ଫୁସ୍‌ଫୁସ୍‌ ସୁସ୍ଥ ରହିଲେ ଶରୀର ସୁସ୍ଥ ରହେ ଏବଂ ବ୍ୟକ୍ତି ଦୀର୍ଘସ୍ଥାୟୀ ହୋଇପାରିବ। ତେଣୁ କେଉଁ ଭଳି ଖାଦ୍ୟ ଖାଇଲେ ଫୁସ୍‌ଫୁସ୍‌ ସୁସ୍ଥ ରହିପାରିବ ଆସନ୍ତୁ ଜାଣିବା।

ଫୁସ୍‌ଫୁସ୍‌ର ଯତ୍ନ ନେବା ଅଧିକ ଗୁରୁତ୍ୱପୂର୍ଣ୍ଣ। ଅଧିକ ଉତ୍ତେଜକ ଖାଦ୍ୟ, ସିଗାରେଟ୍ ଧୂଆଁ ଏବଂ ଖାଦ୍ୟରେ ଥିବା ବିଷାକ୍ତ ପଦାର୍ଥ ଫୁସଫୁସକୁ ନଷ୍ଟ କରିପାରେ। ଆଜ୍‌ମା, କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍, ଫୁସଫୁସ ରୋଗ ଏବଂ ବ୍ରୋଙ୍କାଇଟିସ୍ ରୋଗୀଙ୍କ ପାଇଁ ଫୁସ୍‌ଫୁସ୍‌ର ଯତ୍ନ ନେବା ଅତ୍ୟନ୍ତ ଆବଶ୍ୟକ। ଖାଦ୍ୟ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଫୁସ୍‌ଫୁସ୍‌କୁ ବିଭିନ୍ନ ସମସ୍ୟାରୁ ରକ୍ଷା କରିବା ସହ ଫୁସ୍‌ଫୁସ୍‌ର କ୍ଷତି ହ୍ରାସ କରିବାରେ ସାହାଯ୍ୟ କରେ।

ସେଓ: ନିୟମିତ ସେଓ ଖାଇବା ଦ୍ଵାରା ଫୁସ୍‌ଫୁସ୍‌ରେ ନିଶ୍ଵାସପ୍ରଶ୍ଵାସ ପ୍ରକ୍ରିୟା ତ୍ଵରିତ ହୋଇଥାଏ। ସେଓରେ ଆଣ୍ଟିଅକ୍ସିଡାଣ୍ଟ, ଫ୍ଲାଭୋନଏଡ ଏବଂ ଭିଟାମିନ ସି ଥିବା ହେତୁ ଫୁସ୍‌ଫୁସ୍‌ ପାଇଁ ଏହା ଅତ୍ୟନ୍ତ ଭଲ ହୋଇଥାଏ।

Turmeric

ହଳଦୀ: ହଳଦୀରେ ଥିବା କୁର୍କୁମିନ ଫୁସ୍‌ଫୁସ୍‌ ପାଇଁ ଉପାଦେୟ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିଇନଫ୍ଲାମେଟୋରୀ ଗୁଣ ଫୁସ୍‌ଫୁସ୍‌ର ଗତି ଉପରେ ପ୍ରଭାବ ପକାଏ। ଯାହା ଫଳରେ ଫୁସ୍‌ଫୁସ୍‌ ସଠିକ ରୂପେ କାର୍ଯ୍ୟ କରିପାରେ।

ହର୍ବାଲ ଚା’: ଗ୍ରୀନ୍ ଟିରେ ଅନେକ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ଫୁସ୍‌ଫୁସ୍‌ରେ ଗ୍ୟାସର କୁପ୍ରଭାଵକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏହି ଦ୍ରବ୍ୟଗୁଡ଼ିକ ଫୁସ୍‌ଫୁସ୍‌ ଟିସ୍ୟୁକୁ ଧୂଆଁ ଏବଂ ଅନ୍ୟାନ୍ୟ କ୍ଷତିକାରକ ପ୍ରଭାବରୁ ମଧ୍ୟ ରକ୍ଷା କରିପାରେ।

କୋବି: ଲାଲ୍ କୋବି ଭିଟାମିନ ସିର ମାତ୍ରା ଅଧିକ ଥାଏ, ଯାହା ଶରୀରରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ସୃଷ୍ଟି କରିବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରାଏ। ସବୁଜ କୋବି ତୁଳନାରେ ଲାଲ୍ କୋବିରେ ୧୦ପ୍ରତିଶତ ଅଧିକ ଭିଟାମିନ୍, ଫ୍ଲାଭୋନଏଡ୍ ଏବଂ ବହୁ ପରିମାଣର ପ୍ରୋଟିନ ଥାଏ ଯାହା ଆଖି, ଦାନ୍ତ ଏବଂ ହାଡ଼କୁ ଶକ୍ତ ରଖେ।

ଓଲିଭ ତେଲ: ଏଥିରେ ମୋନୋସାଟୁରେଟେଡ୍ ଫ୍ୟାଟି ଏସିଡ୍ ଥାଏ, ଯାହା ଫୁସଫୁସର ଜଳାପୋଡ଼ା କମ୍‌ କରିବାରେ ସାହାଯ୍ୟ କରିଥାଏ। ଓଲିଭ ଓଏଲରେ ଥିବା ଭିଟାମିନ୍ ଇ ଫୁସଫୁସର ଗତିକୁ ସନ୍ତୁଳନ ରଖେ।

ବ୍ଲୁବେରି: ଫୁସ୍‌ଫୁସ୍‌କୁ ବିଭିନ୍ନି ସଂକ୍ରମଣରୁ ସୁରକ୍ଷା ଦେବା ପାଇଁ ବ୍ଲୁବେରି ଅନେକ ଉପକାରରେ ଆସୁଛି। ଲାଲ୍ କୋବି ଭଳି ବ୍ଲୁବେରିରେ ପିଓନିଡିନ୍, ସାଇନିଡିନ୍, ମାଲଭିଡିନ, ଡେଲଫିନିଡିନ୍ ଏବଂ ପେଟୁନିଡିନ୍ ଭଳି ଆଣ୍ଟୋସିୟାନିନ ମଧ୍ୟ ରହିଛି ଏବଂ ଏସବୁ ଶକ୍ତିଶାଳୀ ପିଗମେଣ୍ଟ ଫୁସ୍‌ଫୁସ୍‌କୁ ବିଷାକ୍ତ ପଦାର୍ଥରୁ ରକ୍ଷା କରିପାରେ।

ଟମାଟୋ: ଟମାଟୋରେ ଲାଇକୋପିନ ଏବଂ କାରୋଟିନଏଡ୍ ଆଣ୍ଟିଅକ୍ସିଡାଣ୍ଟ ରହିଛି ଯାହା ଫୁସଫୁସର ଗତିପଥରେ ବାଧା ସୃଷ୍ଟି ହେବାକୁ ଦିଏ ନାହିଁ। ଟମାଟୋ ଶ୍ଵାସନଳୀଜନିତ ଜଳାପୋଡ଼ାକୁ ହ୍ରାସ କରେ ଏବଂ COPD ଥିବା ଲୋକଙ୍କ ଫୁସ୍‌ଫୁସ୍‌କୁ ସଠିକ ଭାବେ ସଞ୍ଚାଳନ କରିପାରେ।