ଜଣେ ସାଧାରଣ ବ୍ୟକ୍ତିଙ୍କୁ କରୋନା କାରଣରୁ ହାର୍ଟ ଆଟାକ୍ ହୁଏ ତେବେ କ’ଣ କରିବେ? ଏନେଇ ଜାଣନ୍ତୁ, ବିଶିଷ୍ଟ ହୃଦରୋଗ ବଶେଷଜ୍ଞ ଡାକ୍ତର ମହେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ପରାମର୍ଶ।

କୋଭିଡ୍ ଭୂତାଣୁ ଆମ ଶରୀରର ଶୀରା, ଧମନୀ ଉପରେ ପ୍ରଭାବ ପକାଇପାରେ। ଫଳରେ ରକ୍ତ ସଞ୍ଚାଳନ ହେବାରେ ବାଧା ସୃଷ୍ଟି ହୋଇଥାଏ। ଯଦି ହୃତ୍‌ପିଣ୍ଡରେ ରକ୍ତ ସଞ୍ଚାଳନ ହେବାରେ ବାଧା ସୃଷ୍ଟି ହୁଏ, ତେବେ ବ୍ୟକ୍ତିର ଜୀବନ ପ୍ରତି ବିପଦ ରହିଛି।

୬ରୁ ୭ ମାସ ଧରି କୋଭିଡ୍‌-୧୯ ଭାଇରସ୍‌ କାୟା ବିସ୍ତାର କରିଚାଲିଛି। ଏହି ଭୂତାଣୁ ଯୋଗୁଁ ମଣିଷ ଶରୀରର ଧମନୀ ଓ ଶୀରାରେ ରକ୍ତ ଜମାଟ ବାନ୍ଧିଯାଏ। ଏହି ଜମାଟ ଗୋଡ଼ରେ, ହୃତ୍‌ପିଣ୍ଡ ଓ ମସ୍ତିଷ୍କରେ ମଧ୍ୟ ହୋଇପାରେ। ହୃଦରୋଗୀଙ୍କୁ କରୋନା ଭୂତାଣୁ ସଂକ୍ରମିତ ହେଲେ ହାର୍ଟ ଆଟାକ୍‌, ଅନିୟମିତ ହୃଦ୍‌ସ୍ପନ୍ଦନ (ଆରିଥ୍‌ମିଆ)ମାୟୋକାର୍ଡିଆଟିସ୍‌ ହୋଇ ହୃତ୍‌ପିଣ୍ଡ ମାଂସପେଶୀ ଦୁର୍ବଳ ହୋଇଯିବ କିମ୍ବା ହଠାତ୍‌ ମୃତ୍ୟୁ ହୋଇପାରେ।

coronavirus covid 19

ସାଧାରଣତଃ କୋଭିଡ୍‌ ଫୁସ୍‌ଫୁସ୍‌ ଉପରେ ଅଧିକ ପ୍ରଭାବ ପକାଇଥାଏ। ହେଲେ ହୃତ୍‌ପିଣ୍ଡ ଉପରେ ଏହାର ପ୍ରଭାବ ୧୦ ପ୍ରତିଶତ। ଯଦି ଜଣେ ସୁସ୍ଥ ଲୋକଙ୍କୁ କୋଭିଡ୍‌ ହୁଏ, ତେବେ ତାଙ୍କଠାରେ ହୃଦ୍‌ରୋଗ ହେବାର ସମ୍ଭାବନା ଥାଏ।

ହୃଦ୍‌ରୋଗୀମାନେ ସେମାନଙ୍କ ହାର୍ଟ ସମ୍ବନ୍ଧୀୟ ଔଷଧ ଜାରି ରଖିବା ଉଚିତ। ଅଧିକାଂଶ ହୃଦ୍‌ରୋଗୀମାନେ କରୋନା ପଜିଟିଭ୍‌ ହେବା ପରେ ହାର୍ଟ ସମ୍ବନ୍ଧୀୟ ଔଷଧ ବନ୍ଦ କରିଦେଉଛନ୍ତି। ହେଲେ ଏହା ସମ୍ପୂର୍ଣ୍ଣ ଭୁଲ। ଏହାଦ୍ୱାରା ସେମାନଙ୍କୀୟର ହାର୍ଟ ଆଟାକ ହେବାର ଆଶଙ୍କା ବଢ଼ିଯାଏ। ତେଣୁ ହୃଦ୍‌ରୋଗୀମାନେ ହାର୍ଟ ଔଷଧ ସହ କରୋନା ଔଷଧ ଖାଇବା ଦରକାର।

heart attack

କରୋନା ଯୋଗୁଁ ହାର୍ଟ ଆଟାକ୍‌ ହେଲେ କ’ଣ କରିବେ? (What to do if you have a heart attack because of COVID-19 in Odia)

ଯଦି ଜଣେ ସୁସ୍ଥ ଲୋକ କୋଭିଡ୍‌ରେ ଆକ୍ରାନ୍ତ ହୁଅନ୍ତି ଓ କରୋନା ଯୋଗୁଁ ସେମାନଙ୍କୁ ହାର୍ଟ ଆଟାକ ହୁଏ, ତେବେ ୟୁରୋପିଆନ୍‌ ଓ ଆମେରିକାନ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ, ସେମାନଙ୍କୁ ଜମାଟ ମିଳେଇବା ଔଷଧ (ଥ୍ରମ୍ବୋଲାଇସିସ୍‌) ଦିଆଯାଏ। ଏହାପରେ ପ୍ରାଇମେରୀ ଆଞ୍ଜିଓପ୍ଲାଷ୍ଟି କରଯାଏ। ଏଥିପାଇଁ ରୋଗୀଙ୍କୁ କ୍ୟାଥ୍‌ ଲ୍ୟାବ୍‌କୁ ନିଆଯାଏ ଓ ଆଞ୍ଜିଓରାମ୍‌ ଏବଂ ଆଞ୍ଜିଓପ୍ଲାଷ୍ଟି କରାଯାଏ। ଏହାପରେ ରୋଗୀଙ୍କୁ ଅଲଗା ଓ୍ୱାର୍ଡରେ ରଖିବାକୁ ପଡ଼ିଥାଏ।

ହୃଦ୍‌ରୋଗୀ କରୋନାଠାରୁ କେମିତି ରହିବେ ସୁରକ୍ଷିତ? (How can heart patients stay safe from COVID-19 in Odia)

କୋଭିଡ୍‌-୧୯ରୁ ସୁରକ୍ଷିତ ରହିବା ପାଇଁ ସାଧାରଣ ଲୋକଙ୍କ ପାଇଁ .ଯେଉଁ ସବୁ ଗାଇଡ୍‌ଲାଇନ୍‌ ରହିଛି ହୃଦ୍‌ରୋଗୀମାନେ ବି ତାହା ମାନିବା ଦରକାର। ମାସ୍କ ପିନ୍ଧିବା, ସାମାଜିକ ଦୂରତା, ବାରମ୍ବାର ହାତ ଧୋଇବା ଏସବୁ ନିୟମକୁ ଜଣେ ହୃଦ୍‌ରୋଗୀ ମଧ୍ୟ ମାନିବା ଜରୁରୀ। କିନ୍ତୁ, କେତେକ ଲୋକ ରକ୍ତଚାପ ମାପିବା ପାଇଁ କିମ୍ବା ଛୋଟ ସମସ୍ୟା ପାଇଁ ହସ୍ପିଟାଲ ପଳାଉଛନ୍ତି। ହେଲେ ଏଭଳି ସମୟରେ ସେମାନେ ଲୋକଙ୍କ ସହ ଯେତେ କମ୍‌ ମିଶିବେ, ସେତେ ଭଲ। ହୃଦ୍‌ରୋଗୀମାନେ ଘରେ ରହନ୍ତୁ, ନିହାତି ଜରୁରୀ ନ ହେଲେ ବାହାରକୁ ବାହାରନ୍ତୁ ନାହିଁ। ହୃଦ୍‌ରୋଗୀମାନଙ୍କୁ କରୋନା ଭୂତାଣୁ ସଂକ୍ରମଣ ହେଲେ ଏହାର ଭୟାଭୟତା ଅଧିକ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ମହେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on COVID-19 precautions for heart patients, in Odia language, is based on an extensive interview with cardiologist Dr. Mahendra Prasad Tripathy.