ପିରିୟଡ୍‌ସ ସମୟରେ ପ୍ରତ୍ୟେକ ମହିଳା କିଛି ନା କିଛି ଯନ୍ତ୍ରଣା ଦେଇକି ଗତି କରନ୍ତି। ଯେପରିକି କେତେକ ମହିଳାଙ୍କର ପିରିୟଡ୍‌ସ ବେଳେ ପେଟ ବ୍ୟଥା, ଗୋଡ଼ ହାତ ବିନ୍ଧା ଛିଟିକା ଭଳି ସମସ୍ୟା ହୋଇଥାଏ। ବେଳେବେଳେ କେତେକ ମହିଳା ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ପେନ୍‌ କିଲର ଖାଇଦିଅନ୍ତି। କିନ୍ତୁ, ପେନ୍‌ କିଲର ବଟିକା ଅଧିକ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।

କେତେକ ଘରୋଇ ଉପାୟରେ ପିରିୟଡ୍‌ସ ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ।

ଯଦି ପିରିୟଡ୍‌ସ ବେଳେ ପେଟ ଯନ୍ତ୍ରଣା କିମ୍ବା ଅଣ୍ଟା ଯନ୍ତ୍ରଣା ଅନୁଭବ କରନ୍ତି, ତେବେ ଗରମ ପାଣି ଶେକ ଦେବା ଦ୍ୱାରା ଆରାମ ମିଳିଥାଏ।

ଏହି ସମୟରେ ବ୍ରିଦିଙ୍ଗ୍‌ ଏକ୍ସରସାଇଜ୍‌ ଓ ହାଲୁକା ଷ୍ଟ୍ରେଚିଂ ଏକ୍ସରସାଇଜ୍‌ କରିପାରିବେ। ଏହା କରିବା ଦ୍ୱାରା ଯନ୍ତ୍ରଣାରୁ ଉପଶମ ମିଳିଥାଏ।

ପିରିୟଡ୍‌ସ ବେଳେ ମଦ୍ୟପାନ, କଫି, ଚା’ ଭଳି ଜିନିଷ ପିଇବା କମ୍‌ କରନ୍ତୁ। ଏହି ସମୟରେ ଗ୍ରୀନ୍‌ ଟି କିମ୍ବା ଡାଳଚିନି ଏବଂ ଅଦାରସ ମିଶାଇ ଚା’ ପିଇପାରିବେ। ଏଥିରେ ଆଣ୍ଟିଇନ୍‌ଫ୍ଲାମେଟୋରି ତତ୍ୱ ଭରପୂର ମାତ୍ରାରେ ରହିଛି। ଏହାକୁ ପିଇବା ଦ୍ୱାରା ଶରୀରକୁ ଆରାମ ଲାଗିବା ସହିତ ଯନ୍ତ୍ରଣା ଦୂର ହୋଇଥାଏ।

ଯଦି ଅତ୍ୟଧିକ ଯନ୍ତ୍ରଣା ଲାଗିରହୁଛି, ତେବେ ଜଣେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରାଇନିଅନ୍ତୁ।

ଅଧିକ ପଢ଼ନ୍ତୁ: ପିରିୟଡ୍‌ସ ସମୟରେ ରହନ୍ତୁ ପରିଷ୍କାର

କେତେବେଳେ ଡାକ୍ତରଙ୍କ ପାଖକୁ ଯିବେ

ପିରିୟଡ୍‌ସ ସମୟରେ ରକ୍ତସ୍ରାବ ଏବଂ ଡିସଚାର୍ଜ ସବୁ ମହିଳାଙ୍କ ପାଇଁ ଏକ ସାଧାରଣ କଥା। କିନ୍ତୁ ଯଦି ତା’ ପରେ ମଧ୍ୟ କୌଣସି ପ୍ରକାର ଡିସଚାର୍ଜ ହୁଏ କିମ୍ବା ଆପଣଙ୍କର ପ୍ରାଇଭେଟ୍ ପାର୍ଟରେ କିଛି ଅଜବ ଅନୁଭବ ହୁଏ ତା’ ହେଲେ ତୁରନ୍ତ କୌଣସି ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।

-ପିରିୟଡ୍‌ସ ବହୁତ ଶୀଘ୍ର କିମ୍ବା ବହୁତ ବିଳମ୍ବରେ ହେଉଥିଲେ

-ପିରିୟଡ୍‌ସ ସମୟରେ ଅସାମାନ୍ୟ ଭାବେ ରକ୍ତସ୍ରାବ ହେଉଥିଲେ

-ପେଲଭିକ୍ ଅଞ୍ଚଳରେ ଦରଜ

-ଛାତିରେ ଆବୁ ହେବା

-ପରିସ୍ରା ସମୟରେ ଜ୍ୱଳାପୋଡ଼ା

-ଶାରୀରିକ ସଂପର୍କ ରକ୍ଷା ସମୟରେ ଜ୍ୱଳାପୋଡ଼ା ହେବା