ଆଜିକାଲି ବଙ୍କା ଦାନ୍ତକୁ ସିଧା କରିବା ପାଇଁ ଦାନ୍ତ କ୍ଲିପ ବା ବ୍ରେସେସ ଲଗାଯାଉଛି। ମାତ୍ର ତାହା କେତେ ନିରାପଦ ଜାଣନ୍ତୁ।

dental braces benefits

ମୁହଁକୁ ଆକର୍ଷଣୀୟ କରିବାରେ ଦାନ୍ତର ବେଶ ଭୂମିକା ରହିଛି। ସେଥିପାଇଁ ଅଧିକାଂଶ ଝିଅ ନିଜ ବଙ୍କା ଦାନ୍ତକୁ ନେଇ ଚିନ୍ତିତ ହୋଇପଡ଼ନ୍ତି। ଦାନ୍ତ ସିଧା କରିବା ପାଇଁ ସେମାନେ ଦାନ୍ତରେ କ୍ଲିପ ଲଗାଇଥାନ୍ତି। ଏହାକୁ ଇଂରାଜୀରେ ମାଉଥ ବ୍ରେସେସ କୁହାଯାଇଥାଏ। ବଙ୍କା ଦାନ୍ତଗୁଡ଼ିକ ସିଧା କରିବା ପାଇଁ ଦାନ୍ତରେ ତାର ଭଳି ଏକ କ୍ଲିପ ବ୍ୟବହାର କରାଯାଇଥାଏ। ଦାନ୍ତଗୁଡ଼ିକୁ ତାର ଦ୍ୱାରା ଚାପ ପ୍ରୟୋଗ କରି ରଖାଯାଇଥାଏ। ଯାହା ଫଳରେ କିଛି ମାସ ପରେ ବଙ୍କା ଦାନ୍ତ ସିଧା ହୋଇଯାଇଥାଏ। ଏହି ବ୍ରେସେସ ଲଗାଇବା ଫଳରେ ଅନେକ ଫାଇଦା ରହିଥିବା ବେଳେ କିଛି ସମସ୍ୟା ମଧ୍ୟ ଦେଖାଦେଇଥାଏ।

dental braces

ଟୁଥ ବ୍ରେସେସ ବ୍ୟବହାର କରିବାର ଫାଇଦା

ଟୁଥ ବ୍ରେସେସ ଲଗାଇବା ଫଳରେ ବଙ୍କା ଦାନ୍ତ ସିଧା ହୋଇଥାଏ।

ଟୁଥ ବ୍ରେସେସ ଦାନ୍ତରେ ଲଗାଇବା ପରେ ଖାଇବା ଚୋବାଇବାରେ ସୁବିଧା ହୋଇଥାଏ।

ଦାନ୍ତରେ କୌଣସି ଅସୁବିଧା ଥିଲେ କଥା କହିବାରେ ଅସୁବିଧା ହୋଇଥାଏ। ତେଣୁ ଟୁଥ ବ୍ରେସେସ ଲଗାଇବା ଫଳରେ ସେ ଅସୁବିଧା ମଧ୍ୟ ଦୂର ହୋଇଥାଏ।

ଟୁଥ ବ୍ରେସେସ ଲଗାଇବା ଯୋଗୁଁ ବ୍ରଶ କରିବା ଓ ଦାନ୍ତକୁ ଠିକ ଭାବରେ ସଫା କରିବାରେ ସହଜ ହୋଇଥାଏ।

ଦାନ୍ତରେ ବ୍ରେସେସ ଲଗାଇବା ଦ୍ୱାରା କ୍ୟାଭିଟି ଓ ଦାନ୍ତ ରୋଗ ମଧ୍ୟ ଭଲ ହୋଇଥାଏ।

dental braces use

ଟୁଥ ବ୍ରେସେସ ବ୍ୟବହାର କରିବାର ଅସୁବିଧା

ଟୁଥ ବ୍ରେସେସ ବ୍ୟବହାର କରିବା ଫଳରେ ସେଥିରେ ଖାଦ୍ୟ ଲାଗି ରହି ସଂକ୍ରମଣ ହୋଇଯାଏ। ଫଳରେ ଦାନ୍ତ ନଷ୍ଟ ହେବାର ଆଶଙ୍କା ରହିଛି।

ଅନେକ ସମୟରେ ଦାନ୍ତ ସିଧା ହେବା ପାଇଁ ପ୍ରୟୋଗ କରାଯାଇଥିବା ଚାପ ଯୋଗୁଁ ଦାନ୍ତ ଉପରେ କିମ୍ବା ତଳ ପଟେ କିଛି ଫାଙ୍କା ସ୍ଥାନ ରହିଯାଇଥାଏ। ଖାଦ୍ୟ ସେସବୁରେ ଜମାଟ ବାନ୍ଧି ଦାନ୍ତ ଟ୍ୟୁମର ମଧ୍ୟ କରାଇପାରେ।

ଖାଦ୍ୟ ଅଧିକ ସମୟ ବ୍ରେସେସରେ ଲାଗି ରହିବା କାରଣରୁ ଦାନ୍ତ ଉପରେ ଧଳା ରଙ୍ଗର ଆସ୍ତରଣ ପଡ଼ିଯାଇଥାଏ।

braces teeth care tips

ଦାନ୍ତକୁ କିପରି ସୁରକ୍ଷିତ ରଖିବେ?

ମିଠା ଓ ଶର୍କରାଯୁକ୍ତ ଖାଦ୍ୟ ଖାଇବା ଓ ପିଇବା ଟୁଥୱର୍ମ ହେବାର ଆଶଙ୍କା ରହିଛି। ଏଥିପାଇଁ ଅଧିକ ମିଠା ଖାଆନ୍ତୁ ନାହିଁ।

ଖାଦ୍ୟ ଖାଇବା ପରେ ଫ୍ଲୋରାଇଡ୍ ଟୁଥପେଷ୍ଟ ଓ ନରମ ବ୍ରଶରେ ଦାନ୍ତକୁ ସଫା କରନ୍ତୁ।

ଡାକ୍ତରଙ୍କ ପରାମର୍ଶ କ୍ରମେ ଫ୍ଲୋରାଇଡ ଲିକ୍ୱିଡରେ କୁଳି କରିପାରିବେ।

ଚୁଇଁଗମ ଏବଂ ଅଠା ଚକୋଲେଟ ଖାଆନ୍ତୁ ନାହିଁ।

ଦାନ୍ତରେ ବ୍ରେସେସ ଲଗାଇବା ପରେ ଗାଜର ଭଳି ଶକ୍ତ ଜିନିଷ ଖାଆନ୍ତୁ ନାହିଁ।

ବ୍ରିସେସ ଲଗାଇବା ପରେ ନିୟମିତ ଡେଣ୍ଟିଷ୍ଟଙ୍କ ପାଖରେ ଚେକଅପ କରିବା ଉଚିତ। ଏହା ଦ୍ୱାରା ଦାନ୍ତ ଓ ଦାନ୍ତମାଢ଼ି ସୁସ୍ଥ ରହିଥାଏ ।