ଆଜିକା ସମୟରେ ଅନେକ ଲୋକ କିଛି କାରଣ ନଥାଇ ଚିଡ଼ଚିଡ଼୍‌ ହୋଇଥା’ନ୍ତି। ଅନ୍ୟମାନଙ୍କ ଉପରେ ରାଗିଥା’ନ୍ତି। ତେବେ କେବେ ଭାବିଛନ୍ତି କାହିଁକି ଏମିତି ହେଉଛି, ଏହା ପଛରେ କାରଣ କ’ଣ?

angry mood

କାହିଁକି ହୁଏ?

ସାଧାରଣତଃ କାମର ଚାପ ବଢ଼ିଲେ ତାହା ନିତିଦିନିଆ ଜୀବନଶୈଳୀ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ଅନେକ କ୍ଷେତ୍ରରେ ଦେଖାଯାଇଥାଏ ଅଧିକ ଚାପ କାରଣରୁ ବ୍ୟକ୍ତି ଜଣଙ୍କ ଚିଡଚିଡ୍ ହୁଏ ଅବା ବିରକ୍ତିଭାବ ପ୍ରକାଶ କରିଥାଏ।

ଯଦି କାମର ଚାପ ବଢ଼ୁଛି ତେବେ ସେ ବ୍ୟକ୍ତିଜଣଙ୍କ ନିଜପାଇଁ ସମୟ ଦେବାକୁ ଭୁଲିଯାଆନ୍ତି, ଖାଇବାକୁ ଭୁଲିଯାଆନ୍ତି, ହସିବା ଭୁଲିଯାଆନ୍ତି ଯେଉଁଥିପାଇଁ ରାଗ, ବିରକ୍ତିଭାବ ପ୍ରକାଶ ପାଇଥାଏ।

କଣ କରିବେ?

ଯଦି ଏମିତି ହେଉଛି ତେବେ ନିଜ ଜୀବନଶୈଳୀ ଲାଗି ଏକ ରୁଟିନ୍ ପ୍ରସ୍ତୁତ କରନ୍ତୁ। ସବୁକାମ ଲାଗି ପ୍ରତିଦିନ ଅଳ୍ପସମୟ ହେଲେବି ସମୟ ବାହାର କରନ୍ତୁ।

ଅନ୍ୟମାନଙ୍କ ପାଇଁ ନୁହେଁ କେମିତି ନିଜେ ଖୁସିରହିବେ ତାହା ଚିନ୍ତା କରିବା ଦରକାର, କ’ଣ କଲେ ଆପଣଙ୍କୁ ଖୁସି ଦେବ ତାହା କରିବାର ଆବଶ୍ୟକତା ରହୁଛି। ଯଦି ପରିବାର ସହଯୋଗ କରୁନାହାନ୍ତି ତେବେ ସେମାନଙ୍କୁ ବୁଝାନ୍ତୁ।