ଶରୀରରେ ଲୌହ ଅଭାବ ହେଲେ ରକ୍ତହୀନତା ଦେଖାଦେଇଥାଏ। ତେଣୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୫ଟି ଲୌହଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଛି।

foodଶରୀରର ସାମଗ୍ରିକ ବିକାଶ ଏବଂ ବୃଦ୍ଧି ପାଇଁ ଲୌହଯୁକ୍ତ ଖାଦ୍ୟର ଆବଶ୍ୟକ ରହିଛି। ଖାଲି ସେତିକି ନୁହେଁ ମାନସିକ ଅଭିବୃଦ୍ଧି ପାଇଁ ମଧ୍ୟ ଲୌହଯୁକ୍ତ ଖାଦ୍ୟ ଖାଇବା ଉଚିତ। ବିଶେଷ କରି ଛୋଟ ପିଲା ଏବଂ ଗର୍ଭବତୀ ମହିଳାମାନଙ୍କ ପାଇଁ ଏହାର ଅଧିକ ଆବଶ୍ୟକତା ରହିଛି। ଶରୀରରେ ଲୌହର ଅଭାବ ରକ୍ତହୀନତାର କାରଣ ହୋଇଥାଏ।

ଶରୀରରେ ରକ୍ତହୀନତାକୁ ଦୂର କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ୫ଟି ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଛି।

ସବୁଜ ଶାଗ

ପାଳଙ୍ଗ ଶାଗରେ ପ୍ରଚୁର ମାତ୍ରାରେ ଲୌହ ରହିଛି। ପ୍ରାୟ ୧୦୦ ଗ୍ରାମ ପାଳଙ୍ଗ ଶାଗରେ ୨.୭ ମିଲିଗ୍ରାମ ଲୌହ ରହିଥାଏ। ତେଣୁ ପ୍ରତିଦିନ ଖାଦ୍ୟରେ ପାଳଙ୍ଗ ଶାଗ ଖାଇବା ଉଚିତ। ପାଳଙ୍ଗ ଶାଗ ପରି ଅନେକ ସବୁଜ ପତ୍ରଯୁକ୍ତ ଶାଗ ଅଟନ୍ତି ଯେଉଁଥିରେ ଲୌହ ଭରପୂର ହୋଇ ରହିଛି।

ମାଛ ଓ ମାଂସ

ଅନେକ ପ୍ରକାର ମାଂସରେ ଲୌହ ଭରପୂର ରହିଛି। ବିଶେଷ କରି କୁକୁଡ଼ା ମାଂସରେ ଲୌହର ପରିମାଣ ଅଧିକ ଥାଏ। ଅଧିକାଂଶ ମାଛରେ ମଧ୍ୟ ଲୌହର ମାତ୍ରା ଅଧିକ ଥାଏ। ଟୁନା ମାଛ ଏବଂ ସାଲମନ ମାଛରୁ ଆମକୁ ପର୍ଯ୍ୟାପ୍ତ ଲୌହ ମିଳିଥାଏ।

ଅଣ୍ଡା

ଏଥିରେ ପ୍ରାକୃତିକ ଭାବେ ଲୌହ, ଭିଟାମିନ ଏବଂ ପ୍ରୋଟିନସହିତ ଅନ୍ୟାନ୍ୟ ଜରୁରୀ ଉପାଦାନ ରହିଥାଏ। ୧୦୦ଗ୍ରାମ ଅଣ୍ଡା ଖାଇବା ଦ୍ୱାରା ପ୍ରାୟ ୧.୨ମିଲିଗ୍ରାମ ଲୌହ ଶରୀରକୁ ମିଳିଥାଏ।

foodମସୁର ଡାଲି, ଚଣା ଡାଲି

ମସୁର ଡାଲିରେ ପ୍ରଚୁର ମାତ୍ରାରେ ଲୌହ ରହିଛି। ମାଛ ମାଂସ ଖାଉନଥିବା ଲୋକମାନଙ୍କ ପାଇଁ ମସୁର ଡାଲି ଲୌହ ପାଇଁ ପ୍ରକୃଷ୍ଟ ଉତ୍ସ। ଗୋଟିଏ କପ ମସୁର ଡାଲିରେ ପ୍ରାୟ ୬.୬ମିଲିଗ୍ରାମ ଲୌହ ରହିଥାଏ।

ଶୁଖିଲା ଫଳ ଏବଂ ମଞ୍ଜି

ବାଦାମ, କାଜୁ, ଅଖରୋଟ ଏବଂ ପିସ୍ତା ଭଳି ଶୁଖିଲା ଫଳ ବା ଡ୍ରାଏ ଫୁଡରେ ଅଧିକ ଲୌହର ପରିମାଣ ରହିଥାଏ। ତେଣୁ ନିୟମିତ ସକାଳେ ଏହି ଖାଦ୍ୟ ଖାଇବା ଫଳରେ ଶରୀରରେ ଲୌହର ଅଭାବ ହୋଇନଥାଏ।