ଭିଟାମିନ ଡି’ ଅଭାବରେ ଅଷ୍ଟିଓପୋରୋସିସ୍‌, ଅଷ୍ଟିଓଆର୍ଥାଇଟିସ୍‌ ସମସ୍ୟା ହୋଇଥାଏ

vitamin Dଆଜି କାଲି ଛୁଆଙ୍କଠାରୁ ଆରମ୍ଭ କରି ବଡ଼ ଲୋକ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ପାଖରେ ଅସ୍ଥିଜନିତ ସମସ୍ୟା ଅଷ୍ଟିଓପୋରୋସିସ୍‌ ଦେଖାଯାଉଛି। ଏହି ଅଷ୍ଟିଓପୋରୋସିସ୍ ଶରୀରରେ ଭିଟାମିନ ଡି’ ର ଅଭାଵରେ ହୋଇଥାଏ। ଶରୀରରେ ଭିଟାମିନ ଡି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ। ଏହି ଭିଟାମିନ ଫ୍ୟାଟ ସଲ୍ୟୁବୁଲ ଷ୍ଟ୍ରେରୋଏଡଗୁଡ଼ିକୁ ନେଇ ଗଠିତ। ଶରୀରରେ କ୍ୟାଲସିୟମ, ଆଇରନ, ମ୍ୟାଗ୍ନେସିୟମ୍‌, ଫସଫେଟ ଏବଂ ଜିଙ୍କ ଅବିଶୋଷଣ କରିବାରେ ସହାୟତା କରିଥାଏ।

ଭିଟାମିନ ଡି ମୁଖ୍ୟତଃ ଦୁଇ ପ୍ରକାର
୧. ଭିଟାମିନ ଡି୨ (ଇର୍‌ଗୋକାଲ୍‌ସିଫେରୋଲ)- ଏହା ଉଦ୍ଭିଦରୁ ପ୍ରସ୍ତୁତ ହୋଇଥାଏ।
୨. ଭିଟାମିନ ଡି୩ (କୋଲେକାଲସିଫେରୋଲ)- ସୂର୍ଯ୍ୟ କିରଣରୁ ଏହି ପ୍ରକାର ଭିଟାମିନ ମିଳିଥାଏ।

ଭିଟାମିନ ଡି ର ଅଭାବ କିପରି ଜଣାପଡ଼େ?

ଶରୀରରେ ଭିଟାମିନ ଡି’ ଅଭାବ ହେବାର କିଛିଦିନ ପରେ ଭିନ୍ନ ଭିନ୍ନ ସମସ୍ୟା ଦେଖାଯାଇଥାଏ।

ଶରୀରରେ ହାଡ଼, ଅସ୍ଥିରେ ଯନ୍ତ୍ରଣା ହୋଇଥାଏ।

ମାଂସପେଶୀ ଦୁର୍ବଳ ହେବା ପରି ମନେ ହୁଏ। ସିଡ଼ି ପାହାଚରେ ଯିବା ଆସିବା ସମୟରେ କିମ୍ବା ତଳୁ କୌଣସି ଜିନିଷ ଉଠାଇବା ବେଳେ ମାଂସପେଶୀ କଷ୍ଟ ହେଉଥିଲେ ଭିଟାମିନ ଡି’ର ଅଭାବ ବୋଲି ଜାଣନ୍ତୁ।

ଭିଟାମିନ ଡି’ର ଅଭାବ ଯୋଗୁଁ ଅଳ୍ପ ସମୟ ଚାଲିଲେ ମଧ୍ୟ ଥକ୍କାପଣ ଅନୁଭବ ହୋଇଥାଏ।

ଦିନରେ ଆବଶ୍ୟକତାଠାରୁ ଅଧିକ ନିଦ ଲାଗେ। ବ୍ୟକ୍ତି ଅଧିକ ସମୟ ଶୋଇରହିଥାଏ।

ଅଧିକ ପରିଶ୍ରମ ନ କରିଲେ ବି କ୍ଲାନ୍ତ ଅନୁଭବ ହୋଇଥାଏ।

ଅନେକ ସମୟରେ ଭିଟାମିନ ଡି ଅଭାବ କାରଣରୁ ବ୍ୟକ୍ତି ମାନସିକ ଅବସାଦ କିମ୍ବା ଚିନ୍ତିତ ହେବାର ଦେଖାଯାଇଥାଏ।

ଭିଟାମିନ ଡି ଅଭାବରେ ଦେହରୁ ସାଧାରଣ ଅପେକ୍ଷା ଅଧିକ ଝାଳ ବୋହିଥାଏ।

ଭିଟାମିନ ଡି ଅଭାବ ହେଲେ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ।

ଅନେକଙ୍କ ନିକଟରେ ଭିଟାମିନ ଡି ର ଅଭାବ ଦେଖିବାକୁ ମିଳିନଥାଏ। ତଥାପି ସେହି ବ୍ୟକ୍ତିମାନେ ଅସ୍ଥିଜନିତ ସମସ୍ୟାରେ ଶିକାର ହୋଇଥାଆନ୍ତି।

ବାରମ୍ବାର ବିଭିନ୍ନ ସଂକ୍ରମଣ କାରଣରୁ ଭିଟାମିନ ଡି ଅଭାବ ହେବାର ଆଶଙ୍କା ଦେଖାଯାଏ। ଭିଟାମିନ ଡି ଯୋଗୁଁ ଆମ ଶରୀରର ଟି ସେଲ ପ୍ରଭାବିତ ହୋଇଥାଏ।