ସାଧାରଣତଃ ଖରାଦିନ ଆସିଲେ ନିଜ ସ୍ୱାସ୍ଥ୍ୟର ଅଧିକ ଯତ୍ନ ନେବାକୁ ପଡ଼ିଥାଏ। କାରଣ ପ୍ରବଳ ଖରା ଏବଂ ଗୁଳୁଗୁଳି ଯୋଗୁଁ ଅଂଶୁଘାତ ଭଳି ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଥାଏ। ତେବେ ଚାଲନ୍ତୁ ଜାଣିବା, ଖରାଦିନେ କେମିତି ସୁସ୍ଥ ରହିବେ ଏବଂ କିଭଳି ନିଜର ଯତ୍ନ ନେବେ। 

ପ୍ରଚୁର ପାଣି ପିଅନ୍ତୁ 

ଶରୀରର ୭୦ ଭାଗ ହେଉଛି ଜଳ। ଶରୀରକୁ ସୁସ୍ଥ ରଖିବାରେ ଜଳ ଗୁରୁତ୍ୱପୁର୍ଣ୍ଣ ଭୂମିକା ନେଇଥାଏ। ଖରାଦିନେ ପ୍ରବଳ ଗରମ ଯୋଗୁଁ ଶରୀରରୁ ଝାଳ ବୋହିଥାଏ, ଯାହା ଦ୍ୱାରା ଶରୀରରେ ଜଳୀୟ ଅଂଶ କମିଯାଇଥାଏ। ବିଶେଷଜ୍ଞଙ୍କ ଅନୁସାରେ ଖରାଦିନେ ସତେଜ ରହିବା ପାଇଁ ହେଲେ ପ୍ରତିଦିନ ୩ରୁ ୪ ଲିଟର ପାଣି ପିଇବା ଆବଶ୍ୟକ।

ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ

ପ୍ରବଳ ଗରମ ଯୋଗୁଁ ହାଲିଆ ଲାଗିବା ସହିତ ଓଠ, ତଣ୍ଟି ଶୁଖିଯାଏା ସେଥିରୁ ବର୍ତ୍ତିବାକୁ ହେଲେ ଖାଦ୍ୟରେ ତରଭୁଜ, ପଇଡ଼ ପାଣି, ଆଖୁରସ, ତାଳ ଆଦି ୠତୁଜାତୀୟ ଫଳ ସେବନ କରନ୍ତୁ।

ତରଭୁଜରେ ଜଳୀୟଅଂଶ ଅଧିକ ପରିମାଣରେ ଥାଏ। ଖରାଦିନେ ତରଭୁଜ ଖାଇବା ଦ୍ୱାରା ଶରୀରରେ ଜଳୀୟଅଂଶର ମାତ୍ରା ବଢ଼ିଥାଏ ଓ ଦୁର୍ବଳ ଲାଗିବା ଭଳି ଲକ୍ଷଣ ଜଣାପଡ଼ିନଥାଏ।

ଏହାଛଡ଼ା କାକୁଡ଼ିରେ ସିଲିକନ୍ ଏବଂ ସଲଫର ଅଧିକ ପରିମାଣରେ ରହୁଥିବାରୁ ଏହା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଏହାସହିତ ସନ୍ ଟ୍ୟାନ୍‌ ଓ ସନ୍‌ବର୍ଣ୍ଣ ଦୂର ହୋଇଥାଏ।

ଖରାଦିନେ ଆଖୁ ରସର ଚାହିଦା ବେଶୀ। ଆଖୁ ରସରେ କ୍ୟାଲ୍‌ସିୟମ୍‌, ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌, ଲୌହ ଓ ମାଙ୍ଗାନିଜ ଭରପୂର ମାତ୍ରାରେ ଥାଏ। ଖରାଦିନେ ଆଖୁ ରସ ପିଇବା ଦ୍ଵାରା ଲାଭ ମିଳିଥାଏ।

ଦିନ ୧୧ଟାରୁ ୫ଟା ଭିତରେ ବାହାରକୁ ବାହାରନ୍ତୁ ନାହିଁ।

ଅତି ଜରୁରୀ ନ ଥିଲେ ବାହାରକୁ ଯାଆନ୍ତୁ ନାହିଁ।

ଯଦି ବାହାରକୁ ଯାଉଛନ୍ତି ମୁଣ୍ଡରେ ଓଦା ଗାମୁଛା ଦେଇ କିମ୍ବା ଛତା ନେଇ ବାହାରକୁ ଯାଆନ୍ତୁ।

ବାହାରକୁ ଯିବାର ୧୫ ମିନିଟ୍‌ ପୂର୍ବରୁ ସନ୍‌ସ୍କ୍ରିନ୍‌ ଲଗାଇ ବାହାରକୁ ଯାଆନ୍ତୁ।