ଗର୍ଭାବସ୍ଥାରେ ବ୍ୟାୟାମ କରିବା ଫଳରେ ଉଭୟ ମା’ ଏବଂ ଶିଶୁ ସୁସ୍ଥ ରହିଥାନ୍ତି। ତେବେ ଆସନ୍ତୁ ଜାଣିବା ଏହି ସମୟରେ କେଉଁ ଭଳି ବ୍ୟାୟାମ କରିବା ଉଚିତ।

ଗର୍ଭାବସ୍ଥାରେ ମହିଳାମାନଙ୍କର ବିଶେଷ ଧ୍ୟାନ ନେବାକୁ ପଡ଼ିଥାଏ। ଏହି ସମୟରେ ଶରୀରରେ ହରମୋନ ପରିବର୍ତ୍ତନ ସହ ଶାରୀରିକ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଥାଏ। ଗର୍ଭଧାରଣ ସମୟରେ ପାଦ ଫୁଲିବା, ପିଠିରେ ଯନ୍ତ୍ରଣା ହେବା, ଶରୀରର ଓଜନ ବଢ଼ିବା ସହ ଚାଲିବାରେ ସମସ୍ୟା ଦେଖାଦେଇଥାଏ। ଏହି ଲକ୍ଷଣକୁ ସଂପୂର୍ଣ୍ଣ ଭାବେ ଠିକ କରାଯାଇପାରିବ ନାହିଁ। କିନ୍ତୁ ଏକ୍ସରସାଇଜ ବା ଯୋଗ ଦ୍ଵାରା ଏହି ସମସ୍ୟାର କିଛି ମାତ୍ରାରେ ଉପଶମ କରିହେବ। ଖାଲି ସେତିକି ନୁହେଁ ଯୋଗ କରିବା ଫଳରେ ଉଭୟ ଶିଶୁ ଏବଂ ମା’ ଉପରେ ଭଲ ପ୍ରଭାବ ପଡ଼ିଥାଏ। ଗର୍ଭାବସ୍ଥାର ପୁରା ୮-୯ ମାସ ସମୟରେ ଯଦି ଆପଣ ନିୟମିତ ରୂପରେ ବ୍ୟାୟାମ କରନ୍ତି ଜନ୍ମ ନେବାକୁ ଯାଉଥିବା ପିଲା ମଧ୍ୟ ସୁସ୍ଥ ରହିଥାଏ।

ଯୋଗ

ଗର୍ଭାବସ୍ଥା ସମୟରେ ଯୋଗ କରିବା ଏକ ଭଲ ଅଭ୍ୟାସ। ଏହା ଦ୍ଵାରା ଶରୀରରକୁ ଆବଶ୍ୟକୀୟ ଶକ୍ତି ମିଳିଥାଏ। ଯୋଗ କରିବା ଦ୍ଵାରା ଶରୀରର ଫ୍ଲେକ୍ସିବଲ ହୋଇଥାଏ ଏବଂ ଏହା ପ୍ରସବ ସମୟରେ ହେଉଥିବା ଯନ୍ତ୍ରଣାକୁ ହ୍ରାସ କରିଥାଏ। ଗର୍ଭାବସ୍ଥାରେ ଯୋଗ କରିବା ପାଇଁ ଆପଣଙ୍କୁ ନିୟମିତ କୌଣସି ଯୋଗ ଗୁରୁଙ୍କର ଆବଶ୍ୟକତା ନାହିଁ। ଗର୍ଭବତୀ ମହିଳା ସପ୍ତାହରେ ଗୋଟିଏ ଥର ୧୦ ମିନିଟ ଯାଏଁ ଯୋଗ କରିବା ନିହାତି ଭଲ।

exercise for pregnancyସ୍କ୍ୱାଟ୍

ସ୍କ୍ୱାଟ୍‌ କରିବା ଦ୍ଵାରା ଶରୀରର ତଳ ଭାଗ ବା ତଳ ପେଟ ମଜଭୁତ ହୋଇଥାଏ। ସ୍କ୍ୱାଟ୍‌ କରିବା ଫଳରେ ଶିଶୁର ସ୍ଥିତି ଠିକ ରହିଥାଏ ଏବଂ ଏହା ପ୍ରସବ ସମୟର କଷ୍ଟକୁ କମ କରିବାରେ ସାହାଯ୍ୟ କରେ। ଗର୍ଭବତୀ ମହିଳା ଗୋଟିଏ ସପ୍ତାହର ପାଖାପାଖି ୧୦-୧୫ ଥର ଏହାକୁ କରିପାରିବେ।

ଜଗିଂ

ଗର୍ଭାବସ୍ଥାର ପ୍ରଥମ ୩ ମାସ ଜଗିଂ କରିବା ଉଚିତ। ଆପଣ ଜଗିଂ ବଦଳରେ ଜୋରରେ ୱାକ୍‌ ମଧ୍ୟ କରିପାରିବେ। ଗର୍ଭବତୀ ମହିଳାମାନେ ସପ୍ତାହରେ ୩ ଥର ଜଗିଂ କରିବା ଫଳରେ ଶିଶୁ ସୁସ୍ଥ ରହିଥାଏ।

exercise for pregnancyପ୍ଲାଙ୍କ୍

ଗର୍ଭବତୀ ମହିଳାମାନେ ସପ୍ତାହକୁ ୩ ଥର ପ୍ଲାଙ୍କ୍ ଏକ୍ସରସାଇଜ କରିପାରିବେ। ଏପରି କରିବା ଫଳରେ ସେମାନଙ୍କର ବ୍ୟାକ ପେନ ବା ପିଠି ଯନ୍ତ୍ରଣା ଏବଂ ଅଣ୍ଟା ବ୍ୟଥାରୁ ଆରାମ ମିଳିଥାଏ।

ବ୍ରିସ୍କ ୱାକିଙ୍ଗ

ଗର୍ଭବତୀ ମହିଳାମାନେ ଏହି ଏକ୍ସରସାଇଜକୁ ସବୁ ସ୍ଥାନରେ ସବୁ ପରିସ୍ଥିତିରେ କରିପାରିବେ। ଏପରି କରିବା ଫଳରେ କାର୍ଡିଓଭାସକୁଲାର ଠିକ ରହିବା ସହ ଆଣ୍ଠୁ ଏବଂ ବାହୁ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

exercise for pregnancyଏରୋବିକ ଏକ୍ସରସାଇଜ

ଏହି ଏକ୍ସରସାଇଜ ମାଧ୍ୟମରେ ଗର୍ଭବତୀ ମହିଳାମାନଙ୍କ ଫୁସଫୁସ ଏବଂ ହାର୍ଟ ଜନିତ ସମସ୍ୟା ଦୂର ହୋଇଥାଏ। ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ଉପଶମ ମିଳିବା ସହ ଶରୀରର ଭାରସାମ୍ୟ ସନ୍ତୁଳିତ ରହିଥାଏ।

ଏହି ସବୁ ବ୍ୟାୟାମ କରିବା ସମୟରେ ଯଦି କଷ୍ଟ କିମ୍ବା ଯନ୍ତ୍ରଣା ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।