ଆଜିକାଲି କେଶ ଝଡ଼ିବା ଏକ ସାଧାରଣ ସମସ୍ୟା। କେତେକ ଟିପ୍ସ ଆପଣେଇ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।

ବର୍ତ୍ତମାନ ସମୟରେ କେଶ ଝଡ଼ିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖିବାକୁ ମିଳୁଛି। ସୁସ୍ଥ ଏବଂ ଲମ୍ବା କେଶ ପାଇଁ ପ୍ରାୟ ଝିଅ ଆଗ୍ରହୀ ଥାଆନ୍ତି। ତେଣୁ କେଶର ଯତ୍ନ ପାଇଁ ସେମାନେ ବିଭିନ୍ନ ଉପାୟ ମଧ୍ୟ ଆପଣେଇଥାଆନ୍ତି। ସିଲ୍କ ଏବଂ ସୁନ୍ଦର କେଶ ନିଶାରେ ଅନେକ ହେୟାର ପ୍ରଡକ୍ଟ ବ୍ୟବହାର କରନ୍ତି। ଯାହାକି ସେମାନଙ୍କ କେଶକୁ ଦୁର୍ବଳ କରିଦେଇଥାଏ।

ଯଦି ଆପଣଙ୍କ କେଶ ମୂଳରୁ ଝଡ଼ୁଛି କିମ୍ବା ଅଧାରୁ ଛିଣ୍ଡିଯାଉଛି, ତେବେ ଷ୍ଟାଇଲିଂ ଉପକରଣ ଯେପରିକି ହେୟାର ଡ୍ରାୟର, ଆରନ୍‌, କର୍‌ଲର  ବ୍ୟବହାର କମ୍‌ କରନ୍ତୁ କିମ୍ବା ବିଲକୁଲ କରନ୍ତୁ ନାହିଁ। କେଶ ଧୋଇସାରିବା ପରେ ହେୟାର ଡାୟରରେ ନ ଶୁଖାଇ ପ୍ରାକୃତିକ ଉପାୟରେ ଶୁଖାଇବାକୁ ଛାଡ଼ିଦିଅନ୍ତୁ।

ସଲଫେଟ୍‌ ମୁକ୍ତ ଓ ସିଲିକନ୍‌ ମୁକ୍ତ ସାମ୍ପୋ ବ୍ୟବହାର କରନ୍ତୁ। ନଚେତ୍‌ ଘରୋଇ ଉପଚାର ବ୍ୟବହାର କରି କେଶ ସାମ୍ପୋ କରିପାରିବେ। ଯେପରିକି ରିଠା, ଶିକାକାଇ, ଅଁଳାକୁ କେଶରେ ଲଗାନ୍ତୁ। ଏହାକୁ କେଶରେ ଲଗାଇବା ଦ୍ୱାରା କେଶରୁ ରୁପି, କେଶ ଝଡ଼ିବା ସମସ୍ୟା ଦୂର ହୋଇଥାଏ।

ଅଧିକ ପଢ଼ନ୍ତୁ: କେଶ ରଙ୍ଗ କରୁଥିଲେ, ଜାଣିରଖନ୍ତୁ

କେଶରେ ତେଲ ଲଗାଇବାକୁ ଭୁଲନ୍ତୁ ନାହିଁ। କେଶ ମୂଳରେ ତେଲ ମାଲିସ କରିବା ଦ୍ୱାରା ରକ୍ତ ସଞ୍ଚାଳନ ସଠିକ୍‌ ଭାବେ ହୋଇଥାଏ। ଫଳରେ କେଶ ମୂଳ ମଜଭୁତ ହେବା ସହ କେଶ ଝଡ଼ିବା କମିଥାଏ। କେଶ ପାଇଁ ନଡ଼ିଆ ତେଲ ବେଶ୍‌ ଭଲ।

ପିଆଜ ରସ କେଶ ଝଡ଼ିବାକୁ ରୋକିବା ସହ କେଶ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ପିଆଜକୁ କାଟି ଏଥିରୁ ରସ ବାହାର କରିଦିଅନ୍ତୁ। ଏହି ରସକୁ କେଶ ମୂଳରେ ଲଗାଇ ମସାଜ କରନ୍ତୁ। ଅଧ ଘଣ୍ଟା ପରେ କେଶ ସାମ୍ପୋ କରିଦିଅନ୍ତୁ। ପିଆଜରେ ସଲଫର ଥିବାରୁ ଏହା କେଶ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।

ସୁସ୍ଥ କେଶ ପାଇଁ ଶରୀରକୁ ଉପଯୁକ୍ତ ଭିଟାମିନ୍‌ ଓ ମିନେରାଲ୍ସର ଆବଶ୍ୟକତା ରହିଛି। ଖାଦ୍ୟରେ ସବୁଜ ପନିପରିବା, ଫଳ, ଦହି, ଗାଜର, ବ୍ରୋକୋଲି ସାମିଲ କରନ୍ତୁ।

ମାନସିକ ଚାପରୁ ଦୂରେଇ ରହନ୍ତୁ।