହିଛି। ଧୀରେ ଧୀରେ ଶିଶୁ ବଢ଼ିବା ସହ ତାଙ୍କୁ ପ୍ରତି ୩-୪ ଘଣ୍ଟା ବ୍ୟବଧାନରେ ଖାଦ୍ୟ ଦେବାକୁ ପଡ଼ିଥାଏ।

babyଶିଶୁକୁ କେତେବେଳେ ଖାଇବାକୁ ଦେବେ?

ଶିଶୁମାନଙ୍କୁ ଭୋକ ଲାଗିଲେ ସେମାନେ ବିଭିନ୍ନ ପ୍ରକାରର ସଙ୍କେତ ଦେଖାଇଥାନ୍ତି। ଯେପରିକି-

ମୁଣ୍ଡ ବାରମ୍ବାର ଏପଟ ସେପଟ କରିବା

ପାଟି ଖୋଲା ରଖିବା

ପାଟିରେ ଆଙ୍ଗୁଠି ପୁରାଇବା

ଜିଭ ବାହାରକୁ କାଢ଼ିବା

ଉଚ୍ଚ ସ୍ୱରରେ କାନ୍ଦିବା

ହାତ ମୁଠା କରି ରଖିବା

ଶିଶୁ ଭୋକିଲା ହେଲେ କାନ୍ଦିବା ଏକମାତ୍ର ସଙ୍କେତ ଭାବିବା ଭୁଲ କଥା। ଶିଶୁ ଅନ୍ୟ କାରଣ ପାଇଁ ହୁଏତ କାନ୍ଦୁଥାଇପାରେ। ତେଣୁ କାନ୍ଦିବା ପୂର୍ବରୁ ଶିଶୁ ଦେଉଥିବା ସଙ୍କେତ ବାବଦରେ ଜାଣିବା ଆବଶ୍ୟକ।

babyଶିଶୁକୁ କେତେ ପରିମାଣର ପାଉଡର କ୍ଷୀର ଦେବା ଉଚିତ?

ଜନ୍ମ ପରେ ଶିଶୁକୁ ଆଦୌ ପାଉଡର କ୍ଷୀର ଦେବା ଉଚିତ ନୁହେଁ। କିନ୍ତୁ ଅତି ଆବଶ୍ୟକସ୍ଥଳେ ସେମାନଙ୍କୁ ଏହି କ୍ଷୀର ଦିଆଯାଇଥାଏ। ଆରମ୍ଭରୁ ସେମାନେ କମ ପରିମାଣର ପାଉଡର କ୍ଷୀର ଆବଶ୍ୟକ କରିଥାନ୍ତି। ଜନ୍ମର ପ୍ରଥମ ସପ୍ତାହ ଶେଷ ସୁଦ୍ଧା ଶିଶୁଙ୍କ ଓଜନ ଅନୁଯାୟୀ ୧୫୦-୨୦୦ ମିଲିଗ୍ରାମ ପାଉଡର କ୍ଷୀର ଆବଶ୍ୟକ ହୋଇଥାଏ। କିନ୍ତୁ ଏହା ସବୁ ଶିଶୁଙ୍କ ପାଇଁ ନିର୍ଦ୍ଦିଷ୍ଟ ନୁହେଁ। ଓଜନ ଅନୁସାରେ ଶିଶୁକୁ ପାଉଡର କ୍ଷୀର ଦିଆଯାଇଥାଏ।

ଜନ୍ମର ପ୍ରଥମ କିଛି ସପ୍ତାହ ୨ରୁ ୩ ଆଉନ୍ସ ଅର୍ଥାତ ୬୦ରୁ ୯୦ ମିଲି ପାଉଡର କ୍ଷୀର ଦିଆଯିବା ଆବଶ୍ୟକ। ଶିଶୁ ଧୀରେ ଧୀରେ ବଡ଼ ହେବା ସଙ୍ଗେ ସଙ୍ଗେ ଏହି ଖାଦ୍ୟର ମାତ୍ରା ମଧ୍ୟ ବୃଦ୍ଧି କରିବା ଉଚିତ।

ଶିଶୁକୁ କିପରି ଦେବେ ଏହି ଖାଦ୍ୟ?

ନବଜାତ ଶିଶୁ ପ୍ରତି ୨ରୁ ୩ ଘଣ୍ଟାରେ ପ୍ରାୟ ୪୫ରୁ ୯୦ ମିଳିଲିଟର କ୍ଷୀର ପିଇଥାନ୍ତି। ବୟସ ଏବଂ ଓଜନ ଅନୁସାରେ ଶିଶୁମାନେ ଦିନକୁ ଦିନ ଅଧିକ କ୍ଷୀର ଆବଶ୍ୟକ କରିଥାନ୍ତି।

ଶିଶୁ ୨ ମାସର ହୋଇଗଲେ ପ୍ରାୟ ୩-୪ ଘଣ୍ଟାକୁ ଥରେ କ୍ଷୀର ପିଇବାକୁ ଖୋଜିଥାଏ। ଏହି ସମୟରେ ସେମାନେ ୧୨୦-୧୫୦ମିଲି କ୍ଷୀର ଆବଶ୍ୟକ କରିଥାନ୍ତି।

baby୪ ମାସ ବୟସରେ ଶିଶୁ ନିଜ ଓଜନ ଅନୁସାରେ ୧୨୦-୧୮୦ ମିଲିଲିଟର କ୍ଷୀର ଆବଶ୍ୟକ କରିଥାଏ।

୬ ମାସ ବୟସରେ ଶିଶୁ କଠିନ ଖାଦ୍ୟ ଖାଇବା ଆରମ୍ଭ କରିଥାଏ। ତେଣୁ ଏହି ସମୟରେ ସେ ପ୍ରତି ୪-୫ ଘଣ୍ଟାରେ ୧୮୦-୨୩୦ ମିଲିଲିଟର କ୍ଷୀର ଖାଇଥାଏ। କଠିନ ଖାଦ୍ୟ ଖାଉଥିବା ହେତୁ କ୍ଷୀର ଖାଇବାର ସମୟ ଏବଂ ମାତ୍ରା ମଧ୍ୟ ପରିବର୍ତ୍ତନ ହୋଇଥାଏ।

ପାଉଡର କ୍ଷୀରରୁ ଶିଶୁ ଠିକ ପୋଷକ ପାଉଛି କି ନାହିଁ?

ପାଉଡର କ୍ଷୀରରେ ପର୍ଯ୍ୟାପ୍ତ ପୋଷକ ତତ୍ୱ ନଥିଲେ ମଧ୍ୟ ଶିଶୁକୁ ଆବଶ୍ୟକ ଅନୁସାରେ ଏହି କ୍ଷୀର ଦିଆଯାଇଥାଏ। ତେବେ ପାଉଡର କ୍ଷୀର ଦ୍ୱାରା ଶିଶୁର ସଠିକ ବିକାଶ ହେଉଛି କି ନାହିଁ ସେ ବାବଦରେ ଜାଣିବା ଦରକାର। ଏ ବାବଦରେ ଶିଶୁର ଓଜନ, ପରିସ୍ରା ଏବଂ ମଳତ୍ୟାଗରୁ ଆପଣ ଜାଣିପାରିବେ।

ଜନ୍ମ ସମୟରେ ଶିଶୁ ଯେପରି ମଳମୂତ୍ର ତ୍ୟାଗ କରିଥାନ୍ତି, ପାଉଡର କ୍ଷୀର ଖାଇବା ପରେ ସେଥିରେ ପରିବର୍ତ୍ତନ ଆସିଥାଏ। ଏହି କ୍ଷୀର ଖାଇବା ପରେ ଶିଶୁର ପରିସ୍ରାର ରଙ୍ଗ ସଫା କିମ୍ବା ହାଲୁକା ହଳଦିଆ ରଙ୍ଗ ହୋଇଥାଏ। ସେମାନଙ୍କ ମଳ ହଳଦିଆ କିମ୍ବା ସବୁଜ ଦେଖାଯାଇଥାଏ। ଏହା ସହ ପାଉଡର କ୍ଷୀର ଖାଉଥିବା ଶିଶୁମାନଙ୍କ ମଳ କଠିନ ହୋଇଥାଏ।

babyପାଉଡର କ୍ଷୀର ବାବଦରେ କେତେକ ଜରୁରୀ କଥା

ଓଜନ ବଢ଼ିବା ସହ ପାଉଡର କ୍ଷୀରର ମାତ୍ରା ମଧ୍ୟ ବୃଦ୍ଧି କରନ୍ତୁ।

ପାଉଡର କ୍ଷୀରକୁ ନେଇ ଶିଶୁ ନିକଟରେ ଯଦି କୌଣସି ସମସ୍ୟା ଦେଖା ଦେଉଛି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ବାଧ୍ୟ କରି ଶିଶୁକୁ ଏହି କ୍ଷୀର ପିଇବାକୁ ଦିଅନ୍ତୁ ନାହିଁ।

ପାଉଡର କ୍ଷୀର ଦେଉଥିବା ବୋତଲ ଏବଂ ଚାମଚ କିମ୍ବା ଗିନାକୁ ଭଲ ଭାବେ ଧୁଅନ୍ତୁ।