ମୋଟା ହେବାର କାରଣ କ’ଣ? ପେଟର ଚର୍ବି କମିବ କେମିତି? ଏନେଇ ବିଶିଷ୍ଟ ପୁଷ୍ଟିକର ବିଶେଷଜ୍ଞ ଡାକ୍ତର ମୌସୁମୀ ମିଶ୍ର କ’ଣ କହୁଛନ୍ତି, ଅଧିକ ଜାଣନ୍ତୁ।

ଖରାପ ଖାଦ୍ୟାଭ୍ୟାସ ଯେପରିକି ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ, ଫାଷ୍ଟଫୁଡ୍, ଅଧିକ ମିଠା ଖାଇବା ଯୋଗୁଁ ବ୍ୟକ୍ତି ମୋଟାପଣର ଶିକାର ହେଉଛନ୍ତି। ଉଚ୍ଚତା ଅନୁସାରେ ଓଜନ ଯେତିକି ରହିବା କଥା ତା’ଠାରୁ ଅଧିକ ହେଲେ, ଆମେ ତାଙ୍କୁ ମୋଟାରେ ଗଣିବା। ବଡି ମାସ୍‌ ଇଣ୍ଡେକ୍ସ ବା ବିଏମ୍‌ଆଇ ୨୫.୦ରୁ ଅଧିକ ହେଲେ ବ୍ୟକ୍ତି ମୋଟାପଣର ଶିକାର ବୋଲି ଧରିବା। ବିଏମ୍‌ଆଇ ୩୦ରୁ ଅଧିକା ହେଲେ ବ୍ୟକ୍ତି ମେଦବହୁଳତାର ଶିକାର ବୋଲି ଧରାଯାଏ।

ମୋଟା ହେବାର କାରଣ କ’ଣ? (What causes obesity in Odia)

ବର୍ତ୍ତମାନ ସମୟରେ ପିଲାମାନେ ଖେଳକୁଦ ପ୍ରତି ବେଶୀ ଆତ୍କୃଷ୍ଟ ହେଉନାହାନ୍ତି। ସେମାନେ ସବୁବେଳେ ମୋବାଇଲରେ ବିଭିନ୍ନ ଗେମ୍‌ ଖେଳିବାରେ ଏବଂ ଟିଭି ଦେଖିବାରେ ସମୟ ବିତାଉଛନ୍ତି। ଫଳରେ ପିଲାଙ୍କଠାରେ ମୋଟାପା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଛୁଆବେଳୁ ପିଲାଙ୍କଠାରେ ଖେଳିବାର ମନୋବୃତ୍ତି ଆଣନ୍ତୁ। ସେମାନଙ୍କୁ ଖେଳିବା ପାଇଁ ଛାଡ଼ନ୍ତୁ।

ଏହାଛଡ଼ା ଖରାପ ଜୀବନଶୈଳୀ, ଖରାପ ଖାଦ୍ୟାଭ୍ୟାସ ମଧ୍ୟ ମୋଟାପଣର କାରଣ।

କେମିତି କମିବ ପେଟର ଚର୍ବି? (How to reduce belly fat in Odia)

ଆଜିକାଲି ସମୟର ଅଭାବ ଯୋଗୁଁ ଲୋକେ ଖାଦ୍ୟ ଖାଇବା ପରେ କାମରେ ବସିପଡ଼ୁଛନ୍ତି ଓ କିଏ କିଏ ଖାଇବା ପରେ ଶୋଇପଡ଼ୁଛନ୍ତି, ଯାହାକି ପେଟ ବଢ଼ିବାର କାରଣ। ତେଣୁ ଖାଇସାରିବାର ତୁରନ୍ତ ପରେ ବସନ୍ତୁ ନାହିଁ। ସବୁବେଳେ ସଠିକ ସମୟରେ ଖାଆନ୍ତୁ ଓ ଖାଇସାରିବା ପରେ କିଛି ସମୟରେ ଚାଲନ୍ତୁ।

ରାତିରେ ଖାଇସାରିବା ପରେ ସଙ୍ଗେ ସଙ୍ଗେ ଶୁଅନ୍ତୁ ନାହିଁ। ରାତି ସାଢ଼େ ୮ଟା ଭିତରେ ଖାଇ ଦିଅନ୍ତୁ ଓ ଏହାପରେ କିଛି ସମୟ ଚାଲନ୍ତୁ ଏବଂ ରାତି ୧୦ଟାରେ ଶୁଅନ୍ତୁ।

କ’ଣ ଖାଇବେ, କ’ଣ ଖାଇବେ ନାହିଁ? (What to eat, what not to eat in Odia)

ଖାଦ୍ୟରେ ଚିନି, ଲୁଣ ଓ ମଇଦା କମ୍‌ କରନ୍ତୁ। ଖାଦ୍ୟରେ ତେଲ ମସଲାର ମାତ୍ରା କମ୍‌ କରନ୍ତୁ। ସବୁବେଳେ ଚେଷ୍ଟା କରିବେ ଛଣାଛଣି ଖାଦ୍ୟ ନ ଖାଇ ସିଝା ଜିନିଷ ଯେପରିକି ଅଣ୍ଡା ସିଝା, ଚିକେନ୍‌ ସିଝା ଭଳି ଖାଦ୍ୟ ଖାଆନ୍ତୁ।

କେତେକ ଲୋକ ଘରେ ଚିକେନ୍‌ ରନ୍ଧା ହୋଇଥିଲେ ଦୁଇ ପଟ ଜାଗାରେ ୬ ପଟ ରୁଟି ଖାଇଦିଅନ୍ତି। ଭୋଜିରେ ଟିକେ ଅଧିକ ଖାଇଦେଇଥାଆନ୍ତି। ଏଭଳି ବିଲକୁଲ କରିବେ ନାହିଁ। ଆପଣ ପ୍ରତିଦିନ ଯେତିକି ଖାଆନ୍ତି, ସେତିକି ଖାଆନ୍ତୁ। ଅଧିକ ମାତ୍ରାରେ ଆମିଷ ଖାଆନ୍ତୁ ନାହିଁ।

କେତେକ ଲୋକ ଓଜନ କମେଇବା ଚକ୍କରରେ ଜିରୋ ଡାଏଟ୍‌ ଅନସୁରଣ କରିଥାଆନ୍ତି। ହେଲେ ଏଭଳି କରିବା ଦ୍ୱାରା ଦୈନିକ ଶରୀରକୁ ଯେତିକି ଭିଟାମିନ୍, ଫ୍ୟାଟ୍‌, ପ୍ରୋଟିନ୍‌ ଦରକାର ହୋଇଥାଏ ଶରୀରକୁ ମିଳିପାରି ନଥାଏ। ଫଳରେ ଅପପୁଷ୍ଟି ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେଣୁ କୌଣସି ଡାଏଟ୍‌ ଅନୁସରଣ କରିବା ପୂର୍ବରୁ ସବୁବେଳେ ଡାଏଟିସିଆନ୍‌ଙ୍କୁ ପଚାରି ଖାଦ୍ୟ ଖାଆନ୍ତୁ।

ଓଜନ ଯେମିତି ରାତାରାତି ବଢ଼େ ନାହିଁ, ସେହିପରି ରାତିରାତି କମେ ମଧ୍ୟ ନାହିଁ। ତେଣୁ, ପ୍ରତିଦିନ ବ୍ୟାୟାମ ଏବଂ ଡାଏଟ୍‌ରେ ଧ୍ୟାନ ଦେଲେ ଧୀରେ ଧୀରେ କରି ଓଜନ କମିଥାଏ।

ରାଶି, ସୋରିଷ ତେଲରେ ମନୋ ଅନ୍‌ସାଚୁରେଟେଡ୍‌ ଫ୍ୟାଟ୍‌ ରହିଛି, ଯାହାକି ଖାଦ୍ୟରେ ସାମିଲ କରିବା ଦ୍ୱାରା ହୃଦ୍‌ରୋଗର ଆଶଙ୍କା କମ୍‌ ହୋଇଥାଏ।

ଡାକ୍ତରଙ୍କ ପରାମର୍ଶ (Doctor’s tips in Odia)

ଖାଦ୍ୟରେ ସାଲାଡ୍‌, ଦହି, ଶାଗ, ସବୁଜ ପନିପରିବା, ନଟ୍ସକୁ ସାମିଲ କରନ୍ତୁ। ସକାଳ ଜଳଖିଆ ସାଢ଼େ ୮ଟା ଭିତରେ କରନ୍ତୁ।

ପ୍ରତିଦିନ ବ୍ୟାୟାମ କରନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ମୌସୁମୀ ମିଶ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Obesity, in Odia language, is based on an extensive interview with a dietitian Dr Mousumi Mishra.