ନୁଡୁଲ୍ସ ଖାଇବାକୁ କିଏ ବା ନ ପସନ୍ଦ କରନ୍ତି। ଛୁଆଠୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ନୁଡୁଲ୍ସକୁ ନିଜ ଦୈନନ୍ଦିନ ଖାଦ୍ୟରେ ସାମିଲ କରୁଛନ୍ତି। ଅଫିସ୍‌ ଯିବାକୁ ଡେରି ହେଲେ, ଖାଇବାକୁ ସମୟ ନଥିଲେ ଝଟାପଟ୍‌ ନୁଡୁଲ୍ସ ବନେଇକି ଖାଇବାକୁ ଲୋକେ ଉଚିତ ମନେ କରୁଛନ୍ତି। ହେଲେ କେହି କେବେ ଭାବିଛନ୍ତି କି ନୁଡୁଲ୍ସ ସ୍ୱାସ୍ଥ୍ୟ ପାଇଁ ଭଲ ନା ଖରାପ।

ନୁଡୁଲ୍ସ ସ୍ୱାସ୍ଥ୍ୟ ପାଇଁ କାହିଁକି ଖରାପ? (Why noodles are bad for you in Odia)

ପ୍ରତିଦିନ ନୁଡୁଲ୍ସ ଖାଇବା ସ୍ୱାସ୍ଥ୍ୟ ପାଇଁ ସମସ୍ୟା ଆଣିପାରେ। ୧୦୦ ଗ୍ରାମ୍‌ ନୁଡୁଲ୍ସରେ ୩୯୭ ଏମ୍‌ଜିର ସୋଡିୟମ୍‌ ରହୁଛି। ଶରୀରରେ ସୋଡିୟମ୍‌ର ମାତ୍ରା ଅଧିକ ହେଲେ ଏହା ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇଥାଏ।

ଶରୀରରେ ଲୁଣର ମାତ୍ରା ଅଧିକ ହେଲେ ଷ୍ଟୋମାକ୍‌ କ୍ୟାନ୍‌ସର, ହୃଦରୋଗ, ଉଚ୍ଚ ରକ୍ତଚାପ, କିଡ୍‌ନି ଏବଂ ଷ୍ଟ୍ରୋକ୍‌ ଭଳି ସମସ୍ୟା ହେବାର ଆଶଙ୍କା ରହିଛି।

ନୁଡୁଲ୍ସରେ ଏମ୍‌ଏସ୍‌ଜି (Monosodium Glutamate) ନାମକ ଦ୍ରବ୍ୟ ମିଶିଥାଏ, ଯାହାକି ନୁଡୁଲ୍ସର ସ୍ୱାଦ ବଢ଼ାଇଥାଏ। ଫଳରେ ମୁଣ୍ଡ ବିନ୍ଧା, ବାନ୍ତି ହେବା, ଥକ୍କାପଣ, ଉଚ୍ଚ ରକ୍ତଚାପ ହେବାର ଆଶଙ୍କା ରହିଛି।

ନୁଡୁଲ୍ସରେ ଫାଇବର ଓ ପ୍ରୋଟିନ୍‌ କମ୍‌ ପରିମାଣରେ ଥାଏ।

ନୁଡୁଲ୍ସରେ ଗ୍ଲୁଟେନ୍‌ ପରିମାଣ ଅଧିକ ଥାଏ, ଯାହା ବଦ୍‌ହଜମି ସମସ୍ୟା ସୃଷ୍ଟି କରିଥାଏ।