କର୍ମଜୀବୀମାନେ କାମ ଆଳରେ ନିଜ ସ୍ୱାସ୍ଥ୍ୟ ପ୍ରତି ଵିଶେଷ ଧ୍ୟାନ ଦେଇପାରନ୍ତି ନାହିଁ। କିନ୍ତୁ ଏପରି ହେଲେ ଅତି ଶୀଘ୍ର ସେମାନଙ୍କର କାମ ପ୍ରତି ଆଗ୍ରହ କମିଯିବା ସହ ଶରୀରରେ ଅନେକ ସମସ୍ୟା ଦେଖା ଦେଇଥାଏ।

office stressଆଜିକାଲି ପ୍ରାୟ ସମସ୍ତେ ସ୍ୱାବଲମ୍ବୀ ହେବାକୁ ପସନ୍ଦ କରୁଛନ୍ତି। ତେଣୁ ସବୁ ସମୟରେ ନିଜକୁ କାମରେ ବ୍ୟସ୍ତ ରଖୁଛନ୍ତି। ନିୟମିତ କାମ ବ୍ୟସ୍ତତା ହେତୁ ନିଜ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେଉନାହାନ୍ତି। ଅପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଦ୍ୟପେୟର ଅନିୟମିତତା ଯୋଗୁଁ ବିଭିନ୍ନ ରୋଗର ଶିକାର ହେଉଛନ୍ତି।

କର୍ମଜୀବୀମାନେ କିପରି ନିଜକୁ ସୁସ୍ଥ ରଖିବେ?

ସଠିକ ଖାଦ୍ୟ ଖାଆନ୍ତୁ

କୁହାଯାଏ ଗୋଟିଏ ସୁସ୍ଥ ଜଳଖିଆରୁ ଦିନ ଆରମ୍ଭ କରିବା ଉଚିତ। ତେଣୁ ସକାଳୁ ନିୟମିତ ଜଳଖିଆ ଖାଇବା ପାଇଁ ଚେଷ୍ଟା କରନ୍ତୁ। ଲଞ୍ଚରେ ଆପଣ ଘର ପ୍ରସ୍ତୁତ ଖାଦ୍ୟ ଖାଇପାରିବେ। ବାହାର ଖାଦ୍ୟଠାରୁ ନିଜକୁ ଦୂରରେ ରଖନ୍ତୁ। ଅଧିକ ଜଙ୍କ ଫୁଡ, ତେଲିଆ ଖାଦ୍ୟ ଏବଂ କୋଲଡ୍ରିଙ୍କ ପିଅନ୍ତୁ ନାହିଁ। ଯେହେତୁ ଆପଣ ଅଫିସରେ ଅଧିକ ସମୟ ବସି ରହୁଛନ୍ତି ତେଣୁ ଏସବୁ ଖାଦ୍ୟ ଯୋଗୁଁ ମେଦବହୁଳତା ହେବାର ଆଶଙ୍କା ରହିଛି। ଅଫିସରେ ଅଧିକ ଚା’ ପିଅନ୍ତୁ ନାହିଁ। ଏହା ଦ୍ୱାରା ଭୋକ ନଷ୍ଟ ହୋଇଥାଏ। ଖାଇବା ସମୟରେ ଅଧିକ ଖାଦ୍ୟ ଖାଇ ହୋଇ ନଥାଏ।

drinking waterପ୍ରଚୁର ପାଣି ପିଅନ୍ତୁ

ଶରୀର ସୁସ୍ଥ ରହିବା ପାଇଁ ପାଣିର ଆବଶ୍ୟକତା ରହିଛି। ଅତ୍ୟଧିକ କାମର ଚାପ ଯୋଗୁଁ ଅଫିସରେ ପାଣି ପିଇବାକୁ ଅନେକ ଲୋକ ଭୁଲି ଯାଆନ୍ତି। କିନ୍ତୁ ଏପରି କରିବା ଆଦୌ ଠିକ ନୁହେଁ। ଆପଣ ପ୍ରତି ଏକ ଘଣ୍ଟା ବ୍ୟବଧାନରେ ପାଣି ପିଇବା ଉଚିତ। ଶରୀରକୁ ଆବଶ୍ୟକୀୟ ଜଳୀୟ ଅଂଶ ଯୋଗାଇ ଦେବାକୁ ଏବଂ ସକ୍ରିୟ ରଖିବା ପାଇଁ ପ୍ରଚୁର ପାଣି ପିଅନ୍ତୁ।

ଚା’ ଏବଂ କଫିଠାରୁ ଦୂରରେ ରହନ୍ତୁ

ପୂର୍ବରୁ କହିସାରିଛୁ ଚା’ ଏବଂ କଫିଠାରୁ ନିଜକୁ ଦୂରରେ ରଖନ୍ତୁ। ଏସବୁ ଆପଣଙ୍କ ଶରୀରରେ ଅନାବଶ୍ୟକ କ୍ୟାଲୋରୀ ଜମା କରିଥାଏ। ଯଦ୍ୱାରା ଆପଣ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ହୃଦଘାତ ଭଳି ରୋଗର ଶିକାର ହୋଇପାରନ୍ତି। ଆପଣଙ୍କ ଚା’ ପିଇବାର ଅଭ୍ୟାସ ଶୀଘ୍ର ଛାଡ଼ିବା ସମ୍ଭବ ନୁହେଁ କିନ୍ତୁ ସେଥି ପାଇଁ ଆପଣ ସକାଳ ସମୟରେ ଗୋଟିଏ କପ ଚା’ କିମ୍ବା କଫି ପିଇପାରିବେ।

officeଅଫିସରେ ଠିକ ଭାବେ ଚେୟାରରେ ବସନ୍ତୁ

ଅଫିସରେ ଦୀର୍ଘ ସମୟ ଧରି ବସିବା ଦ୍ୱାରା ପିଠିରେ ଯନ୍ତ୍ରଣା ହୋଇଥାଏ। ଏଥିପାଇଁ ଆରାମଦାୟକ ଚେୟାର ରହିବା ଅତ୍ୟନ୍ତ ଜରୁରୀ। କାଠ କିମ୍ବା ପ୍ଲାଷ୍ଟିକ ଚେୟାର ବଦଳରେ ଏର୍ଗୋନୋମିକ୍ସ କିମ୍ବା ଯେ କୌଣସି ନମନୀୟ ଚେୟାର ବ୍ୟବହାର କରିବା ଉଚିତ। ଚେୟାରରେ ବସିବା ସମୟରେ ମେରୁଦଣ୍ଡକୁ ସିଧା କରି ବସନ୍ତୁ। ସବୁବେଳେ ଦୁଇ ପାଦକୁ ଭୂମିରେ ରଖନ୍ତୁ। ପ୍ରାୟତଃ ଅଧିକାଂଶ ଲୋକ ଚେୟାରର ଉଚ୍ଚତା ବଢ଼ାଇ ଗୋଡ଼କୁ ଝୁଲାଇଥାନ୍ତି, ଯାହା ଆଦୌ ଠିକ୍‌ ନୁହେଁ। ପାଦକୁ ଝୁଲାଇବା ଦ୍ୱାରା ଏହା ଅଣ୍ଟା ହାଡ଼ ଉପରେ ଚାପ ପକାଇଥାଏ। ଫଳରେ ଆଣ୍ଠୁ ଏବଂ ପାଦରେ ଯନ୍ତ୍ରଣା ହୋଇଥାଏ। ଏପରି ବସିବା ଦ୍ୱାରା ଏହା ଆଖି ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ। ତେଣୁ ଏସବୁ ଦିଗପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ ଅଟେ।

କାମ ମଝିରେ କିଛି ସମୟ ବିରତି ନିଅନ୍ତୁ

ନିୟମିତ କାମ କରିବା ଫଳରେ ମସ୍ତିଷ୍କ ଉପରେ ଆମର ନିୟନ୍ତ୍ରଣ ରହେ ନାହିଁ। ତେଣୁ କାମ କରିବା ମଝିରେ ପ୍ରତି ଏକ ଘଣ୍ଟାକୁ କିମ୍ବା ସୁବିଧା ଅନୁସାରେ କିଛି ସମୟ ବ୍ରେକ ନିଅନ୍ତୁ। ଏହି ସମୟରେ ସହଯୋଗୀମାନଙ୍କ ପାଖକୁ ଯାଆନ୍ତୁ ଏବଂ ବାହାରେ ବୁଲାବୁଲି କରନ୍ତୁ। ଏପରି କରିବା ଫଳରେ ଆପଣଙ୍କୁ ଆରାମ ମିଳିଥାଏ।

sitting straight in officeନିଜ ଟେବୁଲ ସଫା ରଖନ୍ତୁ

ଆପଣ କାମ ପାଇଁବ୍ୟବହାର କରୁଥିବା ଟେବୁଲକୁ ଅଫିସରୁ ଆସିବା ସମୟରେ ସଫା କରିଦିଅନ୍ତୁ। ଏହା ଦ୍ୱାରା ପରଦିନ ସକାଳେ ଆପଣଙ୍କୁ କାମ କରିବାକୁ ଇଚ୍ଛା ହେବ ଏବଂ ଏହା ଦ୍ୱାରା ଏକ ପ୍ରକାର ସକାରାତ୍ମକ ପରିବେଶ ଅଫିସରେ ସୃଷ୍ଟି ହୋଇଥାଏ।

ସଫା ସୁତୁରା ରହନ୍ତୁ

ନିଜକୁ ସଫା ସୁତୁରା ରଖିବା ଫଳରେ ଉଭୟ ଶରୀର ଏବଂ ମସ୍ତିଷ୍କ ସୁସ୍ଥ ରହିଥାଏ। ତେଣୁ ନିଜ ଅଫିସ ଟେବୁଲ ଉପରେ ହ୍ୟାଣ୍ଡ ସାନିଟାଇଜର ରଖନ୍ତୁ। କାମ ଆରମ୍ଭ କରିବା ସମୟରେ ଏବଂ ବାହାରୁ ବୁଲାବୁଲି କରି ଫେରିବା ପରେ ସାନିଟାଇଜରରେ ହାତ ଧୋଇ କାମ ଆରମ୍ଭ କରନ୍ତୁ।

office workଚାପମୁକ୍ତ ରହିବାକୁ ଚେଷ୍ଟା କରନ୍ତୁ

ବ୍ୟକ୍ତି ଥରେ ଚାପଗ୍ରସ୍ତ ହୋଇଗଲେ ସେଥିରୁ ମୁକୁଳିବା କଷ୍ଟ ହୋଇପଡ଼େ। ତେଣୁ ସବୁ ସମୟରେ ଖୁସିରେ ରହିବାକୁ ପସନ୍ଦ କରନ୍ତୁ। ଅଫିସର ଚାପ ଅଫିସରେ ଶେଷ କରନ୍ତୁ। ନିଜ ଘରର ସଦସ୍ୟ ଏବଂ ସାଙ୍ଗସାଥୀଙ୍କ ସହ କଥାବାର୍ତ୍ତା କରନ୍ତୁ। ଅଧିକ ସମୟ କମ୍ପ୍ୟୁଟର ଏବଂ ମୋବାଇଲଠାରୁ ଦୂରରେ ରହନ୍ତୁ।