ଅଧିକ ପଢ଼ନ୍ତୁ: କସ୍‌ମେଟିକ୍ ସର୍ଜରୀ କ’ଣ ଓ ଏହା କାହିଁକି ଦରକାର?

ଆଜିକାଲି କେଶରେ ରଙ୍ଗ ଲଗାଇବା ଏକ ଫ୍ୟାସନ୍‌ ପାଲଟିଗଲାଣି। ନିଜ କେଶକୁ ଷ୍ଟାଇଲ୍ କରିବା ପାଇଁ ପୁରୁଷ ହେଉ ବା ମହିଳା ସମସ୍ତେ କେଶକୁ ରଙ୍ଗ କରୁଛନ୍ତି। ତେବେ କେଶ ରଙ୍ଗ କରିବା ପୂର୍ବରୁ କେଉଁସବୁ ଦିଗ ପ୍ରତି ଧ୍ୟାନ ଦେବେ?

ଲୋକେ କେଶକୁ ରଙ୍ଗ କରିବା ପାଇଁ ଟେମ୍ପୋରାରି ରଙ୍ଗ (ଅସ୍ଥାୟୀ ରଙ୍ଗ) ଓ ପରମାନେଣ୍ଟ ରଙ୍ଗ (ସ୍ଥାୟୀ ରଙ୍ଗ) ବ୍ୟବହାର କରିଥାଆନ୍ତି। ଆମ କେଶ ପ୍ରୋଟିନ୍‌ ଉପାଦାନରେ ତିଆରି ହୋଇଛି। ଯେତେବେଳେ କେଶରେ ଅସ୍ଥାୟୀ ରଙ୍ଗ ଦିଆଯାଏ, ସେତେବେଳେ କେଶର ଉପର ସ୍ତର ରଙ୍ଗ ହୋଇଥାଏ। ଦୁଇ ତିନି ଥର ଧୋଇବା ପରେ ସେହି ରଙ୍ଗ କେଶରୁ ହଟିଯାଏ।

ପର୍‌ମାନେଣ୍ଟ ବା ସ୍ଥାୟୀ ରଙ୍ଗ କେଶର ଭିତର ସ୍ତରକୁ ରଙ୍ଗ କରିଥାଏ, ଯାହା କେଶ ପାଇଁ ହାନିକାରକ। ପର୍‌ମାନେଣ୍ଟ ରଙ୍ଗରେ ପେରକ୍ସାଇଡ୍‌ର ମାତ୍ରା ଅଧିକ ଥାଏ, ଯାହାକି କର୍କଟ ସୃଷ୍ଟି କରିପାରେ। ତେଣୁ, କେଶରେ ପର୍‌ମାନେଣ୍ଟ ରଙ୍ଗ କରନ୍ତୁ ନାହିଁ।

କେଶରେ ରଙ୍ଗ କରିବା ପରେ କେତେକ ଲୋକଙ୍କର ସଙ୍ଗେ ସଙ୍ଗେ ପ୍ରଭାବ ପକାଏ ଓ କେତେକଙ୍କର ଡେରିରେ ପ୍ରଭାବ ପକାଇପାରେ। କେଶରେ ରଙ୍ଗ ଲଗାଇବା ପରେ କେତେକଙ୍କ ଆଲର୍ଜି ହୋଇଥାଏ, ଯେପରିକି ଚର୍ମ କୁଣ୍ଡେଇ ହେବା, ନାଲି ପଡ଼ିଯିବା ଭଳି ଲକ୍ଷଣ ଦେଖାଦିଏ।

ପରମାନେଣ୍ଟ ରଙ୍ଗରେ ପେରୋକ୍ସାଇଡ୍‌ ଅଂଶ ଅଧିକ ରହୁଥିବାରୁ ଏହା ଆଜ୍‌ମା, ଚର୍ମ କର୍କଟ ଭଳି ରୋଗ ସୃଷ୍ଟି କରିପାରେ।

 ଅଧିକ ପଢ଼ନ୍ତୁ: କାହିଁକି ହୁଏ ରୁପି? ଜାଣନ୍ତୁ ଡାକ୍ତରଙ୍କ ଟିପ୍ସ

ରଙ୍ଗ ଲଗାଇବା ପୂର୍ବରୁ ସାବଧାନତା

ଯଦି ରଙ୍ଗ ଲଗାଉଛନ୍ତି, ତାହାହେଲେ ସ୍ଥାୟୀ ରଙ୍ଗ ଲଗାନ୍ତୁ ନାହିଁ।

ସ୍ଥାୟୀ ରଙ୍ଗ ଲଗାଉଥିଲେ ଆମୋନିଆ ମାତ୍ରା ପରଖି ନିଅନ୍ତୁ। ଆମୋନିଆ ନଥିଲେ ଏହି ରଙ୍ଗକୁ ବ୍ୟବହାର କରିପାରିବେ।

ରଙ୍ଗ ଲଗାଉଥିଲେ ପ୍ରଥମେ ପ୍ୟାଚ୍‌ ଟେଷ୍ଟ କରି ଦେଖନ୍ତୁ। ରଙ୍ଗ ଲଗାଇବା ପୂର୍ବରୁ କାନ ପଛପଟେ ଟିକେ ରଙ୍ଗ ଲଗାଇ ୪୮ ମିନିଟ୍‌ ଯାଏଁ ଅପେକ୍ଷା କରନ୍ତୁ। ଯଦି ଆଲର୍ଜି ହୁଏ ନାହିଁ, ତେବେ ଏହି ରଙ୍ଗକୁ ବ୍ୟବହାର କରିପାରିବେ।

ଯେତେଥର ଆପଣ ରଙ୍ଗ କରୁଛନ୍ତି, ସେତେଥର ପ୍ୟାଚ୍‌ ଟେଷ୍ଟ କରିଦେଖନ୍ତୁ।

କେଶରେ ଯେତିକି ସମୟ ରଙ୍ଗ ଲଗାଇ ରଖିବା ଆବଶ୍ୟକ ସେତିକି ସମୟ ହିଁ ରଖନ୍ତୁ। ତାଠାରୁ ଅଧିକ ସମୟ ରଖନ୍ତୁ ନାହିଁ।

ରଙ୍ଗ ଲଗାଇବା ବେଳେ ଆଖି ଓ ଆଖି ପତାରେ ଯେପରି ନ ଲାଗେ, ସେନେଇ ଧ୍ୟାନ ଦିଅନ୍ତୁ। ଯଦି ଏହି ରଙ୍ଗ ମୁହଁରେ ଲାଗେ, ତାହାହେଲେ ସାଙ୍ଗେ ସାଙ୍ଗେ ପୋଛି ଦିଅନ୍ତୁ ବା ଧୋଇଦିଅନ୍ତୁ।