ପରିଚ୍ଛନତା ଅଭାବରୁ ଯୌନାଙ୍ଗ ସଂକ୍ରମଣ ହୋଇପାରେ। ତେବେ ଯୌନାଙ୍ଗ ସଂକ୍ରମଣରୁ ରକ୍ଷା ପାଇବେ କିପରି?

clean toilet

ପ୍ରଜନନ ଦ୍ୱାରରେ ଜୀବାଣୁ ବୃଦ୍ଧି ହେବା ଯୋଗୁଁ ଯୌନାଙ୍ଗ ସଂକ୍ରମଣ ହୋଇଥାଏ। ମଳତ୍ୟାଗ କରିବା ପରେ ଭଲ ଭାବରେ ନ ଧୋଇଲେ,  ଅପରିଷ୍କାର ବା ଓଦା ଅନ୍ତବସ୍ତ୍ର ଅଧିକ ସମୟ ଧରି ବ୍ୟବହାର କରିବା ଦ୍ୱାରା, ବାରମ୍ବାର ଗର୍ଭପାତ, ଏକାଧିକ ଯୌନ ସମ୍ପର୍କ ଯୋଗୁଁ ଯୌନାଙ୍ଗ ସଂକ୍ରମଣ ହୋଇପାରେ।

ଯୌନାଙ୍ଗ ସଂକ୍ରମଣର ଲକ୍ଷଣ

ଯୌନାଙ୍ଗ ଚାରିପାଖ ଲାଲ ପଡ଼ିଯିବା, କୁଣ୍ଡାଇ ହେବା ଓ ପୋଡ଼ା ଜ୍ୱଳା ହେବା।

ଯୌନାଙ୍ଗରେ ଘା’ ବା କ୍ଷତ ହେବା।

ପରିସ୍ରା କରିବା ସମୟରେ ପୋଡ଼ିବା ବା କୁଣ୍ଡାଇ ହେବା।

clean toilet

ଯୌନାଙ୍ଗ ସଂକ୍ରମଣକୁ ରୋକିବା ପାଇଁ କ’ଣ କରିବେ?

ଗାଧୋଇବା ବେଳେ ଯୌନାଙ୍ଗକୁ ଭଲ ଭାବରେ ପରିଷ୍କାର କରନ୍ତୁ। ମଳତ୍ୟାଗ କରିବା ପରେ ଭଲ ଭାବରେ ସଫା କରନ୍ତୁ।

ଋତୁସ୍ରାବ ସମୟରେ ସାନିଟାରି ନାପକିନ୍‌ ବ୍ୟବହାର କରନ୍ତୁ ଓ ଦିନରେ ଅତିକମ୍‌ରେ ଦୁଇଥର ବଦଳାନ୍ତୁ।

ବ୍ୟବହାର କରୁଥିବା ଅନ୍ତବସ୍ତ୍ରକୁ ଭଲ ଭାବରେ ସଫା କରି ଖରାରେ ଶୁଖାନ୍ତୁ। ଖରାରେ ଶୁଖାଇବା ଦ୍ୱାରା ଜୀବାଣୁ ନଷ୍ଟ ହୋଇଥାଏ।

ସହବାସ ପୂର୍ବରୁ ଏବଂ ପରେ ଭଲଭାବରେ ଯୌନାଙ୍ଗ ଧୋଇ ପରିଷ୍କାର କରନ୍ତୁ।

ଯୌନାଙ୍ଗ ଜନିତ ସଂକ୍ରମଣ ହେଲେ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଜରୁରୀ।