ଓଜନ ହ୍ରାସ କରିବାକୁ ଚାହୁଁଥିଲେ ଏବଂ ଶରୀରକୁ ଏକ ସଠିକ ଆକାର ଦେବାକୁ ଚାହୁଁଥିଲେ, କେତେକ ବ୍ୟାୟାମ ବିଷୟରେ ଜାଣିବା ଦରକାର।

ବର୍ତ୍ତମାନ ଲୋକେ ଓଜନ କମ୍‌ କରିବା ପାଇଁ ବିଭିନ୍ନ ପ୍ରକାର ଡାଏଟିଂ ଓ ଅନ୍ୟାନ୍ୟ ପଦ୍ଧତି ଆପଣେଇ ଥାଆନ୍ତି। ଏହାଛଡ଼ା କେତେକ ଲୋକ କେବଳ ପେଟରୁ ଚର୍ବି କମେଇବା ପାଇଁ, କେବଳ ହାତରୁ ଚର୍ବି କମେଇବା ପାଇଁ ବ୍ୟାୟାମ କରିଥାଆନ୍ତି। ହେଲେ ଏସବୁ କରିବା ଛଡ଼ା ପୂରା ଶରୀର ପାଇଁ ବ୍ୟାୟାମ କଲେ ଶରୀରରେ ସଂରକ୍ଷିତ ଅତିରିକ୍ତ ଚର୍ବି ଓ କ୍ୟାଲୋରି କମ୍‌ ହୋଇପାରିବ।

ବ୍ୟାୟାମ କେବଳ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ନାହିଁ ବରଂ ମନୋବଳକୁ ଭଲ ରଖେ, ହାଡ଼ ମଜଭୁତ କରେ, ତ୍ୱଚାକୁ ଉଜ୍ୱଳ କରେ ଏବଂ ବିଭିନ୍ନ ରୋଗର ଭୟକୁ ଏଡ଼ାଇଥାଏ।

ଅଧିକ ପଢ଼ନ୍ତୁ: କରନ୍ତୁ ଏହି ୫ଟି ବ୍ୟାୟାମ , ରହନ୍ତୁ ଫିଟ୍

ଚାଲିବା ଏକ ପ୍ରକାର ଉତ୍କୃଷ୍ଟ ବ୍ୟାୟାମ। ଏହି ବ୍ୟାୟାମ ହୃଦ୍‌ରୋଗୀଙ୍କ ପାଇଁ ପାଇଁ ବେଶ୍‌ ଭଲ। ପ୍ରତିଦିନ ଅତିକମ୍‌ରେ ତିରିଶ ମିନିଟ୍‌ ଚାଲିବା ଅଭ୍ୟାସ କରନ୍ତୁ ଓ ଧୀରେ ଧୀରେ ସମୟ ବଢ଼ାନ୍ତୁ। ସବୁବେଳେ ଦ୍ରୁତ ଗତିରେ ଚାଲନ୍ତୁ। ଦ୍ରୁତ ଗତିରେ ଚାଲିବା ଦ୍ୱାରା ଦେହରୁ ଝାଳ ବୋହିଥାଏ ଏବଂ ଚର୍ବି କମିବା ସହ ହୃଦ୍‌ରୋଗ ଏବଂ ମଧୁମେହ ରୋଗ ହେବାର ଆଶଙ୍କା ମଧ୍ୟ କମିଥାଏ।

ଓଜନ କମ୍‌ କରିବା ପାଇଁ ଜଗିଂ ମଧ୍ୟ ସହାୟକ ହୋଇଥାଏ। ଏଥିପାଇଁ ଆପଣଙ୍କୁ ଘଣ୍ଟା ପ୍ରତି ୬ରୁ ୮ କିଲୋମିଟର ଦୌଡ଼ିବାକୁ ପଡ଼ିଥାଏ। ଜଗିଂ କରିବା ଦ୍ଵାରା ପେଟରେ ଜମା ହୋଇଥିବା ଚର୍ବି କମିଥାଏ। କିନ୍ତୁ, ଶାରୀରିକ ସମସ୍ୟା ଥିଲେ ଓ ଆଣ୍ଠୁଗଣ୍ଠି ସମସ୍ୟା ଥିଲେ ଜଗିଂ କରନ୍ତୁ ନାହିଁ।

ଅଧିକ ପଢ଼ନ୍ତୁ: ଓଜନ କମ୍‌ କରିବା ପାଇଁ ପିଅନ୍ତୁ ବ୍ଲାକ୍‌ କଫି

ସାଇକେଲ ଚାଳନା ଏକ ପ୍ରକାର ଭଲ ବ୍ୟାୟାମ। ଏହା ଗୋଡ଼ର ମାଂସପେଶୀକୁ ଶକ୍ତିଶାଳୀ କରିବା ସହ ସମ୍ପୂର୍ଣ୍ଣ ଶରୀରକୁ ଫିଟ୍‌ ରଖେ। ସବୁ ବୟସର ଲୋକଙ୍କ ପାଇଁ ସାଇକେଲ ଚଲାଇବା ଏକ ଉତ୍ତମ ବ୍ୟାୟାମ, ଯାହାର ଗତି ଆପଣ ନିଜ ଶକ୍ତି ଅନୁଯାୟୀ ଅଧିକ କିମ୍ବା କମ୍‌ କରିପାରିବେ।

ପହଁରିବା ଏକ ପ୍ରକାର ବ୍ୟାୟାମ ଭଳି କାର୍ଯ୍ୟ କରିଥାଏ। ପହଁରିବା ଦ୍ଵାରା ସମଗ୍ର ଶରୀର ଉପରେ ଚାପ ପଡ଼ିଥାଏ। ପହଁରିବା ଦ୍ୱାରା ସମଗ୍ର ଶରୀରର ଚାଳନା ହୋଇଥାଏ। ଏକ ଆକଳନ ଅନୁଯାୟୀ, ୭୦ କିଲୋଗ୍ରାମ ଓଜନ ବିଶିଷ୍ଟ ଜଣେ ବ୍ୟକ୍ତି ୩୦ ମିନିଟ୍ ପହଁରିବା ପରେ ପ୍ରାୟ ୩୦୦ରୁ ୪୦୦ କ୍ୟାଲୋରି ଖର୍ଚ୍ଚ ହୋଇପାରୁଛି। ଏହା କେବଳ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ନାହିଁ, ବରଂ ଶରୀରକୁ ସଠିକ୍ ଆକାରରେ ମଧ୍ୟ ରଖେ।