ସ୍ନିଗ୍ଧାରାଣି ଷଡ଼ଙ୍ଗୀ

guava leaves

ପିଜୁଳି ପତ୍ରରେ ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଇନ୍‌ଫ୍ଲାମେଟୋରି ଏବଂ ଆଣ୍ଟି ଅକ୍ସିଡାଣ୍ଟ ଅଧିକ ମାତ୍ରାରେ ଥାଏ। ଏହାର ଔଷଧୀୟ ଗୁଣ ଯୋଗୁଁ ଏହା ଡାଏବେଟିସ୍‌, ଦାନ୍ତ ଯନ୍ତ୍ରଣା, କୋଲେଷ୍ଟ୍ରୋଲ କମ୍‌ କରିବାରେ ସାହାଯ୍ୟ କରିଥାଏ।

୧) ଡାଏବେଟିସ୍‌ ରୋଗୀଙ୍କ ପାଇଁ ଲାଭପ୍ରଦ

ପିଜୁଳି ଖାଇବା ଦ୍ୱାରା ଡାଏବେଟିସ୍‌ ରୋଗୀଙ୍କୁ ଫାଇଦା ମିଳିଥାଏ। ଏହାସହ ପିଜୁଳି ପତ୍ର ଶରୀରରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଅଧିକତର ଡାକ୍ତରମାନେ ଡାଏବେଟିସ୍‌ ରୋଗୀକୁ ପିଜୁଳି ଖାଇବା ସହିତ ପିଜୁଳି ପତ୍ରର ଚା ପିଇବା ପାଇଁ ପରାମର୍ଶ ଦେଇଥା’ନ୍ତି।

ଅଧିକ ପଢ଼ନ୍ତୁ: ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ଶୁଣ୍ଠି

୨) ସର୍ଦ୍ଦି ଏବଂ କାଶ ଦୂର କରେ

ପିଜୁଳି ପତ୍ରରେ ଅଧିକ ମାତ୍ରାରେ ଭିଟାମିନ -ସି ମିଳିଥାଏ। ଯାହାଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ସର୍ଦ୍ଦି ହେଲେ ପିଜୁଳି ପତ୍ରକୁ ଗୋଲମରିଚ ଏବଂ ଲବଙ୍ଗ ସହିତ ପାଣିରେ ଫୁଟାଇ ପିଇବା ଦ୍ୱାରା ଉପଶମ ମିଳିଥାଏ।

୩) ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ

ଯଦି ଆପଣଙ୍କ ଦାନ୍ତ ଯନ୍ତ୍ରଣା ହେଉଛି, ତା’ହେଲେ ଆପଣ ଦିନରେ ଦୁଇଥର ଗୋଟିଏ ଦୁଇଟି ପିଜୁଳି ପତ୍ରକୁ ଚୋବାନ୍ତୁ। ଏମିତି କରିବା ଦ୍ୱାରା ପିଜୁଳି ପତ୍ରରୁ ବାହାରୁଥିବା ରସ ଆପଣଙ୍କ ଦାନ୍ତ ଯନ୍ତ୍ରଣାକୁ ଦୂର କରିବାରେ ସହାୟକ ହୋଇଥାଏ।

୪) ପିଜୁଳି ପତ୍ର ମଧ୍ୟ ଶରୀର ପାଇଁ ଲାଭଦାୟକ। ନିୟମିତ ଏହି ପତ୍ରକୁ ଚୋବାଇ ଖାଇଲେ କୃମି ଭଲ ହୋଇଯାଏ।