ଶରୀରକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମର ଆବଶ୍ୟକତା ରହିଛି। କିନ୍ତୁ ଅଧିକ ବ୍ୟାୟାମ କରିବା ଫଳରେ ଅନେକ ସମସ୍ୟା ଦେଖାଦେଇଥାଏ। ଆସନ୍ତୁ ଜାଣିବା ସେସବୁ ସମସ୍ୟା ବାବଦରେ।

workout exercise_gym

କିଛି ଲୋକ ଜଲଦି ଓଜନ ହ୍ରାସ କରିବା ଆଳରେ ଗୋଟିଏ ଦିନରେ ଅଧିକ ବ୍ୟାୟାମ କରିଦିଅନ୍ତି। ସେହିପରି ଆଉ କିଛି ଲୋକ କିଛି ଦିନ ବ୍ୟାୟାମ ନ କରିଥିବାରୁ ଗୋଟିଏ ଦିନରେ ଅଧିକ ଶାରୀରିମ ପରିଶ୍ରମ କରିଥାଆନ୍ତି। କିନ୍ତୁ, ଏପରି କରିବା ଦ୍ୱାରା ଶରୀରରେ ଜଳୀୟଅଂଶ କମିଯାଏ ଓ ବ୍ୟକ୍ତି ଅସୁସ୍ଥ ହୋଇପଡ଼ନ୍ତି। ତେଣୁ ପ୍ରତିଦିନ ଆବଶ୍ୟକ ଅନୁଯାୟୀ ବ୍ୟାୟାମ କରିବା ଉଚିତ।

ସାଧାରଣତଃ ଏରୋବିକ ବ୍ୟାୟାମ କରୁଥିବା ବ୍ୟକ୍ତିମାନେ ଅନ୍ୟ କାମ କରିବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ।

ଅଧିକ ବ୍ୟାୟାମ କରିବା ଯୋଗୁଁ ଶରୀର ଦୁର୍ବଳ ହୋଇପଡ଼େ। ଯାହାଦ୍ୱାରା ଶରୀର ଯନ୍ତ୍ରଣା ହେବା ସହ ଜ୍ୱର ମଧ୍ୟ ଆସିଥାଏ।

ଗୋଟିଏ ଦିନରେ ୭ ଘଣ୍ଟାରୁ ଅଧିକ ସମୟ ବ୍ୟାୟାମ କରିବା ଫଳରେ ମସ୍ତିଷ୍କ ଉପରେ ଏହାର ପ୍ରଭାବ ପଡ଼ିଥାଏ। ଯାହା ଫଳରେ ବ୍ୟକ୍ତି ମାନସିକ ଅବସାଦର ଶିକାର ହୋଇଥାଏ।

ଅଧିକ ସମୟ ବ୍ୟାୟାମ କରିବା ଫଳରେ ଶରୀରକୁ ବିଶ୍ରାମ ଆବଶ୍ୟକ ହୋଇଥାଏ। କିନ୍ତୁ ଅଧିକ ଥକ୍କାପଣ ଯୋଗୁଁ ଠିକରେ ନିଦ ହୋଇନଥାଏ।

ଦୀର୍ଘ ସମୟ ଧରି ବ୍ୟାୟାମ କରିବା ଫଳରେ ମାଂସପେଶୀ ଏବଂ ଗଣ୍ଠି ଯନ୍ତ୍ରଣା ହୋଇଥାଏ। ଏଥିପାଇଁ ଅନେକ ଲୋକ ଆଉ ବ୍ୟାୟାମ କରନ୍ତି ନାହିଁ। ପୁଣି ପରବର୍ତ୍ତୀ ସମୟରେ ବ୍ୟାୟାମ ଅଭ୍ୟାସ କରିବା ଫଳରେ ଏହି ଯନ୍ତ୍ରଣା ୨ଗୁଣ ହୋଇଥାଏ।

ଅଧିକ ଏକ୍ସରସାଇଜ ଦ୍ୱାରା ପରିସ୍ରାର ରଙ୍ଗ ଗାଢ଼ ନାଲି ହୋଇଯାଏ। ଏହି ସମସ୍ୟାକୁ ରାବଡୋମିଓଲିସିସ କୁହାଯାଏ। ଶରୀରରୁ ମୃତ ଟିସୁଗୁଡ଼ିକ ରକ୍ତରେ ମିଶିଯିବା ଫଳରେ ଏପରି ହୋଇଥାଏ। ଯାହାକି ପରବର୍ତ୍ତୀ ସମୟରେ କିଡ୍‌ନି ଷ୍ଟୋନ ଭଳି ସମସ୍ୟା ସୃଷ୍ଟି କରିଥାଏ।

ଅତ୍ୟଧିକ ବ୍ୟାୟାମ ଯୋଗୁଁ ହୃଦଘାତ ହେବାର ଆଶଙ୍କା ରହିଛି।

ଅଧିକ ସମୟ ଧରି ବ୍ୟାୟାମ ଅଭ୍ୟାସ କରିବା ଫଳରେ ମହିଳାମାନଙ୍କ ନିକଟରେ ଋତୁସ୍ରାବ ହେବାର ଅନିୟମିତତା ଦେଖାଯାଇଥାଏ। ସେମାନଙ୍କ ନିକଟରେ ଏଷ୍ଟ୍ରୋଜେନ ହରମୋନ ସ୍ତର ବୃଦ୍ଧି ହୋଇ ଅଷ୍ଟିଓପୋରୋସିସ ହେବାର ଆଶଙ୍କା ଥାଏ।