soap in face

ଶରୀରର ଦର୍ପଣ ହେଉଛି ମୁହଁ। ତେଣୁ ମୁହଁର ଯତ୍ନ ନେବା ନିହାତି ଜରୁରୀ।

ମେକଅପ ସଫା କରନ୍ତୁ

ଦିନ ସମୟରେ ମୁହଁରେ ଲଗାଇଥିବା ମେକଅପ କେହି କେହି ରାତିରେ ସଫା କରିବାକୁ ଭୁଲି ଯାଇଥା’ନ୍ତି। କେତେକ ଲୋକ ମେକ୍‌ଅପ୍‌ ସଫା ନ କରି ଶୋଇଯାଆନ୍ତି। ଏଭଳି କରିବା ଦ୍ୱାରା ମୁହଁର ଛିଦ୍ର ବନ୍ଦ ହୋଇଯାଏ ଓ ବ୍ରଣ ହୋଇଥାଏ। ତେଣୁ ରାତିରେ ମୁହଁକୁ ଧୋଇ ଶୁଅନ୍ତୁ।

ଫେସ୍‌ଓ୍ୱାସ୍‌ ବ୍ୟବହାର କରନ୍ତୁ

ପ୍ରତିଦିନ ମୁହଁକୁ ଫେସ୍‌ଓ୍ୱାସ୍‌ରେ ସଫା କରନ୍ତୁ। ଏହାଛଡ଼ା ମୁହଁକୁ ସଫା କରିବା ପାଇଁ କ୍ଷୀରର ବ୍ୟବହାର କରିପାରିବେ। ଗୋଟେ କଟନ୍‌ରେ କ୍ଷୀର ନେଇ ମୁହଁକୁ ପୋଛନ୍ତି। ଏହାଦ୍ୱାରା ମୁହଁରୁ ଧୂଳି, ମଳି ଓ ମେକ୍‌ଅପ୍‌ ଛାଡ଼ିଯାଏ।

ମଶ୍ଚରାଇଜର ବ୍ୟବହାର କରନ୍ତୁ

ମଶ୍ଚରାଇଜର ଆପଣଙ୍କ ତ୍ୱଚାକୁ ନରମ ଏବଂ ସୁସ୍ଥ ରଖିଥାଏ। ଏହା ତ୍ୱଚାକୁ ଆଦ୍ରତା ରଖିବା ସହ ଏବଂ ତ୍ୱଚାକୁ ନରମ ରଖିଥାଏ।

ନାଇଟ୍‌ କ୍ରିମ୍‌ ଲଗାନ୍ତୁ

ରାତିରେ ତ୍ୱଚାକୁ ସଫା କରିସାରିବା ପରେ ନାଇଟ୍‌ କ୍ରିମ୍‌ ଲଗାନ୍ତୁ। ଏହା ତ୍ୱଚାରେ ଚମକ ଆଣିଥାଏ।

ଉଷୁମ ପାଣି ବାମ୍ଫ ନିଅନ୍ତୁ

ଷ୍ଟିମ୍‌ ନେବା ଦ୍ୱାରା ମୁହଁର ଛିଦ୍ର ଖୋଲିଯାଏ ଓ ମୃତ କୋଷଗୁଡ଼ିକ ବାହାରିଯାଆନ୍ତି। ଷ୍ଟିମ୍‌ ତ୍ୱଚାର ଭିତର ସ୍ତରକୁ ଯାଇ ତ୍ୱଚାକୁ ସଫା କରିଥାଏ। ସପ୍ତାହକୁ ଦୁଇଥର ଗରମ ପାଣି ବାମ୍ଫ ନେବା ଦ୍ୱାରା ତ୍ୱଚାରେ ରକ୍ତସଞ୍ଚାଳନ ହୋଇଥାଏ।

ପର୍ଯ୍ୟାପ୍ତ ନିଦରେ ଶୁଅନ୍ତୁ

ପ୍ରତିଦିନ ୭ରୁ ୮ ଘଣ୍ଟା ଶୁଅନ୍ତୁ। ଶୋଇବା ବେଳେ ତ୍ୱଚାର ମୃତ କୋଷ ନଷ୍ଟ ହୋଇ ନୂଆ କୋଷ ତିଆରି ହୋଇଥାଏ। ଫଳରେ ସକାଳୁ ତ୍ୱଚାରେ ଚମକ ଆସିଥାଏ।

ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ

ଖାଦ୍ୟରେ ସବୁଜ ପନିପରିବା, ଫଳମୂଳ, ଡ୍ରାଏଫ୍ରୁଟ୍ସକୁ ଖାଦ୍ୟରେ ସାମିଲ କରନ୍ତୁ। ଦୈନିକ ୮ରୁ ୧୦ ଗ୍ଲାସ୍‌ ପାଣି ପିଅନ୍ତୁ।

ଜରୁରୀ ଟିପ୍ସ:

ଦିନକୁ ଅତିକମ୍‌ରେ ଦୁଇଥର ମୁହଁ ସଫା କରନ୍ତୁ।

ବାହାରକୁ ବାହାରିବା ପୂର୍ବରୁ ମୁହଁରେ ସନ୍‌ସ୍କ୍ରିନ୍‌ ଲଗାନ୍ତୁ।

ମୁହଁରେ ଫେସ୍‌ଓ୍ୱାସ୍‌ କିମ୍ବା ମଶ୍ଚରାଇଜର ଲଗାଇବା ପୂର୍ବରୁ ହାତକୁ ହାଣ୍ଡଓ୍ୱାସ୍‌ରେ ଧୁଅନ୍ତୁ।

ମନଇଛା କସ୍‌ମେଟିକ୍‌ ପ୍ରଡକ୍ଟ ବ୍ୟବହାର କରନ୍ତୁ ନାହିଁ।

ମୁହଁରେ ବାରମ୍ବାର ହାତ ମାରନ୍ତୁ ନାହିଁ।

ମୁହଁକୁ ଅଧିକ ଗରମ କିମ୍ବା ଅଧିକ ଥଣ୍ଡା ପାଣିରେ ସଫା କରନ୍ତୁ ନାହିଁ।

ମୁହଁରେ ବ୍ରଣ ହୋଇଥିଲେ ତାକୁ ହାତ ମାରନ୍ତୁ ନାହିଁ।

କେବେ ବି ଭୁଲରେ ଗରମ ପାଣି ମୁହଁରେ ବ୍ୟବହାର କରିବା ଉଚିତ ନୁହେଁ। ଗରମ ପାଣି ତ୍ୱଚାରୁ ନ୍ୟାଚୁରାଲ ମଶ୍ଚରାଇଜର ନଷ୍ଟ କରିଦେଇଥାଏ।