ଆମ ଶରୀର ପାଇଁ ଆୟୋଡିନର ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଥାଇରଏଡ୍ ହରମୋନର ପ୍ରସ୍ତୁତି ପାଇଁ ଆୟୋଡିନର ଭୂମିକା ଖୁବ୍ ବେଶୀ। 

  • ସର୍ବଦା ଲୁଣକୁ ପ୍ଲାଷ୍ଟିକ, କାଚ, କାଠ ଓ ମାଟି ପାତ୍ରରେ ଘୋଡାଇ ରଖିବା ଉଚିତ୍।
  • ଏହାକୁ ଅଧିକ ଦିନ ନରଖି ଯଥାଶୀଘ୍ର ବ୍ୟବହାର କରନ୍ତୁ।
  • ଲୁଣକୁ ସିଧାସଳଖ ସୂର୍ଯ୍ୟକିରଣରେ ରଖନ୍ତୁ ନାହିଁ।
  • ଲୁଣକୁ ଗରମ ତାପମାତ୍ରାଠାରୁ ଦୂରେଇ ରଖନ୍ତୁ।
  • ଲୁଣକୁଓଦାଠାରୁ ଦୂରରେ ରଖନ୍ତୁ। ଲହା ଓଦା ହେଲେ ଏହା ଜମାଟ ବାନ୍ଧିଯାଏ ଓ ଏଥିରେ ଥିବା ଆୟୋଡିନ୍ ଗୁଣାତ୍ମକ ମାନ ହ୍ରାସ ହୋଇଥାଏ।

କରିବା ଅନୁଚିତ ?

  • ଲୁଣ ରଖିଥିବା ପାତ୍ରକୁ ଖୋଲା ରଖନ୍ତୁ ନାହିଁ।
  • ଲୁଣକୁ ମେଟାଲ୍ ପାତ୍ରରେ ରଖନ୍ତୁ ନାହିଁ ।
  • ୬ ମାସରୁ ଅଧିକ ଦିନ ଲୁଣ ଗଚ୍ଛିତ କରି ରଖନ୍ତୁ ନାହିଁ।
  • ଭଲ ଭାବରେ ପବନ ଚଳାଚଳ କରୁ ନଥିବା ଓ ସନ୍ତସନ୍ତିଆ ସ୍ଥାନରେ ଏହାକୁ ଗଚ୍ଛିତ କରି ରଖନ୍ତୁ ନାହିଁ।
  • ଖୋଲା ପ୍ୟାକେଟ୍‌ରେ ରଖନ୍ତୁ ନାହିଁ ।
  • ଖୋଲା ବଗଡା ଲୁଣ କିଣନ୍ତୁ ନାହିଁ (ଗାଈ ଗୋରୁମାନଙ୍କ ପାଇଁ ମଧ୍ୟ)