ଭାତୁଡ଼ି ହୁଏ କାହିଁକି? ଏହାର ପ୍ରକାର, ଚିକିତ୍ସାକୁ ନେଇ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଦିପ୍ତୀ ରଞ୍ଜନୀ ବିଶୋଈ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ଭାତୁଡ଼ି ସମସ୍ୟା ? (What are Warts/ Skin Tags in Odia)

ଭାତୁଡ଼ିକୁ ନେଇ ଅଧିକାଂଶ ଲୋକ ଚିନ୍ତିତ। ଏହାକୁ ଡାକ୍ତରୀ ଭାଷାରେ ସ୍କିନ୍‌ ଟ୍ୟାଗ୍‌ ବୋଲି କୁହାଯାଏ। ଏହା ବେକ, କାନ୍ଧ, ଜଙ୍ଘସନ୍ଧିରେ ଅଧିକ ହୋଇଥାଏ। ଯଦି ଚର୍ମରେ ଭାତୁଡ଼ି ବଢ଼ି ବଢ଼ି ଚାଲୁଛି, ତେବେ ଏହା ଚିନ୍ତାର ବିଷୟ।

ବ୍ୟକ୍ତିଙ୍କ ରଙ୍ଗ ଅନୁସାରେ ଭାତୁଡ଼ିର ରଙ୍ଗ ଭିନ୍ନ ଭିନ୍ନ। କେତେକ ଲୋକଙ୍କର ଭାତୁଡ଼ି ବେକରେ ଲାଖି ରହିଥାଏ କିମ୍ବା କେତେକଙ୍କର ଲାଞ୍ଜ ଭଳି ଝୁଲିକି ରହିଥାଏ। ସାଧାରଣତଃ କମ୍‌ ବୟସରେ ଏତେଟା ଭାତୁଡ଼ି ହୋଇନଥାଏ। ବୟସ ବଢ଼ିବା ସହିତ ଭାତୁଡ଼ି ବାହାରିଥାଏ। ମୋଟା ଲୋକ, ମଧୁମେହ ରୋଗୀ, ଉଚ୍ଚରକ୍ତଚାପ ଥିବା ଲୋକଙ୍କଠାରେ ଭାତୁଡ଼ି ଅଧିକ ବାହାରିଥାଏ।

ଯଦି ଡାଏବେଟିସ୍‌, ଉଚ୍ଚ ରକ୍ତଚାପ ଅନିୟନ୍ତ୍ରିତ ଅବସ୍ଥାରେ ରହିଲେ ଭାତୁଡ଼ି ହେବାର ଆଶଙ୍କା ଥାଏ।

ଅଧିକ ପଢ଼ନ୍ତୁ: ମୁହଁରେ ବ୍ରଣ ହେଉଛି କି? ଜାଣନ୍ତୁ, କେମିତି ପାଇବେ ମୁକ୍ତି

ଭାତୁଡ଼ି ଯୋଗୁଁ କ’ଣ ଅସୁବିଧା ହୁଏ? (Problems due to Warts/ Skin Tags in Odia)

ଶରୀରରେ ଯାହା ସମସ୍ୟା ହୁଏ, ତାହା ଆମର ତ୍ୱଚା ଉପରେ ପରିଲିକ୍ଷିତ ହୁଏ। ଯଦି ଭାତୁଡ଼ି ବଢ଼ୁଛି ତାହାହେଲେ ଚର୍ମ ବିଶେଷଜ୍ଞ ସହ ପରାମର୍ଶ କରିବା ଜରୁରୀ। ଭାତୁଡ଼ିକୁ ସର୍ଜରୀ ମାଧ୍ୟମରେ କଢ଼ାଯିବା ସହ ଔଷଧ ମାଧ୍ୟମରେ ଶରୀର ଭିତର ସମସ୍ୟା ମଧ୍ୟ ଚିକିତ୍ସା କରାଯାଏ।

ଭାତୁଡ଼ିର ବିଭିନ୍ନ ପ୍ରକାର (Types of Warts/ Skin Tags in Odia)

ଭାତୁଡ଼ି ବିଭିନ୍ନ ପ୍ରକାରର। କେତେକ ଭାତୁଡ଼ି କ୍ୟାନ୍‌ସରର ରୂପ ନିଏ। ଏଥିପାଇଁ ଭାତୁଡ଼ି ହେଲେ ଡାକ୍ତରଙ୍କ ପରାମର୍ଶ କରି ଚିକିତ୍ସା କରିବାର ଆବଶ୍ୟକତା ରହିଛି।

କେତେକ ଲୋକଙ୍କର ଆଖି ଚାରିପଟେ ହଳଦିଆ ରଙ୍ଗର ଛୋଟ ଛୋଟ ଆକାରର ବାହାରିଥାଏ ଓ ଧୀରେ ଧୀରେ ଏହା ବଡ଼ ହୋଇଥାଏ, ଯାହାକୁ ଜାନ୍ଥେଲାଜ୍‌ମା (Xanthelasma) କୁହାଯାଏ। ସାଧାରଣତଃ ଲିପିଡ୍‌ ପ୍ରୋଫାଇଲ୍‌ ଅଧିକ ହେଲେ ଏହି ସମସ୍ୟା ହୋଇପାରେ।

ବେଳେ ବେଳେ ମୁହଁରେ ଧଳା ରଙ୍ଗର ଭାତୁଡ଼ି ଭଳି ବାହାରିଥାଏ, ଯାହାକୁ ମଲସ୍କମ୍‌ (Molluscum) ବୋଲି କୁହାଯାଏ। ଏହା ବାହ୍ୟ ସଂକ୍ରମଣ ଯୋଗୁଁ ହୋଇଥାଏ। ଏହା ଛୋଟ ଛୁଆଙ୍କଠାରୁ ଆରମ୍ଭ କରି ବଡ଼ ଲୋକଙ୍କୁ ବି ହୋଇପାରେ। ଏହାର ଚିକିତ୍ସା କରିବା ଜରୁରୀ। କାରଣ ଏହା ଗୋଟେ ହେଲେ ତାକୁ ଲାଗିକରି ଅନେକଗୁଡ଼ିଏ ହୋଇପାରେ। ଏହା ଏକ ସଂକ୍ରାମକ ରୋଗ। ଏହା ଛୁଇଁବା ଯୋଗୁଁ ବ୍ୟାପିଥାଏ।

ହେଲେ ଭାତୁଡ଼ି ସଂକ୍ରାମକ ନୁହେଁ।

ବୃଦ୍ଧାବସ୍ଥାରେ ମୁହଁରେ ବା କେଶରେ ବଡ଼ ଆକାରର କଳା ରଙ୍ଗର ଭାତୁଡ଼ି ହୋଇଥାଏ, ଯାହାକୁ ‘ସେବୋରିକ୍‌ କେରାଟୋସିସ୍‌’ (seborrheic keratosis) ହୋଇଥାଏ। ଏହା ସାଧାରଣତଃ କ୍ୟାନ୍‌ସରସ୍‌। ଖରା ପଡ଼ିଲେ ଏହା ଅଧିକ କଳା ପଡ଼ିଯାଏ। ଏହାର ଚିକିତ୍ସା କରିବା ନିହାତି ଜରୁରୀ।

ଭାତୁଡ଼ି ସାଧାରଣତଃ ନରମ ନରମ। କିନ୍ତୁ ଓ୍ୱାର୍ଟକୁ ଛୁଇଁଲେ ଖଦଡ଼ିଆ ଲାଗିଥାଏ। ଏହା ଯୌନାଙ୍ଗ କ୍ଷେତ୍ରରେ ଦାନା ଦାନା ଭଳି ହୋଇପାରେ।

କଳାଜାଈ ଲାଲଜାଈ କ’ଣ? (What is black mole, red mole in Odia)

କଳାଜାଈ ହେଉଛି ଜନ୍ମ ଚିହ୍ନ। ହେଲେ ଏହାର କାର୍ସିନୋମାଟସ୍‌ ପରିବର୍ତ୍ତନ ହୋଇପାରେ। ମେଲାନିନ୍‌ ପିଗ୍‌ମେଣ୍ଟ କମ୍‌ ଥିଲେ କର୍କଟ ହେବାର ଆଶଙ୍କା ଅଧିକ ଥାଏ। ତେଣୁ ଭାରତରେ ସ୍କିନ୍‌ କ୍ୟାନ୍‌ସର ଏତେଟା ଦେଖାଯାଏ ନାହିଁ।

ତେବେ କେମିତି ଜାଣିବେ, ଆପଣଙ୍କ କଳାଜାଈ କ୍ୟାନ୍‌ସରସ୍‌ ନା ନୁହେଁ। ଯଦି ଶରୀରରେ କଳାଜାଈ ସଂଖ୍ୟା ବଢ଼ୁଛି, ରଙ୍ଗରେ ପରିବର୍ତ୍ତନ ହେଉଛି ଏବଂ କଳାଜାଈ ଫୁଲି ଯନ୍ତ୍ରଣା ହେଉଛି, ତାହାହେଲେ ଏହା କାର୍ସିନୋମାର ଲକ୍ଷଣ।

ଅଧିକ ପଢ଼ନ୍ତୁ: ଚର୍ମରୋଗର କାରଣ କ’ଣ?

ଭାତୁଡ଼ିର ଚିକିତ୍ସା କେମିତି କରିବେ? (Treatment of Warts/ Skin Tags in Odia)

ଭାତୁଡ଼ି ହୋଇଥିଲେ ରେଡିଓ ଫ୍ରିକ୍ୟୁଏନ୍ସି ପଦ୍ଧତିରେ ଚିକିତ୍ସା କରାଯାଏ। ଏଥିରେ ଭାତୁଡ଼ିକୁ କାଟିଦିଆଯାଏ।

ଭାତୁଡ଼ି ହେବାକୁ ରୋକିପାରିବା କି? (Can we prevent Warts/ Skin Tags in Odia)

ଶରୀରରେ କୌଣସି ସମସ୍ୟା ହେବା ଯୋଗୁଁ ଚର୍ମରେ ଭାତୁଡ଼ି ବାହାରିଥାଏ। ତେଣୁ ଆମକୁ ଜୀବନଶୈଳୀରେ ପରିବର୍ତ୍ତନ କରିବା ଆବଶ୍ୟକ।

ବ୍ୟାୟାମ କରିବା ଜରୁରୀ, ଫାଷ୍ଟଫୁଡ୍‌ ଓ ଚର୍ବିଜାତୀୟ ଖାଦ୍ୟରୁ ନିବୃତ୍ତ ରହିବା ଭଲ। ଏଭଳି କରିବା ଦ୍ୱାରା ମୋଟାପଣ ନିୟନ୍ତ୍ରଣ ରହିଥାଏ।

ତ୍ୱଚାରେ ଚମକ ଆଣିବା ପାଇଁ କ’ଣ ଖାଇବେ?

ତ୍ୱଚାରେ ଚମକ ଆଣିବା ପାଇଁ ଭିଟାମିନ୍‌, ମିନେରାଲ୍ସର ଆବଶ୍ୟକତା ରହିଛି। ତ୍ୱଚାର କୋଷ ତିଆରି କରିବା ପାଇଁ ଭିଟାମିନ୍‌ ସି ଦରକାର ହୋଇଥାଏ। କାରଣ ଏହା ଚର୍ମରେ କୋଲାଜନ୍‌ ତିଆରି କରିବାରେ,  ଇଲାଷ୍ଟିସିଟିକୁ ରକ୍ଷଣାବେକ୍ଷଣ କରିବାରେ ସାହାଯ୍ୟ କରିଥାଏ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଦିପ୍ତୀ ରଞ୍ଜନୀ ବିଶୋଈଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on how to get rid of Skin Tags, in Odia language, is based on an extensive interview with Dermatologist Dr Diptiranjani Bisoyi.