ପଲ୍ସ ଅକ୍ସିମିଟର କିପରି କାମ କରେ? ଏନେଇ ବିଶିଷ୍ଟ ରୁମାଟୋଲୋଜିଷ୍ଟ ତଥା ଇମ୍ୟୁନୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡା କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ପଲ୍ସ ଅକ୍ସିମିଟର ହେଉଛି ଏମିତି ଏକ ମେଡିକାଲ ଉପକରଣ, ଯାହା ସାହାଯ୍ୟରେ ଆମେ ହାର୍ଟ ବିଟ୍ (ହୃଦସ୍ପନ୍ଦନ) ଏବଂ ଶରୀରର ଅମ୍ଳଜାନ ସ୍ତର (SpO2) କୁ ମାପିପାରିବା। ଅକ୍ସିଜେନ୍‌ ସ୍ତରରୁ ଜାଣିପାରିବା ଯେ, ଫୁସ୍‌ଫୁସ୍‌ ସଠିକ୍‌ ଭାବରେ କାମ କରୁଛି କି ନାହିଁ।

ଏହା ଦେଖିବାକୁ ଏକ କ୍ଲିପ୍ ପରି। ପଲ୍‌ସ ଅକ୍ସିମିଟରକୁ ଆଙ୍ଗୁଠିରେ ରଖିଲେ ଆପଣଙ୍କ ରକ୍ତରେ ଥିବା ଅମ୍ଳଜାନର ମାତ୍ରା ରିଡିଂ ଆକାରରେ ଦେଖିବାକୁ ମିଳିଥାଏ।

ପଲ୍‌ସ ଅକ୍ସିମିଟର କିଣିବା ପାଇଁ ଏଇଠି କ୍ଲିକ୍ କରନ୍ତୁ। : https://amzn.to/2GUhKvL

ପଲ୍ସ ଅକ୍ସିମିଟର କେମିତି କାମ କରେ? (How does a pulse oximeter work in Odia)

SpO2 ୯୫ ପ୍ରତିଶତରୁ ଅଧିକ ଅଛି, ତେବେ ଆମେ ଜାଣିବା ଯେ ଆମ ଶରୀରରେ ଅମ୍ଳଯାନର ମାତ୍ରା ଠିକ୍‌ ଅଛି, ଆମର ଫୁସ୍‌ଫୁସ୍‌ ସଠିକ୍‌ ଭାବେ କାମ କରୁଛି ଏବଂ ଆମ ରକ୍ତରେ ଅମ୍ଳଜାନ ସଠିକ୍‌ ମିଶ୍ରଣ ହେଉଛି। ଏଥିରୁ ଜାଣିପାରିବେ ଯେ ରୋଗୀଙ୍କୁ କୌଣସି ପ୍ରକାର ଅସୁବିଧା ହେଉ ନାହିଁ।

SpO2 ୯୨ ପ୍ରତିଶତରୁ କମ୍‌ ରହିଲେ ଆମେ ଜାଣିବା ଯେ ରୋଗୀର ଅକ୍ସିଜେନ୍‌ ନେବାରେ ଅସୁବିଧା ରହୁଛି। ଏଭଳି କ୍ଷେତ୍ରରେ ଚିକିତ୍ସାଳୟରେ ତୁରନ୍ତ ଭର୍ତ୍ତି ହେବା ଦରକାର।

କୋଭିଡ୍‌-୧୯ କ୍ଷେତ୍ରରେ ପଲ୍ସ ଅକ୍ସିମିଟରର ବ୍ୟବହାର ବହୁଳ ଭାବରେ କରାଯାଉଛି। ଯେପରିକି SpO2 ୯୪ ପ୍ରତିଶତରୁ ଅଧିକ ରହିଛି, ତାହାହେଲେ ଆପଣ ସୁସ୍ଥ ଅଛନ୍ତି। ଯଦି SpO2 ୯୪ ପ୍ରତିଶତରୁ ତଳକୁ ରହିଛି, ତେବେ ଆପଣଙ୍କୁ ଅକ୍ସିଜେନ୍‌ ଦରକାର ପଡ଼ିପାରେ।

ଅଧିକ ପଢ଼ନ୍ତୁ: କୋଭିଡ୍ ପଜିଟିଭ୍‌ ଥିଲେ କ’ଣ କରିବେ?

ପଲ୍ସ ଅକ୍ସିମିଟରରେ କୋଭିଡ୍ ଟେଷ୍ଟ ହୋଇପାରିବ କି? (Can a pulse oximeter be used to test for COVID19 in Odia)

ସାଧାରଣତଃ ହୃଦୟ ବିଭାଗ ଡାକ୍ତରମାନେ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ପଲ୍ସ ଅକ୍ସିମିଟର ବ୍ୟବହାର କରୁଥିଲେ। ଏହାଛଡ଼ା ଯକ୍ଷ୍ମା ରୋଗୀ, ଆସ୍ଥମା ରୋଗୀମାନେ ପଲ୍ସ ଅକ୍ସିମିଟରକୁ ବ୍ୟବହାର କରୁଥିଲେ। ବର୍ତ୍ତମାନ କୋଭିଡ୍‌ ସମୟରେ ପଲ୍ସ ଅକ୍ସିମିଟର ବହୁଳ ପରିମାଣରେ ବ୍ୟବହାର କରାଯାଉଛି। ହେଲେ ପଲ୍ସ ଅକ୍ସିମିଟରରେ କୋଭିଡ୍‌ ଟେଷ୍ଟ ହୋଇପାରିବ ନାହିଁ।

କୋଭିଡ୍-୧୯ ରୋଗର ସାଧାରଣ ଲକ୍ଷଣ ହେଉଛି ଥଣ୍ଡା, ଜ୍ୱର, ଛିଙ୍କ, କାଶ ଓ ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବା। ତେବେ ଅନେକ କୋଭିଡ୍ ରୋଗୀଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳୁନଥିବା ଜଣାପଡ଼ିଛି। ଯଦି ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେଉଥାଏ କିମ୍ବା ଧଇଁସଇଁ ଲାଗୁଥାଏ ତେବେ ପଲ୍‌ସ ଅକ୍ସିମିଟର ରକ୍ତରେ ଥିବା ଅମ୍ଳଜାନର ମାତ୍ରା ମାପି ଆପଣଙ୍କୁ ସତର୍କ କରାଇବ।

ପଲ୍ସ ଅକ୍ସିମିଟରକୁ ବ୍ୟବହାର କେମିତି କରିବେ? (How to use a pulse oximeter in Odia)

ପଲ୍ସ ଅକ୍ସିମିଟର ହେଉଛି ଏକ କ୍ଲିପ୍‌ ଭଳି ଉପକରଣ, ଏହାକୁ ହାତ ଓ ଗୋଡ଼ର ଆଙ୍ଗୁଠିରେ ଲଗାଇ ରଖିଲେ ଆପଣଙ୍କ ରକ୍ତରେ ଥିବା ଅମ୍ଳଜାନର ମାତ୍ରା ରିଡିଂ ଆକାରରେ ଦେଖିବାକୁ ମିଳିପାରିବ। ଏହାଛଡ଼ା ଏହାକୁ ଆପଣ କାନର ତଳପଟେ ମଧ୍ୟ ବ୍ୟବହାର କରିପାରିବେ। ଏହି ଜାଗାଗୁଡ଼ିକରେ ରକ୍ତ ନଳୀର ସାନ୍ଧ୍ରତା ଅଧିକ ଥାଏ, ତେଣୁ ଏହା ସହଜରେ ରକ୍ତରେ ଥିବା ଅମ୍ଳଜାନର ସ୍ତରକୁ ମାପିପାରେ।

ପଲ୍ସ ଅକ୍ସିମିଟର ବ୍ୟବହାର କରିବା ପୂର୍ବରୁ କେତୋଟି ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। ଯେପରିକି ଆପଣଙ୍କ ନଖ ସଫା ରହିଥିବ, ନଖରେ ନେଲ ପଲିସ୍‌ ଲାଗିନଥିବ। ଏହାଛଡ଼ା ଏସିରେ ରହି ପଲ୍ସ ଅକ୍ସିମିଟର ବ୍ୟବହାର କରନ୍ତୁ ନାହିଁ କାରଣ ଥଣ୍ଡା ଯୋଗୁଁ ଅକ୍ସିଜେନ୍‌ ସ୍ତର କମ୍‌ ଆସିପାରେ। ପଲ୍ସ ଅକ୍ସିମିଟର ଆଙ୍ଗୁଠିରେ ଲଗାଇବା ପୂର୍ବରୁ ଦୁଇ ପାପୁଲିକୁ ଘଷି ଦିଅନ୍ତୁ। ଅକ୍ସିମିଟର ଲଗାଇବା ବେଳେ ଧ୍ୟାନ ଦିଅନ୍ତୁ ଯେ, ଉପକରଣଟି ଆପଣଙ୍କ ଆଙ୍ଗୁଠିରେ ସଠିକ୍‌ ଭାବରେ ଲାଗିଛି। ଏହାପରେ ସେଥିରେ ଥିବା ସୁଇଚ୍‌କୁ ଅନ୍‌ କରିବେ। ଅକ୍ସିମିଟରକୁ ଆଙ୍ଗୁଠିରେ ଲଗାଇବାର ୧୦ ବା ୨୦ ସେକେଣ୍ଡ ପରେ ରିଡିଂ ନେବେ। ଅକ୍ସିମିଟର ସ୍କ୍ରିନ୍‌ରେ SpO2 ୯୪ ପ୍ରତିଶତରୁ ଅଧିକ ଥିଲେ ଜାଣିବେ ଯେ ଆପଣ ସୁସ୍ଥ ଅଛନ୍ତି। ଏହାସହ ଅକ୍ସିମିଟରରେ ପଲ୍ସ ରେଟ୍‌ ବା ହାର୍ଟ ରେଟ୍‌ ବି ଜାଣି ହୁଏ। ଏହାପରେ ଆପଣ ପଲ୍ସ ଅକ୍ସିମିଟକୁ ଆଙ୍ଗୁଠିରୁ ବାହାର କରି ସୁଇଚ୍‌ ବନ୍ଦ କରିଦେବେ। ହାର୍ଟରେଟ୍‌ ୧୨୦ ଉପରକୁ ଓ ୬୦ ତଳକୁ ରହିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଅଧିକ ପଢ଼ନ୍ତୁ: କୋଭିଡ୍-୧୯ ଚିହ୍ନଟ କରିବାରେ ପଲ୍ସ ଅକ୍ସିମିଟର କିଭଳି ସାହାଯ୍ୟ କରେ, ଜାଣନ୍ତୁ

ପଲ୍ସ ଅକ୍ସିମିଟର କୋଭିଡ୍‌-୧୯ରୁ କେମିତି ସୁରକ୍ଷିତ ରଖିବ? (How pulse oximeter can keep you safe from COVID19 in Odia)

ଯେଉଁ ରୋଗୀମାନଙ୍କର ନିଶ୍ୱାସ ନେବାରେ ଅସୁବିଧା ହେଉଛି ବା ଫୁସ୍‌ଫୁସ୍‌ରେ ନିମୋନିଆ ହେଲା ଭଳି ଲକ୍ଷଣ ଦେଖାଦେଉଛି, ସେମାନଙ୍କୁ ଅମ୍ଳଜାନ ନିହାତି ଦରକାର। ହେଲେ ରୋଗୀର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବା ପୂର୍ବରୁ ବା ନିମୋନିଆ ହେବା ପୂର୍ବରୁ ଯଦି ସଠିକ୍‌ ଚିକିତ୍ସା କରାଯାଏ, ତେବେ ଜଲଦି ସୁସ୍ଥ ହେବାର ସମ୍ଭାବନା ଅଧିକ। ଏଭଳି କ୍ଷେତ୍ରରେ ପଲ୍ସ ଅକ୍ସିମିଟର ଅଧିକ ମାତ୍ରାରେ ସାହାଯ୍ୟ କରୁଛି।

ହୋମ୍‌ ଆଇସୋଲେସନ୍‌ରେ ଥିବା ବ୍ୟକ୍ତି ପଲ୍ସ ଅକ୍ସିମିଟର ସାହାଯ୍ୟରେ ନିୟମିତ ଅମ୍ଳଜାନ ସ୍ତର ଜାଣିପାରିବେ। ଯଦି ୯୪ ପ୍ରତିଶତ ତଳକୁ ରହେ, ତେବେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସା ହୋଇପାରିବେ ଏବଂ ଜଲ୍‌ଦି ସୁସ୍ଥ ହୋଇପାରିବେ।

ପଲ୍ସ ଅକ୍ସିମିଟର କେଉଁଠୁ ପାଇପାରିବେ? (Where can you get a pulse oximeter)

ବିଭିନ୍ନ ମେଡିସିନ୍‌ ଷ୍ଟୋରରୁ ଆପଣ ପଲ୍ସ ଅକ୍ସିମିଟର କିଣିପାରିବେ। ଯଦି ବାହାରକୁ ଯାଇପାରୁ ନାହାନ୍ତି, ତେବେ ଅନ୍‌ଲାଇନ୍‌ ଜରିଆରେ ମଧ୍ୟ ମଗାଇପାରିବେ।

ପଲ୍‌ସ ଅକ୍ସିମିଟର କିଣିବା ପାଇଁ ଏଇଠି କ୍ଲିକ୍ କରନ୍ତୁ। : https://amzn.to/2GUhKvL

(ସ୍ୱାସ୍ଥ୍ୟ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ପ୍ଲାଟଫର୍ମସ୍ୱାସ୍ଥ୍ୟ ପ୍ଲସ୍ସହିତ ଡାକ୍ତର ଜ୍ୟୋତି ରଞ୍ଜନ ପରିଡାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ)

Note: This information on how to use Pulse Oximeter, in Odia language, is based on an extensive interview with Rheumatologist and immunologist Dr. Jyoti Ranjan Parida.