ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସଠିକ୍‌ ପୋଷଣର ଆବଶ୍ୟକତା ରହିଛି। ଶରୀରକୁ ଉପଯୁକ୍ତ ପୋଷଣ ଦେବା ପାଇଁ ସ୍ପିରୁଲିନା ହେଉଛି ଏକ ସର୍ବୋତ୍ତମ ଉତ୍ସ।

ସ୍ପିରୁଲିନା ହେଉଛି ଏକ ପ୍ରକାର ନୀଳ ଶୈବାଳ। ଏଥିରେ ୧୩ ପ୍ରକାର ଭିଟାମିନ୍‌, ୧୩ ପ୍ରକାର ମିନେରାଲ୍ସ, ୪ ପ୍ରକାର ପ୍ରାକୃତିକ ଫାଇଟୋନ୍ୟୁଟ୍ରିଏଣ୍ଟସ୍‌ , ୮ପ୍ରକାର ନାଚୁରାଲ କାରୋଟିନଏଡ୍, ୮ ପ୍ରକାର ଆମିନୋ ଏସିଡ୍‌ ଭରି ରହିଛି। ଅନ୍ୟ ଖାଦ୍ୟ ତୁଳନାରେ ସ୍ପିରୁଲିନା ଅଧିକ ପୋଷଣ ଯୋଗାଇଥାଏ।

ଗୋଟେ ଚାମଚ ସ୍ପିରୁଲିନାରେ କ୍ୟାଲୋରି ୨୦, ପ୍ରୋଟିନ୍‌ ୪ ଗ୍ରାମ୍‌, ଫ୍ୟାଟ୍‌ ୧ ଗ୍ରାମ୍‌, କାର୍ବୋହାଇଡ୍ରେଟ୍‌ ୨ ଗ୍ରାମ୍‌ ଥାଏ। ଏଥିରେ ଚିନି ଅଂଶ ନଥିବାରୁ ଏହା ଡାଏବେଟିସ୍‌ ରୋଗୀଙ୍କ ପାଇଁ ବେଶ୍‌ ଲାଭଦାୟକ।

ଆମିଷ ଖାଉନଥିବା ଲୋକଙ୍କ ପାଇଁ ସ୍ପିରୁଲିନା ପୋଷକ ତତ୍ୱର ଉତ୍ତମ ସ୍ରୋତ। ଏଥିରେ ଆଣ୍ଟି ଅକ୍ସିଡରଣ୍ଟ ଭରପୂର ରହିଥିବାରୁ ଏହା କ୍ୟାନସର ଭଳି ମାରାତ୍ମକ ରୋଗରୁ ରକ୍ଷା କରିପାରେ। ସେହିପରି ସ୍ପିରୁଲିନା ଲିଭର, କିଡ୍‌ନି, ହାର୍ଟ ଓ ମସ୍ତିଷ୍କକୁ ମଧ୍ୟ ସୁସ୍ଥ ରଖିଥାଏ।

ସ୍ପିରୁଲିନା କ’ଣ?

ସ୍ପିରୁଲିନା ହେଉଛି ମଧୁର ଜଳରେ ସୃଷ୍ଟି ହେଉଥିବା ଏକ ଅଣ ବିଷାକ୍ତ ନୀଳ ଶୈବାଳ। ଏହା ପାଣିରେ ପଡ଼ୁଥିବା ସୂର୍ଯ୍ୟକିରଣରୁ ସିଧାସଳଖ ଆହାର ଗ୍ରହଣ କରି ବଢ଼ିଥାଏ। ଏହା ଦେଖିବାକୁ ସ୍ପ୍ରିଙ୍ଗ୍‌ ଆକାର ହୋଇଥିବାରୁ ଏହାକୁ ସ୍ପିରୁଲିନା ବୋଲି କୁହାଯାଉଛି। ଏଥିରେ ପୋଷଣଯୁକ୍ତ ପଦାର୍ଥ ଭରପୂର ରହିଛି। ଏହାକୁ ମଣିଷ ବ୍ୟବହାର କରିବାରେ କୌଣସି ବିପଦ ନାହିଁ।  ଏହା ପୋଷଣଜନିତ ସମସ୍ୟା ଦୂର କରୁଥିବାରୁ ଏହାକୁ ସବୁ ବୟସର ଲୋକ ଖାଇପାରିବେ। ଦେଶ ବିଦେଶରେ ବହୁ ଗବେଷଣା ପରେ ସ୍ପିରୁଲିନାକୁ ଖାଦ୍ୟରେ ସାମିଲ କରିବାକୁ ଅନୁମତି ମିଳିଛି।

ସ୍ପିରୁଲିନାର ଫାଇଦା?

  • ରକ୍ତ ବିଶୋଧନ କରିଥାଏ ସ୍ପିରୁଲିନା।
  • ସ୍ପିରୁଲିନା ଦୃଷ୍ଟିଶକ୍ତି ବଢ଼ାଏ।
  • ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
  • ହଜମ ପ୍ରକ୍ରିୟା ତ୍ୱରାନ୍ୱିତ କରିବାରେ ସହାୟକ ହୁଏ।
  • ଏହା ବୀଜାଣୁ ନାଶକ।
  • ମସ୍ତିଷ୍କ କ୍ରିୟାଶୀଳ କରେ।
  • ସ୍ୱାସ୍ଥ୍ୟର ଉନ୍ନତି ଆଣେ।
  • ରକ୍ତ ହୀନତା ଦୂରକରେ।
  • ପ୍ରଦାହ ପ୍ରତିରୋଧ କରେ।
  • ଅପପୁଷ୍ଟି ଦୂର କରେ ସ୍ପିରୁଲିନା।
  • ଶରୀରକୁ ପୋଷଣ ଯୋଗାଏ।