ପିଲାଙ୍କ ଦାନ୍ତର ଯତ୍ନ ନେବା ନିହାତି ଜରୁରୀ। ନଚେତ୍‌ ଦାନ୍ତ ପୋକ ଖାଇବାଠାରୁ ଆରମ୍ଭ କରି ଦାନ୍ତରୁ ରକ୍ତ ବାହାରି ନଷ୍ଟ ହୋଇଯିବାର ଆଶଙ୍କା ଅଧିକ।

ଆମ ଶରୀରରେ ଦୁଇ ପ୍ରକାର ଦାନ୍ତ ଥାଏ, କ୍ଷୀର ଦାନ୍ତ ଏବଂ ସ୍ଥାୟୀ ଦାନ୍ତ। ଛୋଟ ଛୁଆଙ୍କ କ୍ଷୀର ଦାନ୍ତ ଥରେ ପଡ଼ିଲେ ଆଉଥରେ ଉଠିଥାଏ। କିନ୍ତୁ ସ୍ଥାୟୀ ଦାନ୍ତ ଥରେ ଉପୁଡ଼ିଲେ ଆଉ ଉଠେ ନାଜନ୍ମ ପରେ ଶିଶୁ ଦାନ୍ତର ଚିକିତ୍ସା।

ଛୁଆ ଜନ୍ମ ହେବା ପରେ ତା’ ଶରୀରର ବିକାଶ ଧୀରେ ଧୀରେ ହୋଇଥାଏ। ହାଡ଼ର ବିକାଶ ହେବା ସଙ୍ଗେ ସଙ୍ଗେ ଦାନ୍ତର ମଧ୍ୟ ବିକାଶ ହୋଇଥାଏ। ଜନ୍ମର ୭ ମାସରୁ କେହିକେହି ଛୁଆଙ୍କର ଦାନ୍ତ ଉଠିବା ଆରମ୍ଭ ହୋଇଯାଏ। ପ୍ରଥମେ ସାମ୍ନାରେ ଦୁଇ ଦାନ୍ତ ଉଠେ ଏବଂ ଏହି ଦାନ୍ତକୁ କ୍ଷୀର ଦାନ୍ତ ବୋଲି କୁହାଯାଏ। ମା’ କ୍ଷୀର ଶିଶୁ ଶରୀରର ବିଭିନ୍ନ ଅଂଶର ବିକାଶ ପାଇଁ ଜରୁରୀ ହୋଇଥାଏ। ସେହିଭଳି ଶିଶୁ ଦାନ୍ତର ବିକାଶରେ ପାଇଁ ମା’ କ୍ଷୀରର ଦରକାର ରହିଛି। ମା’ କ୍ଷୀରରେ ଥିବା ପ୍ରଚୁର ପରିମାଣର କ୍ୟାଲସିୟମ ଏବଂ ଫ୍ଲୋରାଇଡ ଶିଶୁ ଦାନ୍ତକୁ ମଜବୁତ କରାଏ।

baby brushing teeth

କେମିତି ନେବେ ଦାନ୍ତମାଢ଼ିର ଯତ୍ନ

କ୍ଷୀର ପିଆଇ ସାରିବା ପରେ କିମ୍ବା କୌଣସି ଖାଦ୍ୟ ଖୁଆଇବା ପରେ ଶିଶୁର ଦାନ୍ତ ମାଢ଼ିକୁ ଭଲ ଭାବରେ ସଫା କପଡ଼ା ବା ତୁଳାରେ ପୋଛିଦିଅନ୍ତୁ।

ଛୋଟ ଥିବା କାରଣରୁ ଛୁଆମାନଙ୍କୁ ପେଷ୍ଟରେ ଦାନ୍ତ ସଫା କରାଇବା ଉଚିତ ନୁହେଁ। ତେଣୁ ଆପଣ ମହୁ ସାହାଯ୍ୟରେ ସେମାନଙ୍କ ଦାନ୍ତ ମାଢ଼ି ସଫା କରିପାରିବେ।

ପିଲାମାନେ ଶୋଇବା ସମୟରେ ପାଟିରେ ବୋତଲ ରଖି ଶୋଇବାକୁ ପସନ୍ଦ କରିଥାଆନ୍ତି। ଏପରିସ୍ଥଳେ ବୋତଲରେ କ୍ଷୀର ବଦଳରେ ଆପଣ ପାଣି ବ୍ୟବହାର କରିପାରିବେ। କ୍ଷୀର ଅଧିକ ସମୟ ପାଟିରେ ଲାଗି ରହିବା କାରଣରୁ ପାଟି ଗନ୍ଧ କରିଥାଏ ଏବଂ ମାଢ଼ିରେ କ୍ୟାଭିଟି ହେବାର ସମ୍ଭାବନା ଥାଏ।

କ୍ଷୀର ଦାନ୍ତର ଯତ୍ନ

ଜନ୍ମର ୭ ମାସରୁ ୨୦ମାସ ପରେ ଶିଶୁର ଦାନ୍ତ ଉଠିଥାଏ। କିନ୍ତୁ ୭ ମାସ ପରେ ପ୍ରଥମେ ଯେଉଁ ଦାନ୍ତ ଉଠିଥାଏ ତାହାକୁ କ୍ଷୀର ଦାନ୍ତ କୁହାଯାଏ। ଏହି ସମୟରେ କ୍ଷୀର ଦାନ୍ତର ଯତ୍ନ ନେବା ନିହାତି ଆବଶ୍ୟକ।

କ୍ଷୀର ଦାନ୍ତ ଉଠିବା ପରେ ହାଲୁକା ଏବଂ ନରମ ବ୍ରଶ କିମ୍ବା କପଡ଼ାରେ ଦାନ୍ତ ସଫା କରନ୍ତୁ।

ଡାକ୍ତରଙ୍କ ପରାମର୍ଶ ଅନୁସାରେ ଡାକ୍ତରୀ ପେଷ୍ଟ ବ୍ୟବହାର କରନ୍ତୁ।

ସକାଳେ ଏବଂ ସନ୍ଧ୍ୟାରେ ଦିନକୁ ଦୁଇଥର ଦାନ୍ତ ସଫା କରନ୍ତୁ।

ଛୁଆମାନଙ୍କୁ ସବୁଜ ପନିପରିବା ଏବଂ ଭଲ ଖାଦ୍ୟ ଖାଇବାକୁ ଦିଅନ୍ତୁ।

ପ୍ରଚୁର ମାତ୍ରାରେ ପାଣି ପିଇବାକୁ ଦିଅନ୍ତୁ।

ଛଅ ମାସକୁ ଥରେ ଡାକ୍ତରଙ୍କ ନିକଟରେ ଦାନ୍ତ ପରୀକ୍ଷା କରାଇନିଅନ୍ତୁ।

ଶିଶୁର ଦାନ୍ତ ଅବହେଳା କାରଣରୁ ହଳଦିଆ ଦେଖାଯାଏ। ତେଣୁ ଦାନ୍ତ ବିଶେଷଜ୍ଞଙ୍କ ପରାମର୍ଶରେ ଦାନ୍ତର ଚିକିତ୍ସା କରାଇ ନିଅନ୍ତୁ।

ଶିଶୁକୁ କମ୍‌ ଚିନି ଜାତୀୟ ଖାଦ୍ୟ ଖାଇବାକୁ ଦିଅନ୍ତୁ ଏବଂ ଜଙ୍କ ଫୁଡରୁ ଯେତେ ସମ୍ଭବ ଦୂରେଇ ରଖନ୍ତୁ।

ଦାନ୍ତ ଭାଙ୍ଗିଯିବ କହି ପିଲାଙ୍କୁ ଡରାନ୍ତୁ ନାହିଁ।