ସ୍ନିଗ୍ଧାରାଣି ଷଡ଼ଙ୍ଗୀ

ସୁସ୍ଥ ଓ ନିରୋଗୀ ଶରୀର ପାଇଁ ଯେପରି ଭରପୂର ପୋଷଣର ଆବଶ୍ୟକତା ରହିଛି। ସେହିପରି ସୁସ୍ଥ କେଶ ପାଇଁ ମଧ୍ୟ ପୋଷଣ ଜରୁରୀ। ତେଣୁ, କେଶକୁ ଘନ, ମଜଭୁତ, ସୁସ୍ଥ କରିବା ପାଇଁ ନଡ଼ିଆ ତେଲ ସର୍ବୋତ୍ତମ।

କେଶରେ ନଡ଼ିଆ ତେଲ ମାଲିସ କରିବା ଦ୍ୱାରା ଅନେକ ଫାଇଦା ମିଳିଥାଏ। ନଡ଼ିଆ ତେଲ କେଶରେ ଲଗାଇବା ଦ୍ୱାରା କେଶ ଶୀଘ୍ର ବଢ଼ିଥାଏ ଏବଂ ଗହଳିଆ ବି ହୋଇଥାଏ। ନଡ଼ିଆତେଲରେ ଥିବା ଜରୁରୀ ଫ୍ୟାଟି ଏସିଡ୍‌ ଓ ଭିଟାମିନ୍‌ କେଶକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।

hair oiling

ଶୀତଦିନେ କେଶ ଶୁଷ୍କ ହେବା ସହ ରୁପି ସମସ୍ୟା ଅଧିକ ଦେଖାଦିଏ। ଏଭଳି କ୍ଷେତ୍ରରେ ନଡ଼ିଆତେଲକୁ ଉଷୁମ କରି କେଶ ମୂଳରେ ମସାଜ କରନ୍ତୁ। ତା ପରଦିନ କେଶକୁ ଯେକୌଣସି ମାଇଲ୍ଡ ସାମ୍ପୁ ଦ୍ୱାରା ଧୁଅନ୍ତୁ। ନିୟମିତ ଏଭଳି କରିବା ଦ୍ୱାରା କେଶରୁ ରୁପି ଦୂର ହୋଇଥାଏ।

ନଡ଼ିଆତେଲ ପ୍ରାକୃତିକ କଣ୍ଡିସନର ଭାବେ କାମ କରିଥାଏ। ସପ୍ତାହକୁ ଦୁଇଥର କେଶରେ ନଡ଼ିଆ ତେଲ ମସାଜ କରିବା ଦ୍ୱାରା କେଶ କୋମଳ ହୋଇଥାଏ।

ପ୍ରତି ସପ୍ତାହରେ ମୁଣ୍ଡରେ ନଡ଼ିଆତେଲ ମାଲିସ କରିବା ଦ୍ୱାରା ଅନେକ ଫାଇଦା ମିଳିଥାଏ। ଏହାଦ୍ୱାରା ମସ୍ତିସ୍କରେ ରକ୍ତସଞ୍ଚାଳନ ଭଲ ହୋଇଥାଏ, ଯାହାକି କେଶ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।